Only for Entertainment

ଜାଣନ୍ତୁ ନକରାତ୍ମକ ପ୍ରଭାବ ପଡିବାର କାରଣ…

99
0 74

ନକରାତ୍ମକ ଶକ୍ତି ପ୍ରଭାବରେ ଆସିବା ଦ୍ୱାରା ବ୍ୟକ୍ତି ମାନସିକ ସନ୍ତୁଳନ ହରାଇ ବସିଥାଏ । ଫଳରେ ନିଜ ଶରୀର ଉପରେ ନିଜର ନିୟନ୍ତ୍ରଣ ରଖିପାରେ ନାହିଁ । ଏଭଳି ଶକ୍ତି କେଉଁ ଲୋକଙ୍କ ପାଖରେ ଶୀଘ୍ର ପ୍ରବେଶ କରିପାରେ ତାହା କୁଣ୍ଡଳୀ ଅଧ୍ୟୟନରୁ ହିଁ ଜାଣିହୁଏ । ନକରାତ୍ମକ ବା ଦୁଷ୍ଟ ଶକ୍ତି ନଜରରୁ ବର୍ତ୍ତିବା ପାଇଁ କିଛି ଉପାୟ ଅବଲମ୍ବନ କରିବା ଉଚିତ । ଏଥିପାଇଁ ପ୍ରତିଦିନ ହନୁମାନଙ୍କ ପୂଜାର୍ଚ୍ଚନା କରିବା ଆବଶ୍ୟକ । ତେଣୁ କେଉଁ ବ୍ୟକ୍ତିଙ୍କ ଠାରେ କେଉଁ କାରଣରୁ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ ଆସନ୍ତୁ ଜାଣିବା ।

  • ଯଦି କୌଣସି ବ୍ୟକ୍ତିଙ୍କ କୁଣ୍ଡଳୀରେ ଲଗ୍ନ ବା ପ୍ରଥମ ଭାଗରେ ରାହୁ-ଚନ୍ଦ୍ର ରହେ ତେବେ ସେହି ବ୍ୟକ୍ତି କପଶକ୍ତି କବଳରେ ରହିଥାଏ ।
  • ଯଦି କୁଣ୍ଡଳୀରେ ଚନ୍ଦ୍ର ପାପ ଗ୍ରହ ଦ୍ୱାରା ପୀଡିତ ଥାଆନ୍ତି ତେବେ ଶନି ସପ୍ତମ ଭାଗରେ ଥିଲେ ବ୍ୟକ୍ତି ମାନସିକ ଦୁଃଶ୍ଚିନ୍ତାରେ ଦିନ କାଟେ ।
  • ଶନି ଏବଂ ରାହୁ ଲଗ୍ନ ଅର୍ଥାତ ପ୍ରଥମ ଭାଗରେ ରୁହନ୍ତି ତେବେ ବ୍ୟକ୍ତିଙ୍କୁ ଖରାପ ଶକ୍ତି କବଳିତ କରେ । ଲଗ୍ନ ଭାଗରେ ସ୍ୱାମୀ ବା ଚନ୍ଦ୍ର ସହ ରାହୁ ଲଗ୍ନରେ ରୁହେ ତେବେ ଅଶୁଭ ଯୋଗ ଦେଖିବାକୁ ପଡିପାରେ ।
  • କୁଣ୍ଡଳୀରେ ଶନି, ରାହୁ, କେତୁ କିମ୍ବା ମଙ୍ଗଳ ମଧ୍ୟରୁ କୌଣସି ବି ଗ୍ରହ ସପ୍ତମ ଭାଗରେ ରହିଥାନ୍ତି ତେବେ ବ୍ୟକ୍ତି ଉପରେ ନକରାତ୍ମକ ଶକ୍ତି ପଡିଥାଏ ।
  • କାହା କୁଣ୍ଡଳୀରେ ଶନି-ମଙ୍ଗଳ-ରାହୁଙ୍କ ରାଜୁତି ଥାଏ ତେବେ ବ୍ୟକ୍ତି କୁଶକ୍ତି ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ରହିଛି ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More