Only for Entertainment

ଫିଲ୍ମକୁ ଆସିବା ପୂର୍ବରୁ ଚା ଆଣିବା ଏବଂ ସିଟ ଲଗାଇବା ଭଳି କାମ କରୁଥିଲେ ରଣବୀର ସିଂ ।

indiatoday.in
0 45

ବଲିଉଡର ବାଜିରାଓ ରଣବୀର କସିଂଙ୍କର ଆଜି ହେଉଛି ୩୩ ତମ ଜନ୍ମଦିନ । ୬ ଜୁଲାଇ ୧୯୮୫ରେ ମୁମ୍ବାଇରେ ସେ ଜନ୍ମ ହୋଇଥିଲେ । ସେ ୨୦୧୦ରେ ଫିଲ୍ମ ‘ବ୍ୟାଣ୍ଡ ବାଜା ବାରାତ’ରୁ ଡେବ୍ୟୁ କରିଥିଲେ । ତାଙ୍କର ପୂରାନାମ ହେଉଛି ରଣବୀର ସିଂ ଭବନାନୀ । ତେବେ ବଲିଉଡରେ ପାଦ ଦେବା ପୂର୍ବରୁ ସେ ତାଙ୍କ ନାମ ବଦଳାଇବାକୁ ଚାହୁଁଥିଲେ । କିନ୍ତୁ ପରେ ନିଜର ନିଷ୍ପତ୍ତି ବଦଳାଇ ଦେଇଥିଲେ ।

ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ରଣବୀରଙ୍କ ସଂପର୍କ ବହୁ ପୁରୁଣା । କିନ୍ତୁ ଜଣେ ଆକ୍ଟର ହେବା କଥା ସେ କେବେ ମଧ୍ୟ ଭାବିନଥିଲେ । ଏକ ଇଂଟରଭ୍ୟୁରେ ସେ କହିଥିଲେଯେ ସେ ଆମେରିକାରେ ମାସ କମ୍ୟୁନିକେସନ ପଢିବା ପାଇଁ ଯାଇଥିଲେ । ପ୍ରଥମେ ସେ କଂଟେଟ ରାଇଟର ହେବାକୁ ଚାହୁଁଥିଲେ । କିନ୍ତୁ କ୍ଲାସରେ ସେ ଫିଲ୍ମ ଦିୱାରର ଡାଏଲଗ କହିଥିଲେ ଏବଂ ତାଙ୍କ ଅଭିନୟୁ ଖୁବ ପ୍ରଶଂସା କରାଯାଇଥିଲା । ସେହି ଦିନଠାରୁ ସେ ଭାବିଲେଯେ ସେ ଫିଲ୍ମରେ ଅଭିନୟ କରିବେ ।
ଆମେରିକାରୁ ଫେରିବା ପରେ ସେ ୩ ବର୍ଷ ପର୍ଯ୍ୟନ୍ତ ଷ୍ଟ୍ରଗଲ କଲେ । ଏହା ଦ୍ୱାରା ସେ ଏକ ଆଡ ଏଜେନ୍ସିରେ ଆସିଷ୍ଟାଂଟ ଡାଇରେକ୍ଟରର କାମ କଲେ । ପରେ ସେ ଥିଏଟରରେ ଯୋଗ ଦେଲେ । ତେଣୁ ତାଙ୍କୁ ବ୍ୟାକଷ୍ଟେଜରେ ମଧ୍ୟ କାମ କରିବାକୁ ପଡ଼ୁଥିଲା । ଯେପରିକି ଚା ଆଣିବା,ସିଟ ଲଗାଇବା ଓ ରିହର୍ସ କରାଇବା ଆଦି କାମ । ଏହି ସମୟରେ ସେ ଫିଲ୍ମରେ କାମ କରିବାକୁ ମଧ୍ୟ ଖୋଜୁଥିଲେ ।

ଏହାପରେ ଆଦିତ୍ୟ ଚୋପ୍ରା ୟଶରାଜ ଫିଲ୍ମର ‘ବ୍ୟାଣ୍ଡ ବାଜା ବାରାତ’ରେ ବ୍ରେକ ଦେଇଥିଲେ । ତାଙ୍କ ବିପକ୍ଷରେ ନଜର ଆସିଥିଲେ ଅନୁଷ୍କା ଶର୍ମା । ନିଜ ଡେବ୍ୟୁ ଫିଲ୍ମ ପୂର୍ବରୁ ସେ ୩ଟି ଫିଲ୍ମକୁ ମନା କରି ଦେଇଥିଲେ,କାରଣ ସେ ତାଙ୍କର ସୁପରହିଟ ଦେବାକୁ ଚାହୁଁଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More