Only for Entertainment

ପୂଜାରେ କଳସ ସ୍ଥାପନା କ’ଣ ପାଇଁ କରାଯାଏ ? ଜାଣନ୍ତୁ

mybapuji
0 82

ହିନ୍ଦୁ ଧର୍ମରେ ପୂଜା କିମ୍ବା କୌଣସି ଧାର୍ମିକ ଅନୁଷ୍ଠାନରେ ଆବଶ୍ୟକୀୟ ସାମଗ୍ରୀ ବ୍ୟତୀତ ଅନେକ ବସ୍ତୁର ବ୍ୟବହାର କରାଯାଇଥାଏ ଯେପରି ପାଣି, ଫୁଲ, ଦୀପ, ଆସନ, କଳସ ଆଦିର ବିଶେଷ ମହତ୍ୱ ରହିଛି । ଭାରତୀୟ ସଂସ୍କୃତି ପ୍ରତ୍ୟେକ ଧାର୍ମିକ କାର୍ଯ୍ୟରେ କଳସ ସ୍ଥାପନା କରାଯାଇଥାଏ । ଯେ କୌଣସି ପୂଜା, ପର୍ବ ହେଉ ସର୍ବ ପ୍ରଥମେ କଳସ ସ୍ଥାପନା କରାଯାଇଥାଏ ଏହା ବ୍ୟତୀତ କୌଣସି ମଙ୍ଗଳକାର୍ଯ୍ୟ ଆରମ୍ଭ ହୋଇନଥାଏ ।

କଳସକୁ ସମସ୍ତ ବ୍ରହ୍ମାଣ୍ଡର ପ୍ରତୀକ ରୂପେ ଗ୍ରହଣ କରାଯାଏ କାରଣ ବ୍ରହ୍ମାଣ୍ଡର ଆକାର କଳସ ପରି ଗୋଲ । ଏହି କଳସ ସମସ୍ତ ସୃଷ୍ଟିର ସମାବେଶ ଏଥିରେ ସମସ୍ତ ଦେବା ଦେବୀ, ନଦୀ, ପର୍ବତ ଆଦି ଭରି ରହିଥାଏ । କଳସ ସ୍ଥାପନା କରିବାର ଏକ ବିଦ୍ଧି ରହିଛି । କଳସକୁ ପୂଜା ସ୍ଥାନରେ ଐଶାନ୍ୟ କୋଣରେ ସ୍ଥାପନା କରାଯାଇଥାଏ । ସାଧାରଣତଃ ତମ୍ବା ପାତ୍ରକୁ କଳସ ରୂପେ ବ୍ୟବହାର କରାଯାଇଥାଏ । ଯଦି ଏହା ଉପଲବ୍ଧ ନହୁଏ ତାହାଲେ ଆପଣ ମାଟିର ପାତ୍ର ବ୍ୟବହାର କରିପାରିବେ । କଳସକୁ ଭୂମି ଉପରେ ରଖିବା ଅନୁଚିତ । ଏହାକୁ ରଖିବା ପୂର୍ବରୁ ଭୂମିକୁ ଶୁଦ୍ଧ କରିବା ଆବଶ୍ୟକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More