Only for Entertainment

ଇଣ୍ଡିଆଜ ଗଟ ଟ୍ୟାଲେଂଟର ବିଜେତା ହେଲେ ଏହି ପ୍ରତିଯୋଗୀ ।

The Indian Express
28

ଗତକାଲି ଇଣ୍ଡିଆଜ ଗଟ ଟ୍ୟାଲେଂଟ ତାହାର ବିଜେତାକୁ ପାଇ ସାରିଛି । ଗ୍ରାଣ୍ଡ ଫିନାଲେରେ ଜଣକ ପରେ ଜଣେ ସମସ୍ତ ପ୍ରତିଯୋଗୀ ଦେଇଥିଲେ ଧମାକାଦାର ପର୍ଫମାନ୍ସ । ଶେଷରେ ୫ଟି ପ୍ରତିଯୋଗୀ ଗ୍ରାଣ୍ଡ ଫିନାଲେକୁ ଯାଇଥିଲେ । ଏହାପରେ ଚାଲିଥିଲା ଜବରଦସ୍ତ ପର୍ଫମାନ୍ସ । ଶେଷରେ ଏଭଳି କିଛି ହେଲା ଯାହା ଇଣ୍ଡିଆଜ ଗଟ ଟ୍ୟାଲେଂଟ ଇତିହାସରେ ପ୍ରଥମ ଥର ହେଲା । ଆଜ୍ଞା ହଁ ଦୁଇ ପ୍ରତିଯୋଗୀଙ୍କ ମଧ୍ୟରେ ଟାଏ ହେଲା । ଯାହା ଦ୍ୱାରା ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଏମାନଙ୍କ ମଧ୍ୟରେ କିଭଳି ବିଜେତା ଚୟନ ହେବ ତାହାକୁ ନେଇ ସମସ୍ତଙ୍କ ମନରେ ସନ୍ଦେହ ଜାତ ହେଲା । ତେବେ ଏହି ମଧ୍ୟରେ ସନ୍ଦେହ ଦୂର କଲେ ଜଜ କରଣ ଜୋହର । ବିଚାରକ ଏବଂ ଜନତାଙ୍କ ଭୋଟ ମଧ୍ୟରେ ତୁଳନା କରାଗଲା । ଯେତେବେଳେ କୌଣସି ଟାଏ ହୁଏ ସେହି ସମୟରେ ଯେଉଁ ପ୍ରତିଯୋଗୀଙ୍କୁ ଜନତା ଅଧିକ ଭୋଟ ଦେଇଥାନ୍ତି ସେହି ପ୍ରତିଯୋଗୀ ବିଜେତା ହୋଇଥାନ୍ତି । ଏଠାରେ ମଧ୍ୟ ସେହି ଘଟଣା ଦେଖିବାବୁ ମିଳିଲା । ମ୍ୟାଜିକ ଦେଖାଉଥିବା ମୁମ୍ବାଇର ଜାଭେଦ ଖାନ ହେଲେ ଇଣ୍ଡିଆଜ ଗଟ ଟ୍ୟାଲେଂଟର ପ୍ରତିଯୋଗୀ ।ଯାହାକୁ ଦର୍ଶକ ଅଧିକ ମାତ୍ରାରେ ଭୋଟ ଦେଇଥିଲେ । ଯେଉଁଥିରେ ତାଙ୍କୁ ମାରୁତୀ ସୁଜୁକୀ ଅରିନା ତରଫରୁ ଏକ କାର ମିଳିଲା ଏବଂ କଲର୍ସ ତରଫରୁ ୩୦ ଲକ୍ଷ ଟଙ୍କା ମିଳିଲା ।

ଜାଭେଦଙ୍କ ବାପା ଜଣେ ଅଟୋ ଚାଳକ କିନ୍ତୁ ଜାଭେଦ ଜଣେ ଇଂଜିନିୟର । ଗରିବ ପରିବାରରୁ ଆସିଥିବାରୁ ଲୋକମାନେ ପରିହାସ କରନ୍ତି ଜାଭେଦଙ୍କୁ, ତେଣୁ ସମସ୍ତଙ୍କ ସହିତ ଖୋଲିକରି ମିଶିବାକୁ କୁଣ୍ଠାବଦ୍ଧ କରୁଥିଲେ ଜାଭେଦ । ତଥାପି ନିଜକୁ କେବେ ମଧ୍ୟ ଛୋଟ ମନେ କରିନାହାଁନ୍ତି ଏବଂ ନିଜର ପରିଚୟ କେବେ ମଧ୍ୟ ଲୁଚାଇ ନାହାଁନ୍ତି । ତେବେ ସମସ୍ତଙ୍କ ପରିହାସର କଡ଼ା ଜୱାବ ଦେଇ ଶେଷରେ ନିଜ ବାପାମାଆଙ୍କ ନାମ ଉପରକୁ କରିଛନ୍ତି ଏବଂ ସେମାନଙ୍କୁ ମୁହଁରେ ହସ ଫୁଟାଇ ପାରିଛନ୍ତି । ତେବେ ମଂଚ ଉପରେ ଜାଭେଦଙ୍କ ବାପା ମାଆ ଜାଭେଦଙ୍କୁ କୁଣ୍ଢାଇ କାନ୍ଦିବାକୁ ଲାଗିଲେ,କାରଣ ସମାଜରେ ସମସ୍ତଙ୍କ ସମକକ୍ଷ ହୋଇ ବଂଚି ପାରିବେ ସେମାନେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More