Only for Entertainment

ଦୀପବୀରଙ୍କ ବିବାହ ଫଟୋକୁ ଅପେକ୍ଷା କରି ଥକିଗଲେ ସ୍ମୃତି ଇରାନୀ,ଫଟୋରେ ଦେଖାଇଲେ ହାଲ ।

indiatvnews.com
25

ବଲିଉଡର ହିଟ କପଲ ଦୀପିକା ପାଦୁକୋନ ଏବଂ ରଣବୀର କପୁରଙ୍କ ବିବାହ ଗତକାଲି ୧୪ ନଭେମ୍ବରକୁ କୋଙ୍କଣି ରୀତିନୀତିରେ ସମ୍ପନ୍ନ ହୋଇଛି ।ଫ୍ୟାନ୍ସ ଏହି କପଲଙ୍କ ଫଟୋ ଦେଖିବା ପାଇଁ ଅପେକ୍ଷା କରି କରି ଥକିଗଲେଚଡ଼ା ସିକ୍ୟୁରିଟି ପରେ ମଧ୍ୟ ଦୁଇ ଜଣଙ୍କ ବିବାହର କିଛି ଫଟୋ ସାମ୍ନାକୁ ଆସିଥିଲା । କିନ୍ତୁ ତାହା ଖୁବ ଦୂରରୁ । ତେବେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଫଟୋ ଆସିଲା ନାହିଁ ଯାହାକୁ ଦେଖିବା ପାଇଁ ଦର୍ଶକ ଅପେକ୍ଷା କରିଛନ୍ତି ।

ନବବିବାହିତ କପଲଙ୍କ ଫଟୋ ଦେଖିବା ପାଇଁ ଅପେକ୍ଷା କରିଥିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ,କିନ୍ତୁ ଶେଷରେ ତାଙ୍କ ହାଲ ମଧ୍ୟ ବେହାଲ । ଅପେକ୍ଷା କରି କରି କ୍ଲାନ୍ତ ହୋଇଗଲେ କେନ୍ଦ୍ରମନ୍ତ୍ରୀ ।ଫଟୋ ଅପେକ୍ଷାରେ ତାଙ୍କ ଅବସ୍ଥା କିପରି ହୋଇଗଲା ତାହାକୁ ଦର୍ଶାଇବାକୁ ସେ ଏକ ଫଟୋ ପୋଷ୍ଟ କରିଛନ୍ତି ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ।

 

 

View this post on Instagram

 

#when you have waited for #deepveer #wedding #pics for too longgggg ?‍♀️

A post shared by Smriti Irani (@smritiiraniofficial) on

ଆଜି ଦୀପବୀରଙ୍କ ବିବାହ ସିନ୍ଧି ରୀତିନୀତିରେ ହେବ ।ଏହାପରେ ଦୁଇ ଜଣ ଭାରତରେ ସାନଦାର ରିସେପସନ ପାର୍ଟି ଦେବେ ।୨୧ ନଭେମ୍ବରକୁ ଦୀପିକାଙ୍କ ହୋମଟାଉନ ବାଙ୍ଗାଲୁରୁ ଏବଂ ୨୮ରେ ହୋଟେଲ ଗ୍ରାଣ୍ଡ ହୟାତରେ ଦ୍ୱିତୀୟ ରିସେପସନ ପାର୍ଟି ଦିଆଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More