Only for Entertainment

ଜାଣନ୍ତୁ ଭୋଜନ କରିବାର ଉଚିତ ସମୟ ।

unlockfood.ca
30

ଖାଦ୍ୟ ଖାଇବାକୁ ନେଇ ବିଭିନ୍ନ ନୀତି ନିୟମ ରହିଛି । ତେଣୁ ଯଦି ଖାଦ୍ୟ ଉଚିତ ସମୟରେ ନଖାଆନ୍ତି ତେବେ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି ହୋଇଥାଏ ଏବଂ ଶରୀର ଅସୁସ୍ଥ ହୋଇଯାଏ । ଏହା ମଧ୍ୟ ଆପଣ ଘରେ କେବେ କେବେ ଅନୁଭବ କରିଥିବେ । ଯଦି ଏହାକୁ ନେଇ ଆପଣ ସଚେତନ ରହିବେ ତେବେ ଶରୀର ମଧ୍ୟରେ ହେଉଥିବା କେତେକ ସମସ୍ୟାରୁ ମୁକ୍ତି ପାଇ ପାରିବେ ।

ସୂର୍ଯ୍ୟାସ୍ତ ପୂର୍ବରୁ ଖାଦ୍ୟ ଖାଇବା ଉଚିତ । କାରଣ ସକାଳ ପର୍ଯ୍ୟନ୍ତ ଖାଦ୍ୟ ହଜମ ହୋଇଯାଏ । ତେବେ ପାଚନ ତନ୍ତ୍ର ଠିକ ରହିଥାଏ ।

ଏହା ବ୍ୟତୀତ ଏହି ସମୟରେ ଖାଦ୍ୟ ଖାଇଲେ କେତେକ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ । ରାତିରେ ଭୋଜନ କଲେ ବ୍ୟାକ୍ଟେରିଆ ଏବଂ ଅନ୍ୟ ଜୀବ ଉତ୍ପନ୍ନ ହୋଇଯାଆନ୍ତି ବା ଶରୀରରେ ଲାଗିଯାଆନ୍ତି ।

ସୂର୍ଯ୍ୟାସ୍ତ ପରେ ପ୍ରକୃତିର ମଧ୍ୟ ପରିବର୍ତ୍ତନ ହୋଇଥାଏ । ଏହା ଦ୍ୱାରା ଖାଦ୍ୟରେ ଥିବା ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ । ତେଣୁ ଶରୀର ଅସୁସ୍ଥ ହୋଇଯାଏ ।

ବାସ୍ତୁ ଶାସ୍ତ୍ରରେ କୁହାଯାଇଛିଯେ ବାସନ ସବୁବେଳେ ପରିଷ୍କାର ରହିବା ଉଚିତ । ଘରେ ଭଙ୍ଗା ରୁଜା ବାସନ ରଖିବା ଅନୁଚିତ । ଖାଦ୍ୟ ଖାଇବା ଏବଂ ରୋଷେଇ କରିବା ପାଇଁ ପୂର୍ବ ଦିଗ ଉପଯୁକ୍ତ । ତେବେ ସର୍ବଦା ସୂର୍ଯ୍ୟାସ୍ତ ପୂର୍ବରୁ ଖାଦ୍ୟ ଖାଇବା ଉଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More