Only for Entertainment

ଖାଦ୍ୟ ଖାଇବା ସମୟରେ ଭୁଲରେ କରନ୍ତୁ ନାହିଁ ଏହି ସମସ୍ତ କାମ,ପରେ ପଶ୍ଚାତାପ କରିପାରନ୍ତି ।

emptythefridge
0 55

ଖାଦ୍ୟକୁ ଯଦି ଠିକ ପ୍ରକ୍ରିୟା ଖିଆନଯାଏ ତେବେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଡାକ୍ତର ମିତାଲୀ ଭାଟିଆଙ୍କ କହିବା ଅନୁସାରେ ଆମକୁ ଖାଇବା ପୂର୍ବରୁ ଖାଦ୍ୟ ପଦାର୍ଥର ମିଶ୍ରଣ ବିଷୟରେ ଭାବିବା ଉଚିତ । ଉଦାହରଣ ସ୍ୱରୂପ ଖାଦ୍ୟ ଏବଂ ରନ୍ଧା ହୋଇଥିବା ଖାଦ୍ୟ । ଫଳକୁ ଏକ କ୍ଷାରୀୟ ଭୋଜନ ସାମଗ୍ରୀ ଭାବେ ଗ୍ରହଣ କରାଯାଏ । ଯାହା ସହଜରେ ହଜମ ହୋଇଯାଏ କିନ୍ତୁ ଶକ୍ତି ପ୍ରଦାନ କରିଥାଏ । ଅନ୍ୟ ପକ୍ଷରେ ରନ୍ଧା ଖାଦ୍ୟ ହଜମ ହେବା ପୂର୍ବରୁ ସମୟ ନେଇଥାଏ ଏବଂ ବିଳମ୍ବରେ ଶକ୍ତି ପ୍ରଦାନ କରିଥାଏ । ଏହା ଦ୍ୱାରା ଗ୍ୟାସ ଏବଂ ଆସିଡିଟି ଭଳି ସମସ୍ୟା ହୋଇଥାଏ । ତେଣୁ ଏହି କମ୍ବିନେସନରୁ ବଂଚିବା ଉଚିତ ।

ଯଦି ଖାଇବା ସମୟରେ ଆପଣଙ୍କୁ ପାଣି ପିଇବାର ଅଭ୍ୟାସ ରହିଛି ତେବେ ଏହାଠରୁ ଦୂରେଇ ରୁହନ୍ତୁ । କାରଣ ଏହା ଦ୍ୱାରା ପେଟରେ ଜମା ହୋଇ ରହିଥିବା ପାଚକ ରସ ଶରୀରରେ ଠିକ ଭାବରେ ମିଶି ପାରିନଥାଏ । ତେଣୁ ଖାଇବାର ଏକ ଘଂଟା ପୂର୍ବରୁ ଏବଂ ଖାଇବାର ଏକ ଘଂଟା ପରେ ପାରଇ ପିଇବା ଉଚିତ । ଏହା ଦ୍ୱାରା ଶରୀର ଠିକ ଭାବରେ ପୋଷକ ତ୍ତ୍ୱ ପାଇଥାଏ ।
ଆୟୁର୍ବେଦ ଅନୁସାରେ ଖୀର ଏବଂ କଦଳୀକୁ ମିଶାଇ ଖାଇବା ଦ୍ୱାରା ଶରୀରକୁ ଖୁବ ଶକ୍ତି ମିଳିଥାଏ ଏବଂ ଶରୀର ସୁସ୍ଥ ମଧ୍ୟ ରହିଥାଏ । ଏହାକୁ ଏକ ଭାରୀ ଖାଦ୍ୟ ଭାବେ ଗ୍ରହଣ ମଧ୍ୟ କରାଯାଏ । ତେବେ କଦଳୀ ଏବଂ କ୍ଷୀରର ଏକ ମିଶ୍ରଣରେ ସାମାନ୍ୟ ଗୁଜୁରାତି ଏବଂ ଜାଇଫଳ ମିଶାଇ ଖାଆନ୍ତୁ । ଏହା ସହଜରେ ହଜମ ହୋଇଯିବ ।

କିଛି ଲୋକ ହଦିରେ ଫଳ ମିଶାଇ ରାଇତା ପ୍ରସ୍ତୁତ କରି ଖାଆନ୍ତି । ଆୟୁର୍ବେଦ ଅନୁସାରେ ଦହିରେ ଖଟ୍ଟା ଫଳ ମିଶାଇ ଖାଇବା ଦ୍ୱାରା ଶରୀରକୁ କ୍ଷତି ପହଂଚିଥାଏ । ଏହା ଦ୍ୱାରା ଶରୀରରେ ଟଳ୍ସିନ ବଢିଯାଏ । ଥଣ୍ଡା,କାଶ ଆଦି ସମସ୍ୟା ମଧ୍ୟ ହୋଇପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More