Only for Entertainment

ଜାଣନ୍ତୁ ଆଜିର ରାଶିଫଳ ।

38

ମେଷ: ଧାର୍ମିକ ଭାବନା ଉଦୟ ହେବ। ଧର୍ମ ସମ୍ବନ୍ଧିତ ପୁସ୍ତକ ପଢ଼ିବାରେ ରୁଚି ବଢ଼ିବ। ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଲାଭପ୍ରଦ ହେବ। ଆଜି ଆପଣଙ୍କ କାମକୁ ନେଇ କର୍ତ୍ତୃପକ୍ଷ ସନ୍ତୁଷ୍ଟ ରହିବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ସମଲେଶ୍ବରୀ।

ବୃଷ: ଆପଣଙ୍କ ମନ ଅସ୍ଥିର ରହିପାରେ। ସିନିୟର ଆପଣଙ୍କ କାମକୁ ନେଇ ପ୍ରଶ୍ନ କରିପାରନ୍ତି। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ନିଜର ସୀମା ବୃଦ୍ଧି କରିବାକୁ ଉଦ୍ୟମ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଆଖଣ୍ତଳମଣି।

ମିଥୁନ: ଦିନଟି ଆନନ୍ଦମୟ ରହିବ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ନିଃସ୍ବାର୍ଥ ସମାଜ ସେବାରୁ ପ୍ରତିଷ୍ଠା ପାଇବେ। ଚାକିରିଆଙ୍କୁ ଅଫିସରେ ଭଲ ଖବର ମିଳିପାରେ। ପରିବାର ସହିତ ବାହାରକୁ ବୁଲି ଯାଇପାରନ୍ତି। ଶୁଭରଙ୍ଗ: ଗୋଲାପି। ଆରାଧନା: ଶ୍ରୀକୃଷ୍ଣ।

କର୍କଟ: ଧାର୍ମିକ କାର୍ଯ୍ୟରେ ଶ୍ରଦ୍ଧା ବଢ଼ିବ। ଅଧିକ ସମୟ ମାତାପିତାଙ୍କ ସହିତ କଟିବ। ଆପଣଙ୍କ ଜୀବନ ଲାଗି ଖାସ୍‌ କାମ ମିଳିପାରେ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହୋଇପାରେ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଶାରଳା।

ସି˚ହ: ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। କୌଣସି ସମ୍ମାନିତ ଲୋକଙ୍କ ସହିତ ମିଶିବାର ସୁଯୋଗ ଆସିବ। ରାଜନୀତିରେ ମନୋକାମନା ପୂରା ହେବ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ସାଇରାମ।

କନ୍ୟା: ଭାବିଥିବା କାମ ପୂରା ହେବ। ମିତ୍ରଙ୍କ ସାହାଯ୍ୟ ଓ ସହଯୋଗ ପାଇବେ। ଅଫିସ୍‌ କାମ ନିର୍ଦ୍ଦିଷ୍ଟ ସମୟରେ ପୂରା କରିବା‌େର ସକ୍ଷମ ହେବେ। ନୂଆ ଘର ନିର୍ମାଣ ଲାଗି ଯୋଜନା ପ୍ରସ୍ତୁତ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

ତୁଳା: ବ୍ୟବସାୟୀଙ୍କ ପାଇଁ ଦିନଟି ଅନୁକୂଳ। ଉଧାର ଦେଇଥିବା ଧନ ପ୍ରାପ୍ତ ହେବ। ଅଫିସ୍‌ର କୌଣସି କାମରେ ବିଦେଶ ଯାଇପାରନ୍ତି। କଳା ଓ ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଭଲ ପ୍ରଦର୍ଶନ କରିବେ। ଶୁଭରଙ୍ଗ: ଗୋଲାପି। ଆରାଧନା: ମହାଦେବ।

 

ବିଛା: ଆପଣ ଶାନ୍ତ ଓ ଚିନ୍ତା ମୁକ୍ତ ରହିବେ। ଚାକିରିଜୀବୀଙ୍କୁ କାମରେ ସଫଳତା ମିଳିବ। ରାଜନୀତିରେ ଲାଭ ମିଳିବାର ସୁଯୋଗ ଆସିବ। ବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ହିଙ୍ଗୁଳା।

ଧନୁ: ଆପଣଙ୍କ ଶୌର୍ଯ୍ୟକୁ ବଳ ମିଳିବ। କୌଣସି କାର୍ଯ୍ୟ ଲାଗି ଅନ୍ୟମାନଙ୍କ ସହିତ କଥାବାର୍ତ୍ତା ଅନୁକୂଳ ରହିବ। ଧନଲାଭର ଯୋଗ ରହିଛି। ପରିବାରରେ ଏକତା ଓ ସୁଖ ବୃଦ୍ଧି ହେବ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

ମକର: ଆଜି ଏକ ତରଫା ବିଚାର ଆପଣଙ୍କୁ ଅସୁବିଧାରେ ପକାଇପାରେ। ସିନିୟରଙ୍କ ଠାରୁ କିଛି ନୂଆ ଶିକ୍ଷା ଲାଭ କରିବେ। ଜୀବନସାଥୀଙ୍କୁ ଉପହାର ଦେବା ପାଇଁ ଖର୍ଚ୍ଚ କରିପାରନ୍ତି। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ସୂର୍ଯ୍ୟଦେବ।

କୁମ୍ଭ: ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲ। ଘରକୁ କୌଣସି ସ˚ପର୍କୀୟ ଆସି ପାରନ୍ତି। ଖୁବ୍‌ ମଜା କରିବେ ଓ ଖୁସି ରହିବେ। ଚାକିରି ସମ୍ବନ୍ଧରେ ଭଲ ଖବର ମିଳିବ। ରାଜନୀତିରେ ଉଚ୍ଚପଦ ପ୍ରାପ୍ତ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ମୀନ: ଆପଣଙ୍କର କୌତୁକିଆ ସ୍ବଭାବ ସମସ୍ତଙ୍କୁ ଭଲ ଲାଗିବ। ଆପଣଙ୍କର ପ୍ରତିଭା ପାଇଁ ପୁରସ୍କାର ମିଳିପାରେ। ବ୍ୟବସାୟରେ ଧନଲାଭ ହେବ। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଭଲ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ମଙ୍ଗଳା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More