Only for Entertainment

ଜାଣନ୍ତୁ ଆଜିର ରାଶିଫଳ ।

24

ମେଷ: ଆପଣଙ୍କ ଜୀବନଶୈଳୀ ଲାଗି ଦିନଟି ବଢ଼ିଆ ରହିବ। ସାମାଜିକ ଜୀବନରେ ଆନନ୍ଦ ଉପଭୋଗ କରନ୍ତୁ। କାରବାରରେ ନୂଆ ସଉଦା ହେବ। ଆଜି ପରିବାରରେ ବଡ଼ ଖୁସି ଆସିପାରେ। ବୈବାହିକ ଜୀବନରେ ମଧୁରତା ବଜାୟ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

ବୃଷ: ଧୈର୍ଯ୍ୟ ଧରି ରହିଲେ ଆପଣଙ୍କୁ ଆରାମ ଅନୁଭବ ହେବ। କୌଣସି ଫଇସଲା ନେବାରେ ସ˚ଶୟ ରହିବ। ଜୀବନସାଥୀଙ୍କ ପରାମର୍ଶ ଆଗକୁ ବଢ଼ିବାରେ ସହାୟକ ହେବ। ଖର୍ଚ୍ଚ ବଢ଼ିପାରେ। ଜରୁରୀ ସାମଗ୍ରୀ କିଣିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମଝିଘରିଆଣୀ।

ମିଥୁନ: ଆର୍ଥିକ ଲାଭ ଓ ଉନ୍ନତିର ଯୋଗ ପ୍ରବଳ ରହିଛି। ବ୍ୟବସାୟରେ ଶୀଘ୍ର ଫଇସଲା ଲାଭପ୍ରଦ ହେବ। ଅଫିସରେ ଆପଣଙ୍କ କାମକୁ ପ୍ରଶ˚ସା ମିଳିବ। ଜୀବନସାଥୀଙ୍କ ଠାରୁ କୌଣସି ଶୁଭ ଖବର ପାଇବେ। ସଙ୍ଗୀତ ଛାତ୍ରୀଙ୍କ ଲାଗି ଦିନଟି ଭଲ। ଶୁଭରଙ୍ଗ: ବାଦାମୀ। ଆରାଧନା: ବାବା ଲିଙ୍ଗରାଜ।

କର୍କଟ: ଆର୍ଥିକ ମାମଲାକୁ ନେଇ ଯାତ୍ରା ସଫଳ ହେବ। ନୂଆ ଗାଡ଼ି କିଣିବା ପାଇଁ ମନ ବଳିବ। ବ୍ୟବସାୟୀ ଆଜି ଯୋଜନା ପ୍ରସ୍ତୁତ କରିବେ। ଆଜି ବଢ଼ିଆ ଚାକିରିର ସୁଯୋଗ ଆସିବ। ବନ୍ଧୁଙ୍କ ଠାରୁ ସୁସମ୍ବାଦ ପାଇବେ। ମନ ପ୍ରଫୁଲ୍ଲ ରହିବ। ଶୁଭରଙ୍ଗ: ଗୋଲାପି। ଆରାଧନା: ମାଆ ତାରିଣୀ।

ସି˚ହ: ଦିନଟି ଆପଣଙ୍କ ଲାଗି ସକାରାତ୍ମକ ରହିବ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରି ପାରିବେ ନାହିଁ। ଉନ୍ନତି ପାଇଁ ନୂଆ ସୁଯୋଗ ମିଳିବ। ଘରୋଇ ଚିନ୍ତା ଧୀରେଧୀରେ ସମାପ୍ତ ହେବ। ଶୁଭରଙ୍ଗ: ଧୂସର। ଆରାଧନା: ମହାଲକ୍ଷ୍ମୀ।

