Only for Entertainment

ଜାଣନ୍ତୁ ଆଜିର ରାଶିଫଳ ।

34

ମେଷ: ଆଜି ନିଜ କାମରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବେ। ଆର୍ଥିକ ମାମଲାରେ ଲାଭ ମିଳିବ। ପରିବାର ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯାଇପାରନ୍ତି। ବନ୍ଧୁଙ୍କ ଠାରୁ ଭଲ ଖବର ପାଇବେ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ସୁରେଶ୍ବରୀ।

ବୃଷ: କୌଣସି ପୁରୁଣା ସମସ୍ୟା ସାମନାକୁ ଆସିପାରେ। କର୍ତ୍ତୃପକ୍ଷଙ୍କ କଥାକୁ ଧୢାନ ଦେଇ ଶୁଣିବା ପରେ ଉତ୍ତର ଦିଅନ୍ତୁ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ। ପରିବାର ମାମଲା ଆହ୍ବାନ ଭରା ହୋଇପାରେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଚନ୍ଦନେଶ୍ବର।

ମିଥୁନ: ଜୀବନ ସ˚ପୂର୍ଣ୍ଣ ବାଧା ମୁକ୍ତ ହେବ। ସାହସ ବଢ଼ିବ, ସମ୍ମାନ ମିଳିବ ଓ ପଇସା ଆସିବ। ବ୍ୟବସାୟର ଉନ୍ନତି ଲାଗି ନୂଆ ଅବସର ମିଳିବ। ଦାଂପତ୍ୟ ଜୀବନ ପ୍ରେମପୂର୍ବକ ବିତିବ। ଶୁଭରଙ୍ଗ: ସବୁଜ। ଆରାଧନା: ବାବା ଆଖଣ୍ତଳମଣି।

କର୍କଟ: ଆଧୢାତ୍ମିକ ଭାବନାରେ ସମୟ ବିତିବ। ଜ୍ୟୋତିଷ ବିଦ୍ୟାରେ ରୁଚି ବଢ଼ିବ। ମହତ୍ତ୍ବପୂର୍ଣ୍ଣ କଥା ଅନ୍ୟମାନଙ୍କ ସହିତ ଆଲୋଚନା କରିବାର ଅବସର ମିଳିବ। ବଡ଼ କ˚ପାନିରେ ଚାକିରର ଡ଼ାକରା ଆସିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ଶ୍ରୀକୃଷ୍ଣ।

ସି˚ହ: ଆଜି କିଛି ନୂଆ ଅନୁଭବ ପ୍ରାପ୍ତ ହେବ। ଅଫିସ୍ ଆଲୋଚନାରେ ଆପଣ ନୂଆ ଲୋକଙ୍କ ସହିତ ମିଶିବେ। ତାଙ୍କ ଦ୍ବାରା ଭବିଷ୍ୟତରେ ଲାଭ ମିଳିବ। କୌଣସି ନୂଆ ଜାଗାକୁ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ଶୁଭରଙ୍ଗ: ଲାଲ। ଆରାଧନା: ସୂର୍ଯ୍ୟଦେବ।

କନ୍ୟା: ଆପଣଙ୍କ ବିନମ୍ର ସ୍ବଭାବ ଆପଣଙ୍କର ସାହାଯ୍ୟ କରିବ। କାର୍ଯ୍ୟକ୍ଷେତ୍ରରେ ଭଲ ଢ଼ଙ୍ଗରେ କାମ କରିବେ। ଆପଣଙ୍କୁ ନିର୍ମାଣ କାର୍ଯ୍ୟରେ ଯଥେଷ୍ଟ ଫାଇଦା ହେବ। ଛାତ୍ରଙ୍କୁ କୌଣସି ଶୁଭ ଖବର ମିଳିପାରେ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ବିରଜା।

ତୁଳା: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। କୌଣସି କାମ କରିବା ପାଇଁ ଯୋଜନା କରିବେ। ଆପଣଙ୍କ ପରାମର୍ଶକୁ ଅନ୍ୟମାନେ ସମ୍ମାନ କରିବେ। ସନ୍ଧ୍ୟାରେ ଜୀବନସାଥୀଙ୍କ ସହିତ ବାହାରକୁ ଭୋଜନ ପାଇଁ ଯାଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

 

ବିଛା: କ୍ୟାରିଅରର ସୁଧାର ପାଇଁ ଭଲ ଦିନଟିଏ। ଉତ୍ସାହର ସହିତ ସବୁ କାମ କରିବେ। ଅଚାନକ ଧନପ୍ରାପ୍ତି ହେବ। କୌଣସି ସ˚ପର୍କିୟଙ୍କ ସହିତ ମିଳନ ଯୋଗ ରହିଛି। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ତାରିଣୀ।

ଧନୁ: ଆଜି ଆପଣଙ୍କର ଆତ୍ମବିଶ୍ବାସ ଭରି ରହିବ। କାର୍ଯ୍ୟକ୍ଷେତ୍ରରେ ବୃଦ୍ଧି ଲାଗି ନୂଆ ଅବସର ମିଳିବ। ସମାଜରେ ମାନ ସମ୍ମାନ ପାଇବେ। ଜୀବନସାଥୀଙ୍କ ସହିତ ତାଳମେଳ ବଜାୟ ରହିବ। ଶୁଭରଙ୍ଗ: ମେରୁନ। ଆରାଧନା: ସୂର୍ଯ୍ୟଦେବ।

ମକର: ପ୍ରଭୁଙ୍କ ସ୍ମରଣରେ ମନର ସକାରାତ୍ମକ ଶକ୍ତି ସ˚ଚାର ହେବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ। ବ୍ୟବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ। ଶୁଭରଙ୍ଗ: ଧଳା। ଆରାଧନା: ସନ୍ତୋଷୀମାତା।

କୁମ୍ଭ: ଆଜି କିଛି ନୂଆ କରିବାର ଦିନଟିଏ। ଯେତେ ମିଠା କଥା କହିବେ ସେତେ ଲାଭ ପାଇବେ। ଲୁହା ବ୍ୟବସାୟୀଙ୍କୁ ବଡ଼ ଅଡ଼ର୍ର ମିଳିପାରେ। ଜୀବନସାଥୀଙ୍କର ଖୁବ୍‌ ପ୍ରେମ ପାଇବେ। ଶୁଭରଙ୍ଗ: ଆକାଶିନୀଳ। ଆରାଧନା: ମହାଲକ୍ଷ୍ମୀ।

ମୀନ: ଆଜି ସବୁ କାମ ଆପଣଙ୍କ ମନ ମୁତାବକ ହେବ। କୌଣସି ନିକଟ ସ˚ପର୍କିୟଙ୍କ ଠାରୁ ଖୁସି ଖବର ମିଳିପାରେ। ବେପାରିବର୍ଗଙ୍କୁ ଅଚାନକ ଧନଲାଭ ହେବ। ଜୀବନସାଥୀଙ୍କର ଢେ଼ର‌୍‌ସାରା ପ୍ରେମ ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ସାଇରାମ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More