Only for Entertainment

ମୋତିଆ ବିନ୍ଦୁ ଠାରୁ ଦୂରେଇ ରଖିଥାଏ କଦଳୀ ଚୋପା ।

Lifehacker Australia
27

କଦଳୀକୁ ରୋଷେଇ କାର୍ଯ୍ୟରେ ପରିବା ଭାବରେ ବ୍ୟବହାର କରାଯାଏ ଏବଂ ପୂଜାରେ ଫଳ ଭାବରେ ମଧ୍ୟ ବ୍ୟବହାର କରାଯାଏ । ଏହା ଶରୀର ପାଇଁ ଖୁବ ଉପକାରୀ ଏହା ସମସ୍ତେ ଜାଣନ୍ତି । କିନ୍ତୁ ଆପଣ ଜାଣନ୍ତିକି କଦଳୀ ଚୋପା ମଧ୍ୟ ଶରୀର ପାଇଁ ଖୁବ ଉପକାରୀ ଏବଂ ଏହା ବିଭିନ୍ନ ରୋଗରୁ ମୁକ୍ତି ଦେଇଥାଏ,ଜାଣନ୍ତୁ କିପରି ।

କଦଳୀ ଚୋପା ଶରୀରକୁ ଭରପୂର ମାତ୍ରାରେ ଭିଟାମିନ୍‌ ଦେବା ସହିତ ଓଜନ ହ୍ରାସରେ ମଧ୍ୟ ଏହା ସହାୟକ ହୋଇଥାଏ। ଏଥିରେ ଭିଟାମିନ୍‌ ବି-୬, ବି-୧୨, ମିନେରାଲସ୍‌, ପୋଟାସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ରହିଛି।

କଦଳୀ ଚୋପାରେ ଫାଇବର୍‌ ମଧ୍ୟ ପ୍ରଚୁର ପରିମାଣରେ ରହିଛି। ଯାହା ଆପଣଙ୍କ ପାଚନ କ୍ରିୟାକୁ ଠିକ୍‌ ରଖିବାରେ ସାହାଯ୍ୟ କରିଥାଏ।

କଦଳୀ ଚୋପାରେ ଥିବା ଔଷଧୀୟ ଗୁଣ ସମ୍ପର୍କରେ ଆସନ୍ତୁ ଜାଣିବା।

୧. କଦଳୀ ଚୋପାରେ ଭିଟାମିନ୍‌ ଏ’ ରହିଛି। ଏହା ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିବା ସହ ଶରୀରକୁ ବିଭିନ୍ନ ସଂକ୍ରମଣରୁ ସୁରକ୍ଷା ଦେଇଥାଏ।

୨. ଏଥିରେ ଲୁଟିନ୍‌ ନାମକ ଏକ ଭିଟାମିନ୍ ରହିଛି, ଯାହା ଆଖିରେ ମୋତିଆବିନ୍ଦୁ ହେବାକୁ ଦେଇ ନଥାଏ।

୩. କଦଳୀ ଚୋପାରେ ଥିବା ଭିଟାମିନ୍‌ ବି-୬ ଏବଂ  ବି-୧୨ ଶରୀରରେ ଆଣ୍ଟିଅକ୍ସିଡାଣ୍ଟ୍‌ ଭାବେ କାର୍ଯ୍ୟ କରିଥାଏ।

୪. ଏଥିରେ ଥିବା ଫାଇବର୍‌ ପାଚନ କ୍ରିୟାକୁ ଶୃଙ୍ଖଳିତ କରିବା ସହ ଶରୀରରେ କୋଲେଷ୍ଟ୍ରଲ୍‌ର ମାତ୍ରାକୁ ହ୍ରାସ କରିଥାଏ।

୫. କଦଳୀ ଚୋପାରେ ଥିବା ମ୍ୟାଗ୍ନେସିୟମ୍‌ ଏବଂ ପୋଟାସିୟମ୍‌ ଶରୀରରେ ରକ୍ତଚାପର ସ୍ତରକୁ ଠିକ୍‌ ରଖିଥାଏ।

୬. ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, କଦଳୀ ଚୋପାରେ ସେରୋଟନିନ୍‌ ନାମକ ପଦାର୍ଥ ରହିଛି, ଯାହା ଡିପ୍ରେସନ୍‌କୁ ହ୍ରାସ କରେ। ଏହା ବ୍ୟତୀତ ଏଥିରେ ଡପାମାଇନ୍‌ ଭିଟାମିନ୍‌ ରହିଛି, ଯାହା ହୃଦୟର ସ୍ପନ୍ଦନକୁ  ନିୟନ୍ତ୍ରିତ ରଖି ଧମନୀରେ ରକ୍ତ ସଞ୍ଚାଳନକୁ ଠିକ୍‌ କରିଥାଏ।

୭. ବିଶେଷଜ୍ଞଙ୍କ ମତରେ, କଦଳୀ ଚୋପାରେ ଆଣ୍ଟି କ୍ୟାନସର୍‌ ଗୁଣ ରହିଛି। ଏହି ଗୁଣ ଶରୀରରେ ଶ୍ୱେତ ରକ୍ତକଣିକା ଉତ୍ପନ୍ନରେ ସାହାଯ୍ୟ କରିଥାଏ।

ଯଦି ଆପଣ ନିଜ ଖାଦ୍ୟରେ କଦଳୀ ଚୋପା ସାମିଲ୍‌ କରିବାକୁ ଚାହୁଁଛନ୍ତି, ତେବେ ଏହାକୁ ୧୦ ମିନିଟ୍‌ ଗରମ ପାଣିରେ ଫୁଟାନ୍ତୁ। ଏହା ପରେ ଏହାକୁ ବ୍ୟବହାର କରିପାରିବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More