Only for Entertainment

ଜାଣନ୍ତୁ ଆଜିର ରାଶିଫଳ ।

31

ମେଷ: ଦିନଟି ଆପଣଙ୍କୁ ଢେର‌୍‌ସାରା ଫାଇଦା ଦେବ। ପ୍ରତିଷ୍ଠା ବୃଦ୍ଧି ଲାଗି ସୁଯୋଗ ମିଳିବ। ବ୍ୟବସାୟ ପ୍ରତି ବିଶେଷ ଦୃଷ୍ଟି ଦେବେ। ଚାକିରିରେ କର୍ତ୍ତୃତ୍ବ ବଢ଼ିବ। ବନ୍ଧୁଙ୍କ ସହିତ ବାହାରକୁ ବୁଲି ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲୋକନାଥ।

ବୃଷ: ଆପଣଙ୍କର ମନୋଭାବ କୌତୁକକାରୀ ରହିବ। ଜୀବନସାଥୀଙ୍କ ସହଯୋଗ ପାଇବେ। ବ୍ୟବସାୟ କାମରେ ସହଯୋଗୀଙ୍କ ସହଯୋଗ ପ୍ରାପ୍ତ ହେବ। ନୂଆ ଲୋକଙ୍କ ସହିତ ସାକ୍ଷାତ ଆଲୋଚନା ହୋଇପାରେ। ଶୁଭରଙ୍ଗ: ମେରୁନ। ଆରାଧନା: ସୂର୍ଯ୍ୟଦେବ।

ମିଥୁନ: କୌଣସି ବି କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ବ୍ୟବସାୟରେ ବଡ଼ ଫଇସଲା ନେବାକୁ ପଡ଼ିପାରେ। କମ୍ପ୍ୟୁଟର ଇ˚ଜିନିୟରଙ୍କୁ ବଡ଼ କ˚ପାନିରେ ଚାକିରିର ପ୍ରସ୍ତାବ ମିଳିବ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: ବାଦାମୀ। ଆରାଧନା: ବାବା ଲିଙ୍ଗରାଜ।

କର୍କଟ: ବର୍ତ୍ତମାନ ସ୍ଥିତିରେ ସନ୍ତୁଷ୍ଟ ରହିପାରନ୍ତି। ବ୍ୟବସାୟରୁ ଆଶା ଠୁଁ ଅଧିକ ଲାଭ ହେବ। ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଘର ପାଇଁ ବିଳାସ ଉପକରଣ କିଣିବେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଦୁର୍ଗା।

ସି˚ହ: ଆଜି ଊର୍ଜା ଓ ପ୍ରେରଣାରେ ଭରି ରହିବେ। ବହୁ ଦିନରୁ ଲାଗି ରହିଥିବା ଅଶାନ୍ତି ଦୂର ହେବ। ସିନିୟରଙ୍କ ଠାରୁ କିଛି ନୂଆ ଶିକ୍ଷା ଲାଭ କରିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ଖାଦ୍ୟପାନୀୟର ମଜା ନେବେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଅମ୍ବିକା।

କନ୍ୟା: ଲକ୍ଷ୍ୟକୁ ନେଇ ଯାତ୍ରା ପୂରା କରିବା‌େର ସଫଳ ହେବେ। ଆପଣଙ୍କ ବିନମ୍ର ବ୍ୟବହାର ଲୋକଙ୍କୁ ଆକର୍ଷିତ କରିବ। କୌଣସି ନିକଟ ସ˚ପର୍କୀୟଙ୍କ ଠାରୁ ଖୁସି ଖବର ମିଳିପାରେ। ଛାତ୍ରଙ୍କୁ ପରିଶ୍ରମର ପୂରା ଫଳ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ସନ୍ତୋଷୀ ମାତା।

ତୁଳା: ଭାଗ୍ୟର ତାରକା ଉଜ୍ଜ୍ବଳ ରହିବ। ଯାହା ବି କାମ କରିବେ ଆପଣଙ୍କୁ ସଫଳତା ମିଳିବ। ସନ୍ଧ୍ୟା ସୁଦ୍ଧା କୌଣସି ଭଲ ଖବର ପାଇପାରନ୍ତି। ନୂଆ ବାହନ କିଣିବା ପାଇଁ ମନ ବଳାଇପାରନ୍ତି। ଜୀବନସାଥୀଙ୍କ ସହିତ କୌଣସି ସମାରୋହକୁ ଯିବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଭଦ୍ରକାଳୀ।

ବିଛା: ଆପଣଙ୍କ ଆଖପାଖରେ ବହୁତ ସୁଖଦ ଓ ମଧୁର ବାତାବରଣ ରହିବ। ଧାର୍ମିକ କ୍ରିୟା କଳାପରେ ଧନ ଖର୍ଚ୍ଚ ହେବ। ମହତ୍ତ୍ବପୂର୍ଣ୍ଣ ବ୍ୟାପାରରେ ସମାଧାନ ବାହାର କରିନେବେ। ସନ୍ତାନଙ୍କ ଠାରୁ କୌଣସି ଶୁଭ ଖବର ମିଳିବ। ଶୁଭରଙ୍ଗ: ଗୋଲାପି। ଆରାଧନା: ମାଆ ଭୈରବୀ।

ଧନୁ: ପୂଜାପାଠରେ ଅଧିକ ସମୟ ବିତିବ। ଆଜି ଆପଣ କିଛି ଏଭଳି କାମ କରିବେ ଯାହା ଦ୍ବାରା ଆପଣଙ୍କୁ ପ୍ରଶ˚ସା ମିଳିବ। ଅଚାନକ ଧନପ୍ରାପ୍ତି ହେବ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ। ପ୍ରେମରେ ଆପଣଙ୍କୁ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

ମକର: ଘରେ ଧାର୍ମିକ କାର୍ଯ୍ୟର ଆୟୋଜନ କରିପାରନ୍ତି। ବ୍ୟବସାୟ ମାମଲାରେ ଆପଣଙ୍କ ନିର୍ଣ୍ଣୟ ଲାଭପ୍ରଦ ହେବ। ଯୁବକଙ୍କ ଲାଗି ଉନ୍ନତିର ନୂଆ ଦ୍ବାର ଖୋଲିବ। ଲେଖକଙ୍କୁ ପୁରସ୍କାର ମିଳିପାରେ। ଛାତ୍ରୀଙ୍କୁ ଶୁଭ ଖବର ମିଳିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ବିରଜା।

କୁମ୍ଭ: ଆପଣ ନିଜର ଇଚ୍ଛା ପୂରା କରିବାକୁ ଚେଷ୍ଟା କରିବେ। କିଛି ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହେବ। ବ୍ୟବସାୟ ବୃଦ୍ଧି ପାଇଁ ନୂଆ ପ୍ରସ୍ତାବ ପାଇବେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଖାଦ୍ୟପାନୀୟ ପ୍ରତି ସଜାଗ ରହନ୍ତୁ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ଦୁର୍ଗା।

ମୀନ: ଆଜି କୌଣସି କାମରେ ଭାଗ୍ୟର ସାଥ ମିଳିବ। ଭାବିଥିବା କାମ ପୂରା କରିନେବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ବଡ଼ ପଦ ମିଳିପାରେ। ପରିବାର ଲୋକଙ୍କୁ ସୁଖ ପ୍ରାପ୍ତ ହେବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ବରୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More