Only for Entertainment

ଜାଣନ୍ତୁ ଆଜିର ରାଶିଫଳ

21

ମେଷ: ଦିନଟି ଆନନ୍ଦମୟ ରହିବ। ଆପଣଙ୍କ ପ୍ରତିଭାରେ ସମସ୍ତେ ପ୍ରଭାବିତ ହେବେ। ଚାକିରି ତଲାସରେ ଥିବା ମହିଳାଙ୍କୁ ଚାକିରି ମିଳିଯିବ। ରାଜନୀତିରେ ମନୋକାମନା ପୂରଣ ହେବ। ଜୀବନସାଥୀଙ୍କର ସ୍ନେହ ଓ ସୁଖ ପାଇବେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: ଆଜି ଆପଣଙ୍କର ଭ୍ରମଣରେ ଅଧିକ ସମୟ କଟିବ। ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେବାର ଯୋଗ ରହିଛି। ସ୍ଥଗିତ ଥିବା କାମ ପୂରା ହୋଇଯିବ। ଚାକିରିରେ ପଦୋନ୍ନତି ମିଳିବା ହେତୁ ଆର୍ଥିକ ସ୍ଥିତି ସୁଧୁରିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଜାଈ।

ମିଥୁନ: ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ଉଚ୍ଚଅଧିକାରୀଙ୍କ ଆଗରେ ଆପଣଙ୍କ କଥା ରଖନ୍ତୁ; ସକାରାତ୍ମକ ଫଳ ମିଳିବ। ବ୍ୟବସାୟରୁ ଯଥେଷ୍ଟ ଲାଭ ପାଇବେ। ବିବାହିତଙ୍କ ଲାଗି ଦିନଟି ଆନନ୍ଦମୟ ରହିବ। ମହିଳାମାନେ ଜୀବନରେ ଆଗକୁ ବଢ଼ିବେ। ଶୁଭରଙ୍ଗ: ମେରୁନ। ଆରାଧନା: ବାବା ଗୁପ୍ତେଶ୍ବର।

କର୍କଟ: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ। ଆପଣଙ୍କ ବ୍ୟବହାର ଲାଗି ସମସ୍ତଙ୍କ ପ୍ରିୟ ହୋଇପାରିବେ। ବ୍ୟବସାୟିକ କାମରେ ଜିଲ୍ଲା ବାହାରକୁ ଯିବେ। ଅନ୍ତରଙ୍ଗ ବନ୍ଧୁଙ୍କୁ ମନର କଥା କହିବା ଲାଗି ଦିନଟି ଭଲ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

ସି˚ହ: ଆପଣଙ୍କ ମନ ସକାରାତ୍ମକ କାମରେ ଲଗାନ୍ତୁ। ବ୍ୟର୍ଥ ଚିନ୍ତାରୁ ଆପଣଙ୍କୁ ମୁକ୍ତି ମିଳିବ। ଅଧୢାପକ ବର୍ଗଙ୍କୁ ଭଲ ପ୍ରସ୍ତାବ ମିଳିବ। ବ୍ୟବସାୟରେ ଗତିବିଧି ପରିବର୍ତ୍ତନ ହେବ। ପ୍ରେମ ଜୀବନ ଖୁବ୍‌ ରୋଚକ ଓ ଆନନ୍ଦମୟ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଶାରଳା।

କନ୍ୟା: ଜୀବନସାଥୀଙ୍କ ଠାରୁ ମହତ୍ତ୍ବପୂର୍ଣ୍ଣ ପରାମର୍ଶ ପାଇବେ। କର୍ମକ୍ଷେତ୍ରରେ ଭଲ ନୀତି ତିଆରି କରି କାମ କରିବେ। ଚାକିରିଆଙ୍କୁ ବିଶେଷ ସଫଳତା ହାସଲ ହେବ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମାଣିକେଶ୍ବରୀ।

ତୁଳା: ଦିନଟି ଆପଣଙ୍କ ପାଇଁ ଅନୁକୂଳ। ଆପଣଙ୍କ କାମ ପୂରା କରିବାରେ କେହି ବାଧା ଦେଇ ପାରିବେ ନାହିଁ। ଉନ୍ନତିର ନୂଆ ଦ୍ବାର ଖୋଲିବ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ଅଚାନକ ଧନପ୍ରାପ୍ତି ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଗାୟତ୍ରୀ।

ବିଛା: ଘରେ ଧାର୍ମିକ ସମାରୋହର ଆୟୋଜନ କରିପାରନ୍ତି। ବନ୍ଧୁଙ୍କ ଠାରୁ ସାହାଯ୍ୟ ମିଳିବ। ଅଫିସରେ କୌଣସି ଗୁରୁତ୍ବପୂର୍ଣ୍ଣ ଫଇସଲା ନେବେ। ଯୁବକଙ୍କ ଲାଗି ଉନ୍ନତିର ଦ୍ବାର ଖୋଲିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

ଧନୁ: ଆତ୍ମସମୀକ୍ଷାରେ ସମୟ ବିତିବ। ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ଆଲୋଚନା ହୋଇପାରେ। ଅଚାନକ ଖୁସି ଖବର ମିଳିବ। ବିଦେଶ ଯାତ୍ରା କରିବାକୁ ପଡ଼ିପାରେ। ଛାତ୍ରମାନେ ଅଧୢୟନରେ ଧୢାନ ଦିଅନ୍ତୁ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଭୈରବୀ।

ମକର: ଦିନଟି ଆପଣଙ୍କ ଲାଗି ଆନନ୍ଦମୟ ରହିବ। ଭଲ ସୁଯୋଗ ଆପଣଙ୍କ ସାମନାକୁ ଆସିପାରେ। ରାଜନୀତିରେ ଥିବା ବ୍ୟକ୍ତିଙ୍କୁ ବଡ଼ ପଦ ମିଳିପାରେ। ଅଧୢାପିକାଙ୍କ ଲାଗି ଧନଲାଭର ନୂଆ ରାସ୍ତା ଖୋଲିବ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

କୁମ୍ଭ: ଜରୁରୀ କାମର ସମାଧାନ ଲାଗି ଯୋଜନା କରିବେ। କାହାରି ସହିତ କଥା ହେବା ବେଳେ ଭାବିଚିନ୍ତି କଥା ହୁଅନ୍ତୁ। ଅଫିସ କାମରେ ଅନ୍ୟମାନଙ୍କ ରାୟ ନେବାରୁ ନିବୃତ୍ତ ରହନ୍ତୁ। ମହିଳାମାନେ ଜୀବନରେ ଆଗକୁ ବଢ଼ିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କଟକଚଣ୍ତୀ।

ମୀନ: ସକାରାତ୍ମକ ଭାବନା ଓ ଊର୍ଜାକୁ ପ୍ରୟୋଗ କରନ୍ତୁ। ଅଫିସରେ ଆପଣଙ୍କ ସ୍ଥିତି ମଜଭୁତ ହେବ। ପୁସ୍ତକ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ପ୍ରେମ ପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ପାଇବେ। ଶୁଭରଙ୍ଗ: ଧୂସର। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More