Only for Entertainment

ଜାଣନ୍ତୁ ଆଜିର ରାଶିଫଳ ।

35

ମେଷ: ବ୍ୟବସାୟ ଯୋଜନା ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିବେ। ଅଚାନକ କୌଣସି ସମାରୋହକୁ ଯାଇପାରନ୍ତି। ନୂଆ ଲୋକଙ୍କ ସହିତ ସ˚ପର୍କ ହେବ ଯାହାକି ଭବିଷ୍ୟତରେ ଲାଭ ମିଳିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସୂର୍ଯ୍ୟଦେବ।

ବୃଷ: ସକାରାତ୍ମକ ଭାବନାରେ ରହନ୍ତୁ କାମ କରିବା ସହଜ ହେବ। କୌଣସି କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ନେତା ଓ ଉଚ୍ଚଅଧିକାରୀଙ୍କ ସହିତ ମିଳାମିଶା ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

ମିଥୁନ: କାରବାରୀଙ୍କ ଲାଗି ଦିନଟି ଲାଭପ୍ରଦ। ଆମଦାନିର ନୂଆ ଅବସର ପାଇବେ। ଅଫିସରେ ଆପଣଙ୍କ ସମ୍ମାନିତ କରାଯାଇପାରେ। ରାଜନୀତିରେ ଆର୍ଥିକ ଲାଭ ହେବ। ପ୍ରେମ ସାଗରରେ ବୁଡ଼ ପକାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କିଚକେଶ୍ବରୀ।

କର୍କଟ: ଆଧୢାତ୍ମିକ ଭାବନାରେ ସମୟ ବିତିବ। ଗୁରୁଜନଙ୍କ ପ୍ରତି ମନରେ ପ୍ରେମଭାବ ରହିବ। ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରଭାବ ବଢ଼ିବ। ପାରବାରିକ ଜୀବନରେ ସୁଖ ଓ ଶାନ୍ତି ବୃଦ୍ଧି ହେବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ସମଲେଶ୍ବରୀ।

ସି˚ହ: ଆଜି କିଛି ନୂଆ ଅନୁଭବ ପ୍ରାପ୍ତ ହେବ। ମିତ୍ରଙ୍କ ସହାୟତାରେ ଆପଣଙ୍କ କାମ ପୂରା ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ଦାଂପତ୍ୟ ଜୀବନରେ ତାଳମେଳ ବଜାୟ ରହିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ କଟକଚଣ୍ତୀ।

କନ୍ୟା: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ସାମାଜିକ କାର୍ଯ୍ୟରେ ରୁଚି ନେଇପାରନ୍ତି। ପୁରୁଣା ମିତ୍ରଙ୍କ ସହିତ ଭେଟ ହେବ। ଲକ୍ଷ୍ୟ ପୂରା କରିବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀଗଣେଶ।

ତୁଳା: ସଫଳତାର ନୂଆ ପାହାଚରେ ପାଦ ରଖିବେ। ସରକାରୀ କ୍ଷେତ୍ରରେ ଲାଗି ରହଥିବା ବାଧା ଦୂର ହେବ। ବ୍ୟବସାୟରେ ବଡ଼ ସଉଦାରୁ ଲାଭ ହେବ। ପ୍ରିୟ ବନ୍ଧୁଙ୍କ ସହିତ ସିନେମା ଦେଖିବାକୁ ଯିବେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଦୁର୍ଗା।

ବିଛା: ସ୍ବଭାବ ଶାନ୍ତ ଓ ବ୍ୟବହାର ମିଷ୍ଟ ରହିବ। ମହତ୍ତ୍ବପୂର୍ଣ୍ଣ ବ୍ୟାପାରରେ ମିତ୍ରଙ୍କ ସହିତ କଥାବର୍ତ୍ତା ହେବେ। ବ୍ୟବସାୟୀଙ୍କୁ ବଡ଼ ଅଡ଼ର୍ର ମିଳିପାରେ। ଇ˚ଜିନିୟର ଛାତ୍ରଙ୍କୁ ଶୁଭଫଳ ମିଳିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ମଝିଘରିଆଣୀ।

ଧନୁ: ପରିଶ୍ରମ କରିବା ପାଇଁ ପ୍ରସ୍ତୁତ ରହନ୍ତୁ। ଭାଗ୍ୟ ଆପଣଙ୍କୁ ସାଥ ଦେବ। ସ୍ଥଗିତ ଥିବା କାମ ପୂରା ହୋଇଯିବ। ସମାଜରେ ମାନ ସମ୍ମାନ ପାଇବେ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଗାୟତ୍ରୀ।

ମକର: ବ୍ୟବସାୟରେ ନୂଆ ଦିଶା ମିଳିବ। ନୂଆ ସାଥୀଙ୍କ ସହିତ ରହି ପୁରୁଣା ସାଥୀଙ୍କୁ ଅଣଦେଖା କଲେ, ଅସୁବିଧାରେ ପଡ଼ି ଯାଇପାରନ୍ତି। ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ହିଙ୍ଗୁଳା।

କୁମ୍ଭ: ଲୁହା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ। ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ଆପଣଙ୍କର କଥା ଓ କାମ କରିବା କୌଶଳ ଲୋକଙ୍କୁ ଖୁସି କରାଇବ। କୋର୍ଟ କଚେରି ମାମଲାରେ ବିଜୟୀ ହେବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିମଳା।

ମୀନ: ସାରାଦିନ ଆପଣ ନୂଆଊର୍ଜାରେ ଭରା ରହିବେ। ଆପଣଙ୍କ ବ୍ୟକ୍ତିତ୍ବରେ ପାଖଆଖରେ ଲୋକେ ପ୍ରସନ୍ନ ହେବେ। ବେପାରରେ ସଫଳତା ମିଳିବ। ସରକାରୀ ଚାକିରିଆଙ୍କୁ ଧନଲାଭ ହୋଇପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More