Only for Entertainment

ଜାଣନ୍ତୁ ଆଜିର ରାଶିଫଳ ।

29

ମେଷ: ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ବ୍ୟବସାୟ ଓ ଚାକିରିରେ ଉନ୍ନତି କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ଘରକୁ ଅତିଥି ଆସିବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ବାବା ଚନ୍ଦନେଶ୍ବର।

ବୃଷ: ବ୍ୟବସାୟରେ ଲାଭ ଓ ଉନ୍ନତି ହୋଇପାରେ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ବାହାର ଖାଦ୍ୟ ପରିହାର କରନ୍ତୁ। ପାରିବାରିକ ଜୀବନ ସୁଖମୟ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ମିଥୁନ: ଆର୍ଥିକ ଲାଭ ଓ ଉନ୍ନତି ଯୋଗ ପ୍ରବଳ ରହିଛି। ନୂଆ ଅନୁବନ୍ଧ ପାଇଁ ଭଲ ସମୟ। ସରକାରୀ ଚାକିରିଆଙ୍କୁ ସୁଖବର ମିଳିବ। ଜୀବନସାଥୀଙ୍କ ସହିତ ସମୟ ଭଲରେ କଟିବ। ଛାତ୍ରଛାତ୍ରୀଙ୍କୁ ପରିଶ୍ରମର ଫଳ ନିଶ୍ଚୟ ମିଳିବ। ଶୁଭରଙ୍ଗ: ସବୁଜ। ଆରାଧନା: ସୂର୍ଯ୍ୟଦେବ।

କର୍କଟ: ଆର୍ଥିକ ମାମଲାକୁ ନେଇ ଯାତ୍ରା ସଫଳ ହେବ। ନୂଆ କାରବାରରେ ପୁଞି ନବେଶ କରିବେ। ଘରକୁ ବନ୍ଧୁ ଆସିବା ଯିବା ଲାଗି ରହିବ। ଆପଣଙ୍କୁ କୌଣସି ମହତ୍ବପୂର୍ଣ୍ଣ ସୂଚନା ମିଳିପାରେ। ପ୍ରେମ ପ୍ରସଙ୍ଗରେ ପ୍ରଗାଢ଼ତା ଆସିବ। ଶୁଭରଙ୍ଗ: ନୀଳ। ଆରାଧନା: ଶ୍ରୀଗଣେଶ।

ସି˚ହ: ବ୍ୟବସାୟରେ ଉନ୍ନତି ପାଇଁ ନୂଆ ରଣକୌଶଳ ପ୍ରସ୍ତୁତ କରିବେ। ମନର କଥା ମନରେ ରଖନ୍ତୁ ସଫଳତା ପାଇବେ। ନୂଆ ଲୋକ ଓ ବିଦେଶୀଙ୍କ ସହିତ ମିଶିବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଅମ୍ବିକା।

କନ୍ୟା: ଲକ୍ଷକୁ ନେଇ ଯାତ୍ରା ପୂରା କରିବାରେ ସଫଳ ହେବେ। ବିଦେଶ କ˚ପାନିରେ ଚାକିରିର ମିଳିପାରେ। ବ୍ୟବସାୟରେ ସଫଳତା ମିଳିବା ଯୋଗ ରହିଛି। ନୂଆ ଘର କିଣିବା ପାଇଁ ଦିନଟି ଭଲ। ଘରକୁ ଅତିଥି ଆସିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଶାରଳା।

ତୁଳା: ଆପଣଙ୍କ ଭିତରେ ଆତ୍ମବିଶ୍ବାସ ଅତୁଟ ରହିବ। ଆପଣଙ୍କ ଯୋଗ୍ୟତା ଅନୁସାରେ ଯଥେଷ୍ଟ କାମ ମିଳିବ। ପ୍ରେମ ସମ୍ବନ୍ଧୀ ଓ ବୈବାହିକ ଜୀବନରେ ସୁଖୀ ରହିବେ। ଚାକିରିଆଙ୍କୁ ବଡ଼ ସୁଯୋଗ ମିଳିବା ହେତୁ ଧନଲାଭ ହେବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ପାଟଣେଶ୍ବରୀ।

ବିଛା: ଆଜି ଆପଣ ଯାହା ବି କାମ କରିବେ ଲାଭ ପାଇବେ। ଚାକିରି ସମ୍ବନ୍ଧିତ ଭଲ ଖବର ମିଳିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ମାନ ସମ୍ମାନ ମିଳିବ। ପରିବାର ସଦସ୍ୟଙ୍କ ଠାରୁ ନୂଆ ବସ୍ତ୍ର ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ଧନୁ: ଆଜି ଯୋଗ ଉପରେ ଧୢାନ ଦିଅନ୍ତୁ। କାରବାରରେ କିଛି ଏଭଳି କଥା ସାମନାକୁ ଆସିବ ଯାହା ଭବିଷ୍ୟତରେ ଲାଭଦାୟୀ ହେବ। ସନ୍ଧ୍ୟାରେ ପତ୍ନୀଙ୍କ ସହିତ ହୋଟେଲକୁ ଭୋଜନ ପାଇଁ ଯାଇପାରନ୍ତି। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସୂର୍ଯ୍ୟଦେବ।

ମକର: ଅଫିସରେ ଆପଣଙ୍କୁ ଯୋଗ୍ୟ ବିବେଚିତ କରିବାରେ ସଫଳ ହେବେ। ଧନ ବୃଦ୍ଧିର ଶୁଭ ସ˚କେତ ପାଇବେ। ରାଜନୀତିରେ ସଫଳତା ପାଇବେ। ଜୀବନସାଥୀ ଆପଣଙ୍କ ପ୍ରତି ୁଦୟାଶୀଳ ରହିବେ। ଶୁଭରଙ୍ଗ: ଧଳା। ଆରାଧନା: ଭଗବାନ ବିଷ୍ଣୁ।

କୁମ୍ଭ: ଦିନଟି ମହତ୍ବପୂର୍ଣ୍ଣ ରହିବ। ସବୁ ପ୍ରୟାସ ସଫଳ ହେବ। ବ୍ୟବସାୟରେ ଉନ୍ନତି ଓ ଧନଲାଭ ହେବ। ମୂଲ୍ୟବାନ ଦ୍ରବ୍ୟ କିଣିବା ହେତୁ ଖୁସି ଅନୁଭବ କରିବେ। ପାରିବାରିକ ଜୀବନ ସୁଖମୟ ହେବ। ଛାତ୍ରଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ବିରଜା।

ମୀନ: ପ୍ରଭୁଙ୍କ ସ୍ମରଣରେ ଆତ୍ମସନ୍ତୋଷ ମିଳିବ। ଅଭାବୀଙ୍କୁ ସହାୟତା କରିବେ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଚାକିରିରେ ଅଧିକ ଦାୟିତ୍ବ ଗ୍ରହଣ କରିବେ। ପ୍ରେମ ସମ୍ବନ୍ଧରେ ମନୋକାମନା ପୂରଣ ହେବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More