Only for Entertainment

ଜାଣନ୍ତୁ ଆଜିର ରାଶିଫଳ ।

36

ମେଷ: ଆଜି ଆପଣଙ୍କର ଆତ୍ମବିଶ୍ବାସ ଭରି ରହିବ। ବ୍ୟବସାୟରେ ନୂଆ ଅନୁବନ୍ଧ ହୋଇପାରେ। ସାମାଜିକ ଉତ୍ସବରେ ସହଯୋଗ କରିବେ। ରାଜନୀତିରେ ପରିଧି ବଢ଼ିବ। ଛାତ୍ରଙ୍କୁ ସିନିୟରଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ କଟକଚଣ୍ତୀ।

ବୃଷ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। କୌଣସି ପୁରୁଣା ସଉଦାରୁ ଆପଣଙ୍କୁ ଲାଭ ମିଳିପାରେ। ଘରୋଇ କାମ ଲାଗି ପରିବାର ଲୋକଙ୍କ ସହିତ କଥାବାର୍ତ୍ତା କରିବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ କୀଚକେଶ୍ବରୀ।

ମିଥୁନ: ଦିନଟି ଉତ୍ସାହରେ ଭରି ରହିବ। ଆର୍ଥିକ ସମସ୍ୟାର ସମାଧାନ ହେବ। କୌଣସି ନୂଆ ବ୍ୟକ୍ତିଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। କଳାକାରଙ୍କୁ ଫିଲ୍ମର ପ୍ରସ୍ତାବ ମିଳିବ। ପାରିବାରିକ କ୍ଳେଶ ଦୂର ହେବ। ଶୁଭରଙ୍ଗ: ଲାଲ। ଆରାଧନା: ଶ୍ରୀ ଗଣେଶ।

କର୍କଟ: ଦିନଟି ଭଲ ହୋଇପାରିବ; ଯଦିଓ ଆପଣ ଅଧିକ ପରିଶ୍ରମ କରିବେ। କୋର୍ଟ କଚେରି ମାମଲାରେ ବାଧା ଉପୁଜିପାରେ। ସନ୍ଧ୍ୟା ସୁଦ୍ଧା କୌଣସି ଶୁଭ ଖବର ପାଇବେ। ଘରକୁ ଅତିଥି ଆସି ପାରନ୍ତି। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ସି˚ହ: ଧୢାନ ଯୋଗରେ ମନ‌େର ସକାରାତ୍ମକ ଶକ୍ତି ସ˚ଚାର ହେବ। ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବ। କୌଣସି ବଡ଼ କ˚ପାନିରେ ଚାକିରିର ଡାକରା ଆସିବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଦୁର୍ଗା।

କନ୍ୟା: ଦିନଟି ଠିକ୍‌ଠାକ୍‌ ରହିବ। ସକାରାତ୍ମକ ପରିବର୍ତ୍ତନ ଆପଣଙ୍କ ଜୀବନକୁ ବଢ଼ିଆ କରିବ। ବ୍ୟବସାୟ‌େର ସଉଦା ଲାଗି ରାଜ୍ୟ ବାହାରକୁ ଯିବେ। ଅଚାନକ ଧନପ୍ରାପ୍ତି ହେବ। ବିଜ୍ଞାନ ଛାତ୍ର ଆଜି କିଛି ନୂଆ ଶିକ୍ଷା ଲାଭ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସରସ୍ବତୀ।

ତୁଳା: କୌଣସି ନୂଆ କାମର ଶୁଭାରମ୍ଭ କରିବେ। ଲାଗିରହିଥିବା ବିବାଦର ସମାଧାନ ହୋଇପାରେ। ଆପଣଙ୍କ ବ୍ୟବହାର ଦେଖି ଶତ୍ରୁ ବି ମିତ୍ର ହୋଇଯିବେ। ସରକାରୀ ଚାକିରିଆଙ୍କୁ କୌଣସି କାମରେ ପ୍ରୋତ୍ସାହନ ମିଳିପାରେ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ବିଛା: ପୂଜାପାଠରେ ମନ ଅଧିକ ଲାଗି ରହିବ। ଧର୍ମ ଚର୍ଚ୍ଚାରେ ଅ˚ଶ ଗ୍ରହଣ କରିବେ। ଖୋଦ୍‌କୁ ଲୋକଙ୍କ ନଜରରେ ବଢ଼ିଆ ପ୍ରମାଣିତ କରିବେ। ଅଫିସ କାମ ସମୟ ପୂର୍ବରୁ ପୂରା ହୋଇଯିବ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଭୈରବୀ।

ଧନୁ: ଆପଣଙ୍କ ପରିଶ୍ରମ ଯୋଗୁଁ ଭଲ ଫଳାଫଳ ମିଳିପାରେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ପରିବାରରେ ଖୁସିର ମାହୋଲ ରହିବ। କଳା ଛାତ୍ରଙ୍କ ମନ ଅଧୢୟନରେ ଅଧିକ ଲାଗି ରହିବ। ଶୁଭରଙ୍ଗ: ଗୋଲାପି। ଆରାଧନା: ଶ୍ରୀ ଗଣେଶ।

ମକର: ଦିନଟି ଆପଣଙ୍କ ଲାଗି ଖୁସି ଭରା ରହିବ। ନୂଆ ଅନୁବନ୍ଧ ମିଳିବା ହେତୁ ଆର୍ଥିକ ଚିନ୍ତା ଦୂର ହେବ। କର୍ମଜୀବୀ ମହିଳାଙ୍କର ଅଫିସରେ ଉନ୍ନତି ହେବ। ସମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢ଼ିପାରେ। ପ୍ରେମରେ ଆପଣଙ୍କୁ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

କୁମ୍ଭ: ଅଫିସରେ ପରିସ୍ଥିତି ଅନୁକୂଳ ରହିବ। ସହକର୍ମୀଙ୍କ ମାଧୢମରେ ଲାଭ ପାଇବେ। ଇଲେକ୍‌ଟ୍ରୋନିକ୍‌ସ ବ୍ୟବସାୟୀ ବ୍ୟବସାୟ ବିସ୍ତାର କରିବେ। ଅବିବାହିତଙ୍କ ଲାଗି ଦିନଟି ଭଲ। ବିବାହ ପାଇଁ ସୁନ୍ଦର ପ୍ରସ୍ତାବ ଆସିବ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ମାଆ ବିରଜା।

ମୀନ: ଆପଣଙ୍କ ଏକାଗ୍ରତାରେ ବୃଦ୍ଧି ଘଟିବ। ଆମଦାନି ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିବେ। କୌଣସି ସ˚ପର୍କୀୟଙ୍କ ସହିତ ମିଳନର ଯୋଗ ରହିଛି। ବିଦ୍ୟାର୍ଥୀମାନେ ଲେଖାପଢ଼ାରେ ଯୋଜନା ପରିବର୍ତ୍ତନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ବରୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More