Only for Entertainment

ହାଇ-ହିଲ୍ସ ପିନ୍ଧୁଛନ୍ତି କି ? ପିନ୍ଧିବା ପୂର୍ବରୁ ଜାଣିରଖନ୍ତୁ ଏହି କଥା ।

New York Post
20

ଷ୍ଟାଇଲିଷ୍ଟ, ଗ୍ଳାମର ଦେଖାଯିବା ପାଇଁ ଯଦି ଆପଣ ହାଇ-ହିଲ୍ସ ପିନ୍ଧୁଛନ୍ତି ତେବେ ଏହା ପିନ୍ଧିବା ପୂର୍ବରୁ ଶରୀର ପ୍ରତି କିଭଳି ପ୍ରଭାବ ପଡିଥାଏ ତାହା ଜାଣିବା ନିହାତି ଆବଶ୍ୟକ । ହିଲ୍ସ ପିନ୍ଧିଲେ ଷ୍ଟାଇଲିଷ୍ଟ ଲାଗିଥାଏ । ମାତ୍ର ଯେହେତୁ ହିଲ୍ସରେ ସକଅବଜରଭେସନ ନଥାଏ ସେଥିପାଇଁ ଏହା ପିନ୍ଧି ଚାଲିଲେ ଆଣ୍ଠୁ ଉପରେ ଅଧିକ ଚାପ ପଡିଥାଏ । ଧିରେଧିରେ ଆଣ୍ଠୁ ବିନ୍ଧା ସମସ୍ୟା ଆରମ୍ଭ ହୋଇଥାଏ ।

high-heels

ଏହା ସହିତ ଅନେକ ମହିଳାମାନେ ଅଣ୍ଟା ବିନ୍ଧାର ସମସ୍ୟାରେ ପଡିଥାନ୍ତି । ବିଭିନ୍ନ କାରଣ ମଧ୍ୟରୁ ଅଣ୍ଟା ବିନ୍ଧାର ଅନ୍ୟତମ କାରଣ ହେଉଛି ହିଲ୍ସ ପିନ୍ଧିବା । ଏହା ପିନ୍ଧିବା ସମୟରେ ଶରୀରର ଓଜନ ସଠିକ ଭାବେ ସମତୁଲ ହେଉନଥିବାରୁ ଶରୀରର ପଛ ଭାଗରେ ଅଧିକ ଚାପ ପଡିଥାଏ । ସେହିପରି ଅଧିକ ସମୟ ଏହା ପିନ୍ଧିଲେ ପାଦ ଏବଂ ଗୋଇଠିରେ ଯନ୍ତ୍ରଣା ମଧ୍ୟ ହୋଇଥାଏ ।

High-Heels-Side-Effects

ବୈଜ୍ଞାନିକମାନଙ୍କ ମତରେ ହାଇ-ହିଲ୍ସ ଚପଲର ଆକାର ଏପରି ଯେ ଏହି କାରଣରୁ ରକ୍ତ ପ୍ରଶାରଣ ସଠିକ ଭାବରେ ହୋଇନଥାଏ । କିଛି କିଛି ନିର୍ଦ୍ଧିଷ୍ଟ ମାମଲାରେ ଏହି କାରଣରୁ ମୁଣ୍ଡ ବିନ୍ଧା ହେଉଥିବାର ଅଭିଯୋଗ ମଧ୍ୟ ଆସୁଛି । ତେଣୁ ଅଧିକ ସମୟ ହାଇ- ହିଲ୍ସ ପିନ୍ଧିବା ଅପେକ୍ଷା ଶରୀରକୁ ତଥା ପାଦକୁ ଆରାମ ଲାଗୁଥିବା ଚପଲ ପିନ୍ଧିବା ଆବଶ୍ୟକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More