Only for Entertainment

ଘରର ସ୍ଥିତିରୁ ଜାଣନ୍ତୁ ବାସ୍ତୁ ଦୋଷ ।

new.abb.com
0 37

ଘରେ କୌଣସି ନା କୌଣସି କାରଣରୁ ଝଗଡ଼ା ହୋଇଥାଏ। ଏହାର ମୁଖ୍ୟ କାରଣ ବାସ୍ତୁ ଦୋଷ ଅଟେ। ଆମ ଜୀବନରେ ବାସ୍ତୁର ବହୁ ପ୍ରଭାବ ରହିଛି। ଏହାର ପ୍ରଭାବ ଯୋଗୁଁ ପରିବାର ମଧ୍ୟରେ କଳହ ହୋଇଥାଏ। କିଛି ଉପାୟ ମାଧ୍ୟମରେ ଆମେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା। ଜାଣନ୍ତୁ ତାହା କଣ ….

ବାସ୍ତୁ ଶାସ୍ତ୍ରରେ ଐଶାନ୍ୟ କୋଣର ଖୁବ ମହତ୍ତ୍ୱ ରହିଛି । ଏହି କୋଣ ବହୁ ଶୁଭ ବୋଲି ମଧ୍ୟ ମାନ୍ୟତା ରହିଛି । ଗୃହର ଏହି ସ୍ଥାନ ଅଧିକ ଉଚ୍ଚ ହେବା ଉଚିତ ନୁହେଁ। ଏପରି ଥିଲେ ପିତା-ପୁତ୍ର ମଧ୍ୟରେ ସର୍ବଦା କଳହ ହୋଇଥାଏ।

ଘରର ଉତ୍ତର – ପୂର୍ବ କୋଣରେ ଷ୍ଟୋର ରୁମ୍‍ ରହିବା ଉଚିତ ନୁହେଁ। ଏପରି ହେଲେ ପରିବାର ମଧ୍ୟରେ ସର୍ବଦା ମତଭେଦ ହୋଇଥାଏ।

ବାସ୍ତୁ ଅନୁଯାୟୀ ଉତ୍ତର – ପୂର୍ବ ଦିଗରେ ରୋଷେଇ ଘର କିମ୍ବା ଗାଧୁଆ ଘର ରହିବା ଉଚିତ ନୁହେଁ। ଏହା ଦ୍ୱାରା ଆର୍ଥିକ ସମସ୍ୟା ଲାଗି ରହିଥାଏ। ଐଶାନ୍ୟ କୋଣରେ ବିଦ୍ୟୁତ୍‍ ସାମଗ୍ରୀ ରଖିବା ଆବଶ୍ୟକ ନୁହେଁ।
ଗୃହର ସମ୍ମୁଖରେ ଅଳିଆ ପାତ୍ର (ଡ଼ଷ୍ଟବିନ) ରଖିବା ଉଚିତ ନୁହେଁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More