Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ନିଆରା କଙ୍କଡା ବରା ।

0 56

ଆବଶ୍ୟକ ସାମଗ୍ରୀ: କଙ୍କଡ଼ା, କଟା ପିଆଜ, ହଳଦୀ, ଚାଉଳ ଗୁଣ୍ଡ, ଅଦା,ରସୁଣ ଓ କଞ୍ଚା ଲଙ୍କା ପେଷ୍ଟ୍‌, ତେଲ, ବୁଟ, ଲୁଣ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଙ୍କଡ଼ାକୁ ଭଲ ଭାବେ ଧୋଇ ଭାଙ୍ଗି ଦିଅନ୍ତୁ। ଏବେ ଚୁଲିରେ ଏକ କଡ଼େଇ ବସାଇ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହେବା ପରେ ସେଥିରେ ଭଙ୍ଗା ଯାଇଥିବା କଙ୍କଡ଼ାକୁ ପକାନ୍ତୁ। ସେଥିରେ ଲୁଣ ଓ ହଳଦୀ ପକାଇ ଭଲ ଭାବେ ଭାଜନ୍ତୁ।

କଙ୍କଡ଼ା ଭଲ ଭାବେ ଭାଜି ହୋଇଯିବା ପରେ ତାକୁ ଏକ ପାତ୍ରକୁ କାଢ଼ି ଛେଚି ଗୁଣ୍ଡ କରି ଦିଅନ୍ତୁ। ତା’ପରେ ଭିଜା ବୁଟରେ ଅଦା, ରସୁଣ, ପିଆଜ ଓ କଞ୍ଚାଲଙ୍କା ପକାଇ ବାଟି ଦିଅନ୍ତି। ଆଉ ଏହାକୁ ଛେଚା ହୋଇଥିବା କଙ୍କଡ଼ାରେ ପକାଇ ଦିଅନ୍ତୁ। ଏହା ପରେ ଏଥିରେ ଚାଉଳ ଗୁଣ୍ଡ, କଟା ପିଆଜ, ଅଦା-ରସୁଣ ପେଷ୍ଟ୍‌, ସ୍ୱାଦ ଅନୁସାରେ ଲୁଣ ଓ ହଳଦୀ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।

ଏବେ ଚୁଲିରେ କଡ଼େଇ ବସାଇ ସେଥିରେ ତେଲ ଢାଳନ୍ତୁ। ତେଲ ଗରମ ହୋଇଗଲା ପରେ ବିଭିନ୍ନ ମସଲା ଏବଂ ବୁଟ ବଟା ଓ ଚାଉଳ ଗୁଣ୍ଡ ଦ୍ୱାରା ଗୋଳାଯାଇ ରଖାଯାଇଥିବା କଙ୍କଡ଼ା ଛେଚାକୁ ବରା ଆକୃତିର କରି ତେଲରେ ଛାଡ଼ି ଦିଅନ୍ତୁ।

ମନେ ରଖିବେ ଏହାକୁ ତେଲରେ ଛଣା ଯିବନି। କେବଳ ଏପଟ ସେପଟ ଓଲଟାଇ ଭଜା ହେବ। ତେଣୁ କଡ଼େଇରେ ଏକା ଥରକେ ଅଧିକ ତେଲ ଢାଳନ୍ତୁ ନାହିଁ। ଭାଜି ହୋଇଗଲା ପରେ ବରାଗୁଡ଼ିକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କଙ୍କଡ଼ା ବରା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More