କନ୍ୟା: ଆର୍ଥିକ ସ୍ଥିତି ଦୁର୍ବଳ ହେବାରୁ ଜରୁରୀ କାମ ସ୍ଥଗିତ ହେବ। ଆପଣଙ୍କ ବାଣୀ ଉପରେ ସ˚ଯମ ରଖନ୍ତୁ। ସୁଖଦ ସମାଚାର ମିଳିବାର ସମ୍ଭାବନା। ଘରକୁ ବନ୍ଧୁଙ୍କ ଆସିବା ଯିବା ଲାଗି ରହିବ। କ୍ୟାରିୟରକୁ ନେଇ କୌଣସି ବଡ଼ ଫଇସଲା ନେଇ ପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ତୁଳା: ଦିନଟି ଶୁଭଫଳ ପ୍ରଦାନ କରିବ। କାମ ଓ ପରିଶ୍ରମରୁ ଆପଣଙ୍କୁ ପୂରା ଫାଇଦା ମିଳିବ। ସରକାରୀ ଚାକିରିଆଙ୍କୁ ସହଯୋଗୀଙ୍କ ସାହାଯ୍ୟ ମିଳିବ। ଛାତ୍ରୀଙ୍କୁ ପରୀକ୍ଷାରେ ଭଲ ଫଳାଫଳ ମିଳିବ। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଭଲ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ବାବା କପିଳାସ।

ବିଛା: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ଆପଣଙ୍କର ଆତ୍ମବିଶ୍ବାସ ଯଥେଷ୍ଟ ବୃଦ୍ଧି ହେବ। ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ। ସଙ୍ଗୀତକାରଙ୍କୁ ପ୍ରସିଦ୍ଧି ମିଳିବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ରହିବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ପାଟଣେଶ୍ବରୀ।

ଧନୁ: ଆପଣଙ୍କ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। ପରିଶ୍ରମର ଯଥେଷ୍ଟ ଫାଇଦା ଆପଣଙ୍କୁ ମିଳିବ। କୌଣସି ପୁରୁଣା ବନ୍ଧୁଙ୍କ ସହିତ ମିଶି ପାରନ୍ତି। ସନ୍ଧ୍ୟାରେ କୌଣସି ବନ୍ଧୁଙ୍କ ସହିତ ଭେଟ ସୁଖଦ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

ମକର: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ସାମାଜିକ ସମାରୋହରେ ସହଭାଗିତା କରିବାରେ ସୁଯୋଗ ମିଳିବ। ବ୍ୟବସାୟରୁ ଆଶାନୁରୂପ ଲାଭ ପାଇବେ। ବହୁମୂଲ୍ୟ ବସ୍ତୁ କିଣିବା ଲାଗି ମନରେ ଆଗ୍ରହ ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

କୁମ୍ଭ: ଆପଣଙ୍କ କାମ ପୂରା କରିବାରେ କେହି ଅବରୋଧ କରିପାରିବେ ନାହିଁ। ବିଶେଷ ମାମଲାରେ ସମାଧାନ ଶୀଘ୍ର ମିଳିଯିବ। ବେକାରଙ୍କୁ ରୋଜଗାର ମିଳିବ। ପ୍ରିୟବନ୍ଧୁଙ୍କୁ କୌଣସି ଉପହାର ଦେଇପାରନ୍ତି। ଶୁଭରଙ୍ଗ: ଗୋଲାପି। ଆରାଧନା: ମହାଲକ୍ଷ୍ମୀ।

ମୀନ: ଦେବୀମାତାଙ୍କ ଆରାଧନାରେ ମନ‌େର ସକାରାତ୍ମକ ଶକ୍ତି ସ˚ଚାର ହେବ। କାରବାର ବୃଦ୍ଧି କରିବା ଲାଗି ଚେଷ୍ଟା କରିବେ ଏବ˚ ସଫଳ ହେବେ। ଆର୍ଥିକ ସ୍ଥିତି ଠିକ୍‌ ରହିବ। ଯୁବକଙ୍କ ଲାଗି ଉନ୍ନତିର ନୂଆ ଦ୍ବାର ଖୋଲିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ଚର୍ଚ୍ଚିକା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More