Only for Entertainment

କାର୍ତ୍ତିକ ମାସରେ କାହିଁକି ଜଳାଯାଏ ଦୀପ, ଜାଣନ୍ତୁ ଏହାର ମାହାତ୍ମ୍ୟ

google
29

ପୁରାଣରେ କୁହାଯାଇଛି ଯେ, କାର୍ତ୍ତିକ ମାସରେ ଶୁଦ୍ଧ ତେଲ ବା ଘିଅରେ ଦୀପ ଜଳାଇବା ଉଚିତ ।ଏହା କରିବା ଦ୍ୱାରା ଅଶ୍ୱମେଧ ଯଜ୍ଞ ସମାନ ଫଳପ୍ରାପ୍ତି ହୋଇଥାଏ । ମନ୍ଦିର ଏବଂ ନଦୀ କୂଳରେ ଦୀପଦାନ କରିବା ଦ୍ୱାରା ଲକ୍ଷ୍ମୀ କୃପା ପ୍ରାପ୍ତ ହୋଇଥାଏ ।ଏହି ମାସରେ ଦୀପଦାନ କରିବା ଦ୍ୱାରା ବିଷ୍ଣୁଙ୍କ କୃପା ମିଳିଥାଏ ଏବଂ ଜୀବନରେ ଅନ୍ଧକାର ଦୂର ହୋଇଥାଏ ।ଭାଗ୍ୟରେ ମଧ୍ୟ ପରିବର୍ତ୍ତନ ଆସିଥାଏ ।

ଏମିତି ତ ଭଗବାନଙ୍କ ମନ୍ଦିରରେ ଦୀପଦାନ କରିବା ଦ୍ୱାରା ଘରକୁ ଖୁସି ଆସିଥାଏ ।ଦୀପଦାନର ଅସୀମ ମହିମା ରହିଛି । ଏହି ମାସରେ ତ କୌଣସି ମନ୍ଦିରକୁ ଯାଇ ରାତ୍ରୀ ଜାଗରଣ କରାଯାଇପାରିବ,କିନ୍ତୁ ଯଦି କୌଣସି କାରଣରୁ ଏହା ସମ୍ଭବ ହୋଇପାରୁ ନାହିଁ ତେବେ ଓସ୍ତ ଗଛ ତଳେ ବସି ବା ତୁଳସୀ ପାଖରେ ଦୀପ ଜଳାଇ ପ୍ରଭୁଙ୍କ ନାମରେ ଗୁଣଗାନ କରାଯାଇପାରିବ ।ଏହି ମାସରେ ଭୂମିରେ ଶୋଇବା ମଧ୍ୟ ଉତ୍ତମ ହୋଇଥାଏ ।

ପିତୃପୁରୁଷଙ୍କୁ ଆକାଶରେ ଦୀପଦାନ କରିବା ଶୁଭ ହୋଇଥାଏ ।ବିଷ୍ଣୁଙ୍କୁ ଆକାଶରେ ଦୀପଦାନ କରିବା ଦ୍ୱାରା ସେମାନଙ୍କୁ କ୍ରୁର ଯମରାଜ ଭଳି ଲୋକଙ୍କ ସାମ୍ନା କରିବାକୁ ପଡ଼ିନଥାଏ ।ପିତୃଙ୍କୁ ଦୀପ ଦାନ ଦ୍ୱାରା ନର୍କରେ ପଡ଼ିଥିବା ପିତୃ ମଧ୍ୟ ମୁକ୍ତି ପାଆନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More