Only for Entertainment

ଜାଣନ୍ତୁ ଆଜିର ରାଶିଫଳ ।

40

ମେଷ: ବିଶେଷ କାର୍ଯ୍ୟ ପୂରା କରିବାରେ ଟିକେ ବିଳମ୍ବ ହୋଇପାରେ। ଘର କାମରେ ମିତ୍ରଙ୍କ ସାହାଯ୍ୟ ପାଇବେ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ମହିଳାମାନେ ନିଜର ଅଳଙ୍କାର ପ୍ରତି ବିଶେଷ ଧୢାନ ଦିଅନ୍ତୁ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ମଝିଘରିଆଣୀ।

ବୃଷ: ଆଜି ଆପଣଙ୍କ ସହିତ ଭଲ ହିଁ ଭଲ ହେବ। ଭାବିଥିବା ସବୁ କାମ ପୂରା ହେବ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ଅଫିସରେ ଭଲ କାମ ପାଇଁ ପଦୋନ୍ନତି ମିଳିପାରେ। ଜୀବନସାଥୀଙ୍କ ସହିତ ଆପଣଙ୍କର ସମ୍ବନ୍ଧ ମଧୁର ରହିବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

ମିଥୁନ: ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲ। ନୂଆ ଯୋଜନା ପୂରା କରିବା ପାଇଁ ମନୋଯୋଗରେ କାମ କରିବେ। ଅପରିଚିତଙ୍କ ସହିତ ସ˚ପର୍କ ହେବ। କାନୁନ ବିବାଦ ସମାପ୍ତ କରିବାରେ ସଫଳତା ମିଳିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ସୁରେଶ୍ବରୀ।

କର୍କଟ: ପୂଜାର୍ଚ୍ଚନାରେ ଅଧିକ ଏକାଗ୍ରତା ଅନୁଭବ କରିବେ। ଗୁରୁଜନଙ୍କ ପ୍ରତି ମନରେ ପ୍ରେମଭାବ ରହିବ। ଆପଣଙ୍କୁ ଧନଲାଭର ସୁବର୍ଣ୍ଣ ସୁଯୋଗ ମିଳିବ। ଅଫିସରେ ସବୁ ଲୋକଙ୍କ ସହିତ ତାଳମେଳ ବଜାୟ ରହିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ବାବା ଆଖଣ୍ତଳମଣି।

ସି˚ହ: ଆଜି କିଛି ନୂଆ ଅନୁଭବ ପ୍ରାପ୍ତ ହେବ। ପଇସା ନେଣେଦେଣେରେ ସାବଧାନ ଅବଲମ୍ବନ କରନ୍ତୁ। କୌଣସି କାମରେ ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ମିଳିପାରେ। ନୂଆ ବାହନ କିଣିବା ପାଇଁ ମନ ବଳିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ପ୍ରଭୁ ହନୁମାନ।

କନ୍ୟା: ଆଜି ଆପଣଙ୍କର ଆତ୍ମବିଶ୍ବାସ ଉଚ୍ଚା ରହିବ। ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଚାକିରି ସମ୍ବନ୍ଧିତ ଭଲ ଖବର ପାଇବେ। ବ୍ୟବସାୟର ବିସ୍ତାର ପାଇଁ ଯୋଜନା କରିପାରନ୍ତି। ଛାତ୍ରଙ୍କର ଅଧୢୟନରେ ମନ ଲାଗିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

ତୁଳା: ଆପଣଙ୍କୁ କୌଣସି ଶୁଭ ସୂଚନା ମିଳିବ। ନୂଆ ଯୋଜନା ପ୍ରସ୍ତୁତ କରିବେ। କାନୁନ ମାମଲାରେ ସାହାଯ୍ୟ ମିଳିବ। ବ୍ୟବସାୟରେ ତୁରନ୍ତ ଫଇସଲା ଲାଭପ୍ରଦ ହେବ। ମିତ୍ରଙ୍କ ସହିତ ଅଧିକ ସମୟ କଟିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ଶ୍ରୀକୃଷ୍ଣ।

ବିଛା: କାମରେ ସକାରାତ୍ମକ ଭାବନା ରଖନ୍ତୁ, ଆପଣଙ୍କୁ ଯଥେଷ୍ଟ ଲାଭ ହେବ। ସମ୍ମାନିତ ଲୋକଙ୍କ ସହିତ ମିଶିବେ। ଧାର୍ମିକ ଆୟୋଜନରେ ଆପଣ ସେବା କରିବାର ସୁଯୋଗ ମିଳିବ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଗାୟତ୍ରୀ।

ଧନୁ: କୌଣସି ବି କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ଅନ୍ୟମାନଙ୍କ କଥା ଗମ୍ଭୀରତାରେ ଶୁଣନ୍ତୁ। କୌଣସି ବିବାଦ କିମ୍ବା ମକଦ୍ଦମାରେ ଜଟିଳତା ବଢ଼ିପାରେ। ବ୍ୟବସାୟରେ ବିପଦପୂର୍ଣ୍ଣ ନିବେଶରୁ ନିବୃତ୍ତ ରହନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

ମକର: ପ୍ରଭାବଶାଳୀଲୋକଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ଦିଗୁଣା କରିବ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯିବେ। ନିକଟ ସ˚ପର୍କିୟଙ୍କ ମାଧୢମରେ ଫାଇଦା ହେବ। ରାଜନୀତିକ କାର୍ଯ୍ୟରେ ରୁଚି ବଢ଼ିବ। ଦାତ୍ୟ ଜୀବନ ପ୍ରେମପୂର୍ବକ ବିତିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଅମ୍ବିକା।

କୁମ୍ଭ: ଆଜି ଆପଣଙ୍କର ବଡ଼ରୁ ବଡ଼ କାର୍ଯ୍ୟ ହୋଇଯିବ। ଅଫିସରେ ଆପଣଙ୍କୁ ରାୟ ରଖିବାରେ ସୁଯୋଗ ମିଳିବ। ଶତ୍ରୁମାନେ ଆପଣଙ୍କର କ୍ଷତି କରିବା ପାଇଁ ଅସଫଳ ପ୍ରୟାସ କରିବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ଶୁଭରଙ୍ଗ:କଫିରଙ୍ଗ। ଆରାଧନା:ପ୍ରଭୁ ହନୁମାନ।

ମୀନ: ଦିନଟି ଖୁସି ଭରା ରହିବ। ଆପଣଙ୍କର କୌଣସି କାମ ବାଧା ପ୍ରାପ୍ତ ହେବନାହିିଁ। ଆଗକୁ ବଢ଼ିବାରେ ରାସ୍ତା ଖୋଲିବ। ଅଚାନକ ଧନଲାଭ ହେବ। ସନ୍ତାନଙ୍କ ପକ୍ଷରୁ ଶୁଭ ଖବର ମିଳିବ। ପ୍ରେମ ସମ୍ବନ୍ଧ ଭଲ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More