Only for Entertainment

ଜାଣନ୍ତୁ ଆଜିର ରାଶିଫଳ ।

35

ମେଷ: ଆଧୢାତ୍ମିକ ଭାବନାରେ ଅଧିକ ସମୟ ବିତିବ। ଆପଣ କାର୍ଯ୍ୟ କ୍ଷେତ୍ରରେ ଭଲ ଢଙ୍ଗରେ କାମ କରିବେ। ବ୍ୟବସାୟ ମାମଲାରେ ନିର୍ଣ୍ଣୟ ଲାଭପ୍ରଦ ହେବ। ଘରକୁ କୌଣସି ସ˚ପର୍କୀୟ ଶୁଭ ଖବର ନେଇ ଆସିବେ। ଶୁଭରଙ୍ଗ: ସବୁଜ। ଆରାଧନା: ବାବା କପିଳାସ।

ବୃଷ: ଆଜି କିଛି ନୂଆ କରିବା ପାଇଁ ଭାବି ପାରନ୍ତି। ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବାର ସମ୍ଭାବନା ରହିଛି। ପଇସା ସମ୍ବନ୍ଧୀୟ କୌଣସି ବିପଦପୂର୍ଣ୍ଣ ପଦକ୍ଷେପ ନିଅନ୍ତୁ ନାହିଁ। ବନ୍ଧୁଙ୍କ ସହିତ ସିନେମା ଦେଖିବାର ଯୋଜନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

ମିଥୁନ: ଆପଣଙ୍କ ମନ କାମ ଧନ୍ଦାରେ ଲାଗି ରହିବ। ବ୍ୟବସାୟରେ ସଉଦା ପାଇଁ ଦୂରସ୍ଥାନକୁ ଯାଇପାରନ୍ତି। ଅପରିଚିତଙ୍କ ସହିତ କଥାବାର୍ତ୍ତା ବେଳେ ବନ୍ଧୁ ସ˚ପର୍କ ଅନୁଭବ କରିବେ। ଛାତ୍ରଙ୍କୁ କ୍ୟାରିୟରରେ ବଡ଼ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲିଙ୍ଗରାଜ।

କର୍କଟ: ସଫଳତାର ନୂଆ ପାହାଚରେ ପାଦ ରଖିବେ। କାନୁନ ବିବାଦ ଆଜି ସମାପ୍ତ ହୋଇପାରେ। ସାମାଜିକ ପ୍ରଶ˚ସାରେ ଆପଣଙ୍କୁ ଖୁସି ପ୍ରାପ୍ତ ହେବ। ପିତାମାତାଙ୍କ ସ୍ବାସ୍ଥ୍ୟ ଭଲ ରହିବ। ବିଦ୍ୟାର୍ଥୀଙ୍କ ମନ ଲେଖାପଢ଼ାରେ ଲାଗି ରହିବ। ଶୁଭରଙ୍ଗ: ନୀଳ। ଆରାଧନା: ପ୍ରଭୁ ହନୁମାନ।

ସି˚ହ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। କୌଣସି କ˚ପାନିରେ ଚାକିରିର ଖବର ଆସିବ। ସୁସ୍ଥ ଅନୁଭବ କରିବେ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ ରହିବ। ଜୀବନସାଥୀଙ୍କ ସହିତ ତାଳମେଳ ବଜାୟ ରହିବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଦୁର୍ଗା।

କନ୍ୟା: କିଛି ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଆପଣଙ୍କର ଆତ୍ମବିଶ୍ବାସ ବଢ଼ିବ। କୌଣସି ବ୍ୟକ୍ତିଙ୍କ ଠାରୁ ଆଶା ଠୁଁ ଅଧିକ ଫାଇଦା ହେବ। ଗଣମାଧୢମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷ ସମ୍ମାନିତ ହୋଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

ତୁଳା: ଦିନଟି ଲାଭପ୍ରଦ ରହିବ। ବ୍ୟବସାୟରେ ନୂଆ ଦିଶା ମିଳିବ। ଅଫିସରେ ଆପଣଙ୍କ ପରାମର୍ଶକୁ କର୍ତ୍ତୃପକ୍ଷ ପ୍ରଶ˚ସା କରିବେ। ବେପାରୀଙ୍କୁ ଧନଲାଭ ହେବ। ଶିକ୍ଷା କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ସଫଳତା ମିଳିବ। ଶୁଭରଙ୍ଗ: ନୀଳ। ଆରାଧନା: ବାବା ଧବଳେଶ୍ବର।

ବିଛା: ଭାଗ୍ୟ ଉଜ୍ଜ୍ବଳ ରହିବ। କୌଣସି ବ୍ୟକ୍ତିଙ୍କ ଠାରୁ କିଛି ନୂଆ କରିବାର ପ୍ରେରଣା ମିଳିବ। ସଙ୍ଗୀତକାରଙ୍କୁ ପ୍ରସିଦ୍ଧି ମିଳିବ। ମହିଳାମାନେ ଖୁସିର ସହିତ ଜିନିଷପତ୍ର କିଣିବେ। ବୈବାହିକ ଜୀବନ ଆନନ୍ଦମୟ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ବରୀ।

ଧନୁ: ସବୁ ପ୍ରକାର ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହନ୍ତୁ। ଆପଣଙ୍କର ତର୍କ ଶକ୍ତି ଆଜି କାମରେ ଆସିବ। ପାରିବାରିକ ଦାୟିତ୍ବ ଆପଣଙ୍କୁ ଅର୍ପଣ କରାଯାଇପାରେ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ବାବା ଆଖଣ୍ତଳମଣି।

ମକର: ଆଜି ଆପଣ ପରିବାର ସହିତ ଅଧିକ ସମୟ ବିତେଇପାରନ୍ତି। କିଛି ମହତ୍ତ୍ବପୂର୍ଣ୍ଣ କାମରେ ବାଧା ଆସିପାରେ। ବିଦେଶରୁ ଭଲ ଖବର ପାଇବେ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

କୁମ୍ଭ: ଆପଣଙ୍କର ଆକର୍ଷକ ଶକ୍ତି ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବ। କାରବାର ବୃଦ୍ଧି ଲାଗି ବନ୍ଧୁଙ୍କ ସାହାଯ୍ୟ ମିଳିବ। ଯିବାକୁ ଥିବା ଯାତ୍ରା କଲ୍ୟାଣକାରୀ ହେବ। କୌଣସି ମାମଲାରେ ବଡ଼ ନିର୍ଣ୍ଣୟ ନେବେ। ଛାତ୍ରୀଙ୍କର ଲେଖାପଢ଼ାରେ ରୁଚି ବଢ଼ିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ବିରଜା।

ମୀନ: ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ଆପଣଙ୍କୁ ଧନଲାଭର ସୁବର୍ଣ୍ଣ ସୁଯୋଗ ମିଳିବ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ଶିକ୍ଷକଙ୍କ ପୂରା ସହଯୋଗ ଆପଣଙ୍କୁ ମିଳିବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ସରସ୍ବତୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More