Only for Entertainment

ପ୍ରେମ ଚୋପ୍ରାଙ୍କ ଜ୍ୱାଇଁ ହେଉଛନ୍ତି ଏହି ଅଭିନେତା,ଅମେଜିଙ୍ଗ ଥିଲା ତାଙ୍କ ଲଭଷ୍ଟୋରୀ ।

readmeindia
0 56

ଶରମନ ଯୋଶୀ ଫିଲ୍ମ ଦୁନିଆର ଜଣେ ଜଣାଶୁଣା ନାମ । ସେ ତାଙ୍କର ସୁନ୍ଦର ଅଭିନୟ ମାଧ୍ୟମରେ ଲୋକଙ୍କୁ ଖୁବ ହସାଇଥାନ୍ତି । ଫିଲ୍ମରେ ତ ଶରମନ ନଜର ଆସନ୍ତି କିନ୍ତୁ ଲାଇମଲାଇଟ ଠାରୁ ସେ ନିଜକୁ ଦୂରେଇ ରଖିବାକୁ ପସନ୍ଦ କରନ୍ତି । ଶରମନ ୨୮ ଅପ୍ରଲରେ ୧୯୭୯ରେ ଏକ ଗୁଜୁରାଟୀ ପରିବାରରେ ଜନ୍ମ ହୋଇଥିଲେ ।

 

ଶରମନ ପ୍ରେମ ଚୋପ୍ରାଙ୍କ ଝିଅ ପ୍ରେରଣାଙ୍କୁ ୨୦୦୦ରେ ବିବାହ କରିଥିଲେ । ଦୁଇଜଣଙ୍କ ସାକ୍ଷାତ କଲେଜରେ ହୋଇଥିଲା ଏବଂ ପ୍ରଥମ ଦେଖାରେ ଦୁଇଜଣ ଉଭୟଙ୍କୁ ପସନ୍ଦ କରିଥିଲେ । ପ୍ରଥମେ ଦୁଇଜଣ ଭଲ ବନ୍ଧୁ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ବନ୍ଧୁତା ପ୍ରେମରେ ବଦଳିଥିଲା । ୧୯୯୯ରେ ଦୁଇଜଣ ଡେଟିଂ ଆରମ୍ଭ କରିଥିଲେ । ୧୫ ଜୁନ ୨୦୦୦ ମସିହାରେ ବିବାହ କରିଥିଲେ । ଦୁଇଜଣଙ୍କ ବିବାହ ଗୁଜୁରାଟୀ ରିତି ନୀତି ଅନୁସାରେ ହୋଇଥିଲା । ଏକ ଇଂଟରଭ୍ୟୁରେ ସେ କହିଥିଲେଯେ ସେ ଦୁଇ ଜଣ କେହି କାହାକୁ ପ୍ରପୋଜ କରିନଥିଲେ,କାରଣ ସେମାନେ ଜାଣିଥିଲେଯେ ଦୁଇଜଣ ପରସ୍ପରକୁ ଭଲ ପାଆନ୍ତି ।

 


୨୦୦୫ରେ ତାଙ୍କର ଏକ କନ୍ୟା ହୋଇଥଇଲା,ଯାହାର ନାମ ଖ୍ୟାନା । ୨୦୦୯ରେ ତାଙ୍କର ଦୁଇଟି ଯାଆଁଳା ପୁଅ ହୋଇଥିଲେ । ସେମାନଙ୍କର ନାମ ବାରୟନ ଏବଂ ବିହାନ ।

 

ଶରମନ ୧୯୯୯ରେ ଫିଲ୍ମ ‘ଗଡ଼ ମଦର’ରେ ଡେବ୍ୟୁ କରିଥିଲେ । କିନ୍ତୁ ୨୦୦୧ରେ ସେ ଫିଲ୍ମ ‘ଷ୍ଟାଇଲ’ରେ ପରିଚିତ ହୋଇଥିଲେ । ୨୦୦୯ରେ ସେ ଅମୀର ଖାନଙ୍କ ସହିତ ଫିଲ୍ମ ‘ଥ୍ରି ଇଡିଅଟସ’ରେ କାମ କରିଥିଲେ । ଫିଲ୍ମ ସୁପରହିଟ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More