Only for Entertainment

ପ୍ରିନ୍ସ ହ୍ୟାରୀ ଏବଂ ମେଗନଙ୍କ ବିବାହ ଆଜି, ମେଗନଙ୍କ ଗାଉନ ଦାମ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

royal
0 66

ଲଣ୍ଡନର ପ୍ରିନ୍ସ ହ୍ୟାରୀ ଏବଂ ହଲିଉଡ ଅଭିନେତ୍ରୀ ମେଗନ ମର୍କେଲ ୧୯ ମଇ ଅର୍ଥାତ ଆଜି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଦୁହେଁ ପରସ୍ପରକୁ ଗତ ଏକ ବର୍ଷ ହେବ ଡେଟ କରୁଥିଲେ । ଖବର ଅନୁସାରେ ଏହି ରୟାଲ ୱେଡିଂ ପାଇଁ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ମଧ୍ୟ ନିମନ୍ତ୍ରଣ ମିଳିଛି ।

ଖବର ଅନୁସାରେ ଏହି ବିବାହ ଦୁନିଆର ସବୁଠାରୁ ମହଙ୍ଗା ବିବାହ ମଧ୍ୟରେ ଏକ ହେବ । ଏହି ବିବାହରେ ଫୁଲ ଠାରୁ ଆରମ୍ଭ କରି ଖାଦ୍ୟ ଏବଂ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।

Britain Royal Wedding Dress

ତେବେ ମେଗନଙ୍କ ବିବାହ ଗାଉନର ଦାମ ଶୁଣିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ । ମେଗନ ବିବାହରେ ୨୦୦କୋଟିର ଗାଉନ ପିନ୍ଧିବେ । ଆଜ୍ଞା ହଁ ମେଗାନ ବିବାହ ସମୟରେ ୨୦୦ କୋଟିରେ ପ୍ରସ୍ତୁତ ଏକ ହ୍ୱାଇଟ ଗାଉନ ପିନ୍ଧିବେ ।

ବିବାହ ପାଇଁ ୬୦୦ ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ରିସେପସନ ଏବଂ ବିବାହରେ ମୋଟ ୨୬୪୦ ଲୋକ ସାମିଲ ହେବେ । ୧୦୦୦ ବର୍ଷରୁ ସାହି ପରିବାରର ମହଲ ଥିବା ୱିଣ୍ଡସର କ୍ୟାସଲରେ ବିବାହ ଅନୁଷ୍ଠିତ ହେବ ।

ବିବାହ ପାଇଁ ୨୦ଟି ସଲଭର କୋଟେଡ ଟ୍ରମ୍ପେଟ ଅଣାଯାଇଛି । ଏହାର ମୁଲ୍ୟ ରହିଛି ୮୨ ଲକ୍ଷ ଟଙ୍କା । ଏହି ମ୍ୟୁଜିକାଲ ଯନ୍ତ୍ରକୁ ବିବାହ ସମୟରେ ବ୍ୟବହାର କରାଯିବ । ଏହାସହିତ ବିବାହ ପାଇଁ ୪୫ ଲକ୍ଷର କେକେ ଅର୍ଡର କରାଯାଇଛି । ଲଣ୍ଡନର ୱାଇଲେଟ ବେକରୀ ଏହି କେକ୍ ପ୍ରସ୍ତୁତ କରିଛନ୍ତି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More