Only for Entertainment

ଜାଣନ୍ତୁ ଆଜିର ରାଶିଫଳ

84

ମେଷ: ଆପଣ ନିଜକୁ ସୁସ୍ଥ ସବଳ ଅନୁଭବ କରିବେ। ପରିବାର ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଅନ୍ୟ ଲୋକମାନଙ୍କୁ ସାହାଯ୍ୟ କରିବାର ଅବସର ମିଳିବ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: ଦିନଟି ମିଶ୍ରିତ ପ୍ରତିକ୍ରିୟା ଦେବାକୁ ରହିବ। କୌଣସି ପ୍ରକାର ବିବାଦ ଠାରୁ ଦୂରରେ ରୁହନ୍ତୁ। ବ୍ୟବସାୟର ସଉଦା ଲାଗି ରାଜ୍ୟ ବାହାରକୁ ଯିବେ। ବାହନ ସାବଧାନତାର ସହ ଚଳାନ୍ତୁ। ବିଜ୍ଞାନ ଛାତ୍ର ଆଜି କିଛି ନୂଆ ଶିକ୍ଷା ଲାଭ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

ମିଥୁନ: ଆପଣଙ୍କ ଲାଗି ଦିନଟି ଭଲ ରହିବ। ଲାଗି ରହିଥିବା ବିବାଦର ସମାଧାନ ହୋଇପାରେ। ଆପଣଙ୍କର ସାମାଜିକ କାର୍ଯ୍ୟ ଲାଗି ସମ୍ମାନିତ ହୋଇପାରନ୍ତି। ସରକାରୀ ଚାକିରିଆଙ୍କୁ କୌଣସି କାମରେ ପ୍ରୋତ୍ସାହନ ମିଳିପାରେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।

କର୍କଟ: କାର୍ଯ୍ୟକ୍ଷେତ୍ରରେ ସ୍ଥିତି ଅନୁକୂଳ ରହିବ। ନୂଆ ଲୋକଙ୍କ ସହିତ ସାକ୍ଷାତ୍‌ ଆଲୋଚନା ଲାଭପ୍ରଦ ରହିବ। ବେପାର ବଣିଜରେ ଲାଭ ପାଇବେ। ଦାମ୍ପତ୍ୟ ଜୀବନରେ ଆପୋସୀ ସାମଞ୍ଜସ୍ୟ ବଜାୟ ରହିବ। ଛାତ୍ରଙ୍କୁ ସୁଫଳ ମିଳିବ। ଶୁଭରଙ୍ଗ: ଧୂସର। ଆରାଧନା: ସୂର୍ଯ୍ୟଦେବ।

ସି˚ହ: ବହୁତ ବ୍ୟାପାରରେ ଦିନଟି ବଢ଼ିଆ ରହିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କୁ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ପାରିବାରିକ ଜୀବନ ସୁଖମୟ ହେବ। ଇ˚ଜିନିୟରି˚ ଛାତ୍ରଙ୍କର ମନ ଅଧୢୟନରେ ଅଧିକ ଲାଗିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

କନ୍ୟା: ଆପଣଙ୍କର କୌଣସି ମିତ୍ର ସାହାଯ୍ୟକାରୀ ସାବ୍ୟସ୍ତ ହେବେ। ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। କର୍ମଜୀବୀ ମହିଳାଙ୍କର ଅଫିସରେ ଉନ୍ନତି ମିଳିବ। ପ୍ରେମରେ ଆପଣଙ୍କୁ ସଫଳତା ମିଳିବ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ତୁଳା: ଅଫିସରେ ପରିସ୍ଥିତି ଅନୁକୂଳ ରହିବ। ସହକର୍ମୀଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟର ବିସ୍ତାର କରିବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। କବି ଲୋକ କୌଣସି ନୂଆ କବିତା ରଚନା କରିବେ। ଶୁଭରଙ୍ଗ: ଆକାଶିନୀଳ। ଆରାଧନା: ମାଆ ପାଟଣେଶ୍ବରୀ।

ବିଛା: ଆପଣଙ୍କ ଏକାଗ୍ରତାରେ ବୃଦ୍ଧି ହେବ। କୌଣସି ବଡ଼ କ˚ପାନିରେ ସଉଦା କରିବାର ସୁଯୋଗ ମିଳିପାରେ। ଆପଣଙ୍କର ବ୍ୟକ୍ତିଗତ ସମ୍ବନ୍ଧକୁ ମଜଭୁତ କରିବା ଲାଗି ଚେଷ୍ଟା କରିବେ। ଛାତ୍ରମାନେ ଲେଖାପଢ଼ାରେ ଯୋଜନା ପରିବର୍ତ୍ତନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସରସ୍ବତୀ।

ଧନୁ:ଆପଣଙ୍କର ଆତ୍ମବିଶ୍ବାସ ଭରି ରହିବ। ଭାବିଥିବା କାମ ସ˚ପୂର୍ଣ୍ଣ କରିନେବେ। ବ୍ୟବସାୟରେ ନୂଆ ଅନୁବନ୍ଧ ହୋଇପାରେ। ସାମାଜିକ ଉତ୍ସବରେ ସହଯୋଗ କରିବେ। ଛାତ୍ରଙ୍କୁ ବରିଷ୍ଠଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ବଗଳାମୁଖୀ।

ମକର: ଦିନଟି ବ୍ୟସ୍ତତାରେ କଟିବ। କୌଣସି ପୁରୁଣା ସଉଦାରୁ ଆପଣଙ୍କୁ ଲାଭ ମିଳିପାରେ। ଘରୋଇ କାମ ଲାଗି ପରିବାର ଲୋକଙ୍କ ସହିତ କଥାବର୍ତ୍ତା କରିବେ। ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ଶ୍ରୀଗଣେଶ।

କୁମ୍ଭ: ଦିନଟି ଆପଣଙ୍କ ଲାଗି ସହାୟକ ରହିବ। ଆର୍ଥିକ ସମସ୍ୟାର ସମାଧାନ ହେବ। କୌଣସି ନୂଆ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ଆଲୋଚନା କରିବେ। କଳାକାରଙ୍କୁ ଫିଲ୍ମର ପ୍ରସ୍ତାବ ମିଳିବ। ପିଲାମାନେ ସାଙ୍ଗ ମାନଙ୍କ ସହିତ ଖେଳିବାରେ ବ୍ୟସ୍ତ ରହିବେ। ଶୁଭରଙ୍ଗ: ନୀଳ। ଆରାଧନା: ସନ୍ତୋଷୀମାତା।

ମୀନ: ଦିନଟି ଆପଣଙ୍କ ଲାଗି ବହୁତ ଭଲ। ଆପଣଙ୍କର ସବୁ କାମ ସରଳତାରେ ସ˚ପୂର୍ଣ୍ଣ ହୋଇଯିବ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଘରକୁ ଅତିଥି ଆସି ପାରନ୍ତି। ସ୍ବାଦିଷ୍ଟ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଗାୟତ୍ରୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More