Only for Entertainment

ଜାଣନ୍ତୁ ଆଜିର ରାଶିଫଳ

45

ମେଷ: ଦିନଟି ଆପଣଙ୍କ ଲାଗି ସବୁ ଦିଗରୁ ଭଲ ରହିବ। ଆପଣଙ୍କର ପ୍ରତିଷ୍ଠା ଲାଗି ଅସବର ମିଳିବ। ବ୍ୟବସାୟରେ ଧନଲାଭର ସ˚କେତ ମିଳିବ। ବିବାହିତ କୌଣସି ମନୋରମ ସ୍ଥାନକୁ ବୁଲି ଯାଆନ୍ତୁ, ସମ୍ବନ୍ଧରେ ମଧୁରତା ଆସିବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ପାଟଣେଶ୍ବରୀ।

ବୃଷ: ବ୍ୟବସାୟରେ ପରିବର୍ତ୍ତନ ଯୋଗୁଁ ଆପଣଙ୍କ ଭାଗ୍ୟ ଉଜ୍ଜ୍ବଳ ହେବ। ଆର୍ଥିକ ପକ୍ଷରେ ଯଥେଷ୍ଟ ସୁଧାର ହେବ। କ˚ପାନିରେ ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କର ଦରମା ବୃଦ୍ଧି ହୋଇପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିମଳା।

ମିଥୁନ: ପ୍ରଭୁଙ୍କ ଆରାଧନାରେ ମନ‌େର ସକାରାତ୍ମକ ଶକ୍ତି ସ˚ଚାର ହେବ। ଆଜି ଯାହା ବି କାମ କରିବେ ସଫଳତା ପାଇବେ। ଆପଣଙ୍କ ସରଳତା ପାଇଁ ବନ୍ଧୁ ଆପଣଙ୍କ ପ୍ରତି ଖୁସି ରହିବେ। ଶୁଭରଙ୍ଗ:‌ ସବୁଜ। ଆରାଧନା: ସୂର୍ଯ୍ୟଦେବ।

 

କର୍କଟ: କୌଣସି ଲକ୍ଷ୍ୟକୁ ନେଇ ଉତ୍ସୁକ ରହିବେ। ଆପଣଙ୍କୁ କୌଣସି କାମରେ ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ମିଳିପାରେ। ରାଜନେତାଙ୍କୁ ପରିଶ୍ରମର ଫଳ ମିଳିବ। ଜୀବନସାଥୀଙ୍କ ଠାରୁ କିଛି ଉପହାର ମିଳିପାରେ। ଶୁଭରଙ୍ଗ: ଲାଲ। ଆରାଧନା: ଶ୍ରୀକୃଷ୍ଣ।

ସି˚ହ: ଦିନଟି ଆପଣଙ୍କ ଲାଗି ଖୁସି ଭରା ରହିବ। ଆପଣଙ୍କ ବ୍ୟକ୍ତିତ୍ବକୁ ବିକଶିତ କରିବା ପାଇଁ ଚେଷ୍ଟା କରିବେ। ବ୍ୟବସାୟ ପାଇଁ ଭଲ ଅବସର ମିଳିବ। କାହାରିକୁ ଉଧାର ଦିଅନ୍ତୁ ନାହିଁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

କନ୍ୟା: ଆର୍ଥିକ ଲାଭ ଓ ଉନ୍ନତିର ଯୋଗ ପ୍ରବଳ ରହିଛି। ସରକାରୀ କାମ କରୁଥିବା ବ୍ୟକ୍ତି ବିଶେଷଙ୍କୁ ସରକାରଙ୍କ ପ୍ରତ୍ସୋହନ ମିଳିପାରେ। ଅଫିସରେ କାମର ଚାପ କମ୍‌ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

ତୁଳା: ଆର୍ଥିକ ମାମଲାକୁ ନେଇ ଯାତ୍ରା ସଫଳ ହେବ। ବ୍ୟବସାୟ ବୃଦ୍ଧି ଲାଗି ଆପଣଙ୍କ ଦିମାକରେ ଯେଉଁ ବିଚାର ଆସିବ ତାହା ସଫଳ ହେବ। ପ୍ରିୟଜନଙ୍କ ସହିତ ମିଳନ ଯୋଗ ରହିଛି। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ମାଣିକେଶ୍ବରୀ।

ବିଛା: ଦିନଟି ଆପଣଙ୍କ ଲାଗି ସକାରାତ୍ମକ ଭରା ରହିବ। କର୍ତ୍ତୃପକ୍ଷ ଆପଣଙ୍କ ପ୍ରଦର୍ଶନରେ ଖୁସି ରହିବେ। ପରିବାରର ସ୍ଥିତି ଠିକ୍‌ ରହିବ। ମହିଳାମାନେ ପ୍ରେମ ପାଇବାର ଦିନଟିଏ। ଶୁଭରଙ୍ଗ: ଧୂସର। ଆରାଧନା: ମହାଲକ୍ଷ୍ମୀ।

ଧନୁ: ସମୟ ସୀମାକୁ ଧୢାନ ରଖି କାମ କରନ୍ତୁ। କିଛି କଠିନ ପରିସ୍ଥିତି ସାମନାକୁ ଆସିପାରେ। ରାଜନୀତି କାର୍ଯ୍ୟରେ ରୁଚି ବଢ଼ିବ। କୌଣସି ସଉଦାରୁ ଆପଣଙ୍କୁ ଲାଭ ମିଳିପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଜାଈ।

ମକର: ସବୁ କାମ ଆପଣଙ୍କ ମନ ମୁତାବକ ହେବ। ଆପଣଙ୍କ ଶାନ୍ତ ସ୍ବଭାବର ପ୍ରଶ˚ସା ମିଳିବ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ଜୀବନସାଥୀଙ୍କର ଢେର୍‌ସାରା ପ୍ରେମ ପାଇବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ଶ୍ରୀ ଗଣେଶ।

କୁମ୍ଭ: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ। ସବୁ କାମ ଭଲ ଢଙ୍ଗରେ ପୂରା କରିନେବେ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ହନୁମାନ।

ମୀନ: ଜୀବନସାଥୀଙ୍କ ସହଯୋଗରେ ଆଗକୁ ବଢ଼ିବାର ରାସ୍ତା ଖୋଲିବ। ନେତାଙ୍କ ସହିତ ସ˚ପର୍କ ମଜଭୁତ ହେବ। ମ୍ୟୁଚୁଆଲ୍‌ଫଣ୍ତ୍‌ରେ ନିବେଶ କରନ୍ତୁ; ଫାଇଦା ହେବ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ବଢ଼ିଆ ରହିବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ତାରିଣୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More