Only for Entertainment

କ୍ଷୀର ଅସଲି କି ନକଲି କିପରି ଜାଣିବେ ।

USA Today
0 26

କ୍ଷୀର ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ । ଏଥିରେ ସମସ୍ତ ଭିଟାମିନ ଖୁବ ପରିମାଣରେ ଭରି ରହିଥାଏ ।

ନେଦରଲ୍ୟାଣ୍ଡର ଏକ ନାମୀ କମ୍ପାନୀ କ୍ଷୀର ପ୍ୟାକେଟ୍ ଅପମିଶ୍ରଣରେ ଅଭିଯୁକ୍ତ ହୋଇଛି। ସ୍ଥାନୀୟ ଅଞ୍ଚଳରେ କମ୍ପାନୀ ୬୧ ବର୍ଷ ହେବ ଗ୍ରାହକଙ୍କୁ ଶୁଦ୍ଧ କ୍ଷୀର ପ୍ୟାକେଟ୍ ବିକ୍ରି କରୁଥିବାର ପ୍ରତିଶ୍ରୁତି ଦେଉଥିଲା। ବିଶେଷଜ୍ଞ ଦଳ ହିଁ ଏହାର ସତ୍ୟାସତ୍ୟ ଉନ୍ମୋଚନ କରିଛନ୍ତି। ସାଧାରଣ ବର୍ଗର ଲୋକେ କେତୋଟି ଦିଗ ପ୍ରତି ଦୃଷ୍ଟିଦେଲେ ହିଁ କ୍ଷୀର ପ୍ୟାକେଟ୍‌ ଅପମିଶ୍ରଣ ସମ୍ପର୍କରେ ଜାଣିପାରିବେ।

ପ୍ୟାକେଟ୍ ଖୋଲିବା ପରେ ଚାମଚେ କ୍ଷୀର ନେଇ ଭଲଭାବେ ଆଘ୍ରାଣ କରନ୍ତୁ। ସାବୁନ୍ ପରି ବାସ୍ନା ଆସିଲେ, ତାହା ଅପମିଶ୍ରିତ ବୋଲି ଜାଣିନେବେ।

ସାମାନ୍ୟ କ୍ଷୀର ପାପୁଲିରେ ନେଇ ଚାଖନ୍ତୁ। ଶୁଦ୍ଧ କ୍ଷୀର ସାମାନ୍ୟତମ ମିଠା ସ୍ବାଦ ଦେଇଥାଏ।

କେତେକ କମ୍ପାନୀ କ୍ଷୀରରେ ଲୁଗାସଫା ପାଉଡର ମିଶ୍ରଣ କରୁଥିବାର ପ୍ରମାଣିତ ହୋଇଛି। ପ୍ୟାକେଟ୍ ଖୋଲି କ୍ଷୀରକୁ ଏକ ପାତ୍ରରେ ରଖନ୍ତୁ। କିଛି ସମୟ ପାତ୍ରକୁ ହଲାନ୍ତୁ, ଏପରି କଲେ ଯଦି ଖୁବ୍ ଫେଣ ବାହାରୁଛି ଜାଣିନେବେ ଏହା ଅପମିଶ୍ରିତ କ୍ଷୀର।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More