Only for Entertainment

ତୈମୁରଙ୍କ ଯତ୍ନ ନେଉଥିବା ଏହି ମହିଳାଙ୍କ ଦରମା କେତେ ଜାଣିଲେ ଆପଣଙ୍କ ହୋଶ ଉଡ଼ିଯିବ ।

india.com
0 54

ବଲିଉଡ୍‌ରେ ଅଭିନେତ୍ରୀ କରୀନା କପୁର ଏବଂ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଲୋକପ୍ରିୟତା କେତେ ତାହା ସମସ୍ତଙ୍କୁ ଜଣା । ଏହି ଦୁଇ କଳାକାରଙ୍କ ଲୋକପ୍ରିୟତା ଏବେ ତାଙ୍କ ପୁଅ ତୈମୁରଙ୍କୁ ମିଳିବାରେ ଲାଗିଛି । କୌଣସି ଫିଲ୍ମ ନ କରି ମଧ୍ୟ ସେ ସମସ୍ତଙ୍କର ଲାଡ଼୍‍ଲା ବନି ପାରିଛନ୍ତି । କିନ୍ତୁ ତୈମୁରଙ୍କ ସହ ରହି ରହି ତାଙ୍କର ଯତ୍ନ ନେଉଥିବା ନାନି ମଧ୍ୟ ଆଜି ସେଲିବ୍ରିଟି ବନି ପାରିଛନ୍ତି । କୌଣସି ଫିଲ୍ମରେ ଅଭିନୟ ନ କରି ମଧ୍ୟ ସେ ଆଜି ତୈମୁରଙ୍କ ନାନି ହିସାବରେ ଚାରି ଆଡ଼େ ଜଣାଶୁଣା । ତେବେ ଆଜି ଆମେ ତୈମୁରଙ୍କ ନାନିଙ୍କ ବିଷୟରେ କିଛି ଖାସ୍‌ କଥା ଜଣାଇବାକୁ ଯାଉଛୁ ।

ସୂଚନା ମୁତାବକ, ତୈମୁରଙ୍କ ସହ ୨୪ ଘଣ୍ଟା ରହୁଥିବା ନାନିଙ୍କ ନାମ ସାବିତ୍ରୀ ବୋଲି ଜଣା ପଡ଼ିଛି । ସାରା ଦିନ ତୈମୁରଙ୍କ ଯତ୍ନ ନେବା ପାଇଁ ତାଙ୍କ ମାସିକ ୧.୫ଲକ୍ଷ ଟଙ୍କା ମିଳିଥାଏ । ଯଦି କେବେ ସେ ଅଧିକ କାମ କରୁଛନ୍ତି ତେବେ ତାଙ୍କୁ ମାସିକ ୧.୭୫ଲକ୍ଷ ଟଙ୍କା ଦିଆ ଯାଇଥାଏ । ଏହା ସହ ତାଙ୍କୁ ଏକ କାର୍‌ ମଧ୍ୟ ଦିଆଯାଇଛି । ଯେଉଁଥିରେ ସେ ତୈମୁରଙ୍କୁ ବିଭିନ୍ନ ସ୍ଥାନ ବୁଲାଇବାକୁ ନେଇ ପାରିବେ । କରୀନା ଏବଂ ସୈଫ୍‌ଙ୍କ ପୁଅ ତୈମୁରଙ୍କୁ ସମ୍ଭାଳିବା ପାଇଁ ଜୁହୁରେ ଥିବା ଏକ ଏଜେନ୍ସି ସାବିତ୍ରୀଙ୍କୁ ବାଛିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More