Only for Entertainment

କୌଣସି ଫିଲ୍ମଠାରୁ କମ ନୁହେଁ କଣ୍ଠଶିଳ୍ପୀ ଶାନ୍‌ଙ୍କ ପ୍ରେମ କାହାଣୀ

njpac
0 27

ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି କଣ୍ଠଶିଳ୍ପୀ ଶାନ୍‌ । ନିଜ ସ୍ୱରର ଯାଦୁରେ ସେ ଭାରତରେ ଲୋକପ୍ରିୟ ହେବା ସହ କେବଳ ହିନ୍ଦୀ ନୁହେଁ ବରଂ ବେଙ୍ଗଲି,ମରାଠୀ,ଉର୍ଦ୍ଦୁ,ତେଲୁଗୁ ଏବଂ କନ୍ନଡ଼ ଭାଷାରେ ଗୀତ ଗାଇ ସେ ନିଜକୁ ପ୍ରମାଣିତ କରିଛନ୍ତି । ଶାନ୍‌ଙ୍କ ଅସଲ ନାମ ଶନ୍ତନୁ ମୁଖାର୍ଜୀ ହୋଇଥିବା ବେଳେ ଆଜି ଆମେ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡ଼ିତ ଏକ ବଡ଼ ତଥ୍ୟ ପ୍ରଘଟ କରିବାକୁ ଯାଉଛୁ ।

୧୭ବର୍ଷ ବୟସରେ ସେ ଗୀତ ଗାଇବା ଆରମ୍ଭ କରିଥିବା ବେଳେ ବିଭିନ୍ନ ବିଜ୍ଞାପନ ପାଇଁ ଜିଙ୍ଗଲ୍‌ସ ଲେଖିବା ଆରମ୍ଭ କରିଥିଲେ ଶାନ୍‌ । ୨୦୦୦ ମସିହାରେ ସେ ନିଜ ପ୍ରେମିକା ରାଧିକାଙ୍କୁ ବିବାହ କରିଥିବା ବେଳେ ଏବେ ସେ ଦୁଇଟି ସନ୍ତାନର ବାପା ବୋଲି ଜଣାପଡ଼ିଛି । ତେବେ ଯଦି ଦୁହିଁଙ୍କ ପ୍ରେମ କାହାଣୀ କଥା କହିବା ରାଧିକାଙ୍କୁ ୧୭ ଏବଂ ଶାନ୍‌ଙ୍କୁ ୨୪ ବର୍ଷ ବୟସ ହୋଇଥିବା ସମୟରେ ଦୁହେଁ ପ୍ରଥମେ ଦେଖା ହୋଇଥିଲେ ।

କିଛି ଦିନର ବନ୍ଧୁତା ପରେ ଦିନେ ଦୁହେଁ ଏକା ସାଙ୍ଗରେ ସମୁଦ୍ର କୂଳକୁ ବୁଲି ଯାଇଥିଲେ । ସେ ସମୟରେ ଶାନ୍‌ ଆଣ୍ଠୁମାଡ଼ି ବସିବା ସହ ଏ ସାଗର,ଏ ଆକାଶ ଏବଂ ଏ ପବନ ସାକ୍ଷୀ ଅଛନ୍ତି,କ’ଣ ତୁମେ ମୋତେ ବିବାହ କରିବ? ଶାନ୍‌ଙ୍କଠାରୁ ଏହି ପ୍ରଶ୍ନ ଶୁଣି ତୁରନ୍ତ ହଁ ଭରିଥିଲେ ରାଧିକା ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More