Only for Entertainment

ତୁଳସୀରେ ଭରି ରହିଛି ଅନେକ ଔଷଧୀୟ ଗୁଣ, ଜାଣନ୍ତୁ ଏହାର ଚମତ୍କାରିତା !

25

ଆର୍ୟୁବେଦରେ ଔଷଧର ରାଣୀ ତୁଳସୀକୁ କୁହାଯାଇଥାଏ । କାରଣ ଏଥିରେ ଗୁଣ ଭରି ରହିଛି । କେବଳ ଶରୀରର ଅନ୍ତର ନୁହେଁ ବରଂ ବାହ୍ୟ ପାଇଁ ମଧ୍ୟ ଅନେକ ଦରକାରୀ ଅଟେ । ବର୍ଷା ଦିନେ ତ୍ୱଚା ସମ୍ବନ୍ଧୀୟ ରୋଗ ବ୍ୟତୀତ ଏହାର ପତ୍ରରେ ରୋଗ ପ୍ରତିରୋଧକ କ୍ଷମତା ଭରପୂର ମାତ୍ରାରେ ରହିଛି । ଆସନ୍ତୁ ଜାଣିବା ଏହାର ଔଷଧୀୟ ଗୁଣ ସମ୍ପର୍କରେ :

ବହୁଗୁଣୀ ହେବା କାରଣରୁ ତୁଳସୀ ପତ୍ର ନୁହେଁ ବରଂ ଏହାର ଫୁଲ, ବୀଜ ଆୟୂର୍ବେଦ ଏବଂ ନ୍ୟାଚୁରୋପାଥୀ ପଦ୍ଧତିରେ ମଧ୍ୟ ଚିକିତ୍ସା ପାଇଁ ପ୍ରୟୋଗ କରାଯାଏ ।

ଗୁଣ:
ଆଂଟିବ୍ୟାକଟେରିଆଲ, ଏଂଟି ଫଙ୍ଗାଲ, ଆଂଟି ପାୟରେଟିକ, ଆଂଟି ସେପ୍ଟିକ ଏବଂ ଆଂଟି କ୍ୟାନସର ଗୁଣରେ ଭୂରପୂର ଅଟେ ।

ଫାଇଦା:
ସଂକ୍ରମଣ, ଚେହେରାର ଚମକ ତଥା ଇମ୍ୟୁନିଟି ବୃଦ୍ଧି, ତ୍ୱଚାର ରଙ୍ଗ, ଥଣ୍ଡା. କାଶ, ମୁଣ୍ଡବିନ୍ଧା, ଜ୍ୱର ଏବଂ ମୁଣ୍ଡ ବୁଲାଇବା ଆସି ସମସ୍ୟାରୁ ଏବଂ ବଡ ରୋଗରୁ ମୁକ୍ତି ଦେଇଥାଏ ।

ବ୍ୟବହାର:
ଏହାର ପତ୍ରକୁ ପାଣିରେ ଫୁଟାଇ ଏହାର ପାଣିକୁ ଛାଣି ପିଇ ପାରିବେ । ଚା’ରେ ମଧ୍ୟ ଏହାର ପତ୍ରକୁ ଫୁଟାଇ ପିଇ ପାରିବେ, ମାତ୍ର ଏହା ଫୁଟିବା ପରେ ଏହାକୁ ଚୋବାଇ ଖାଇବା ଉଚିତ ନୁହେଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More