Only for Entertainment

ଜାଣନ୍ତୁ ଆଜିର ରାଶିଫଳ ।

35

ମେଷ: ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଭାବିଥିବା ସବୁ କାମ ପୂରା ହେବ। କୌଣସି ବଡ଼ କ˚ପାନିରେ ଚାକିରିର ଡ଼ାକରା ଆସିପାରେ। ପ୍ରେମ ଜୀବନ ଖୁବ୍‌ ରୋଚକ ଓ ଆନନ୍ଦମୟ ରହିବ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ଅମ୍ବିକା।

ବୃଷ: ଦିନଟି ଆପଣଙ୍କ ଉଦାର ସ୍ବଭାବ ଲାଗି ପ୍ରସନ୍ନତା ନେଇ ଆସିଛି। ଯାତ୍ରା ସୁଖଦ ଓ ଲାଭପ୍ରଦ ହେବ। ଆପଣଙ୍କ ଜୀବନ ଲାଗି କୌଣସି ଖାସ୍‌ ସୁଯୋଗ ମିଳିପାରେ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

ମିଥୁନ: ବ୍ୟବସାୟ ଓ ଚାକିରି ସମ୍ବନ୍ଧିତ କାମ ପୂରା ହେବ। ଓକିଲଙ୍କ ଲାଗି ଦିନଟି ଲାଭଦାୟକ ରହିବ। ସମସ୍ୟାର ସମାଧାନ ସହଜରେ ହେବ। କୌଣସି ମନୋର˚ଜନ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀ।

କର୍କଟ: ଦିନଟି ଆପଣଙ୍କ ଲାଗି ଶୁଭ ସ˚କେତ ନେଇ ଆସିବ। ପରିଶ୍ରମର ଫଳ ଦ୍ବିଗୁଣା ପାଇବେ। କୌଣସି ବିଶେଷ କାର୍ଯ୍ୟରେ ଯାତ୍ରାରେ ଯିବେ। ପୁସ୍ତକ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ତାରିଣୀ।

ସି˚ହ: ଆଜି କୌଣସି କଥାକୁ ନେଇ ମନରେ ଦ୍ବନ୍ଦ ରହିବ। ଧୈର୍ଯ୍ୟ ଧରି କାମ କରନ୍ତୁ ସଫଳତା ପାଇବେ। ବେପାର ବୃଦ୍ଧିର ସମ୍ଭାବନା ରହିଛି। କ˚ପାନି ଚାକିରିଆଙ୍କୁ ନୂଆ ପରିଯୋଜନା ମିଳିପାରେ। ଶୁଭରଙ୍ଗ: ଗାଲାପୀ। ଆରାଧନା: ମାଆ ଶାରଳା।

କନ୍ୟା: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ଆପଣ ବହୁତ କାମ ଦିମାକରେ କରିନେବେ। ଭଲ ଲୋକଙ୍କ ସହାୟତରେ ଧନଲାଭ ଯୋଗ ରହିଛି। ଜୀବନସାଥୀଙ୍କ ଠାରୁ ଢେ଼ର‌୍‌ସାରା ପ୍ରେମ ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀଗଣେଶ।

ତୁଳା: ଆଜି ଆପଣ ନିଜକୁ ଟିକେ ନିୟନ୍ତ୍ରଣରେ ରଖିବା ଦରକାର। ପୂରା ହେବାକୁ ଯାଉଥିବା କାର୍ଯ୍ୟରେ ବାଧା ଉପୁଜିପାରେ। ଜୀବନସାଥୀଙ୍କ ବ୍ୟବହାର ପ୍ରେମ ଭରା ରହିବ। ଛାତ୍ରଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ମଙ୍ଗଳା।

ବିଛା: ଆଜି ଆପଣଙ୍କ ମନ ପ୍ରସନ୍ନ ରହିବ। କିଛି ନା କିଛି ନୂଆ କରିବା ପାଇଁ ଚେଷ୍ଟା କରନ୍ତୁ। ପଇସା ମାମଲାରେ ଚିନ୍ତା ସମାପ୍ତ ହେବ। ଅପରିଚିତଙ୍କ ସହିତ କଥାବର୍ତ୍ତାରେ ବନ୍ଧୁ ସ˚ପର୍କ ଅନୁଭବ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଯାଈ।

ଧନୁ: ଆଜି ଆପଣଙ୍କ ସହିତ ଭଲ ହିଁ ଭଲ ହେବ। ଜରୁରୀ କାମରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ଘରୋଇ ଚିନ୍ତା ଧୀରେ ଧୀରେ ସମାପ୍ତ ହେବ। ପ୍ରତିଯୋଗିତା ପରୀକ୍ଷାରେ ସଫଳତା ପ୍ରାପ୍ତ ହେବ। ଶୁଭରଙ୍ଗ: ମ୍ୟାଜଣ୍ତା। ଆରାଧନା: ବାବା ଆଖଣ୍ତଳମଣି।

ମକର: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ବ୍ୟବସାୟରେ ଫାଇଦା ହୋଇପାରେ। ଚାକିରିରେ କୌଣସି ବିଶେଷ ଦାୟିତ୍ବ ଗ୍ରହଣ କରିବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ଜୀବନସାଥୀଙ୍କ ସହିତ ଧାର୍ମିକ ସ୍ଥାନକୁ ଯାଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

କୁମ୍ଭ: ବ୍ୟବସାୟରେ ନୂଆ ଯୋଜନା ପ୍ରୟୋଗ କରିବା ଲାଗି ଦିନଟି ଭଲ। ଆର୍ଥିକ ସ୍ଥିତି ବଢ଼ିଆ ରହିବ। ସମାଜରେ ପ୍ରାଧାନ୍ୟ ବୃଦ୍ଧି କରିବାକୁ ଚେଷ୍ଟା କରିବେ। ଜମି ଏବ˚ ବାହନ କିଣିବା ଲାଗି ଦିନଟି ଶୁଭ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମାଆ ଲକ୍ଷ୍ମୀ।

ମୀନ: ଆପଣଙ୍କ ଭିତରେ ଆତ୍ମବିଶ୍ବାସ ଅତୁଟ ରହିବ। ମିତ୍ରଙ୍କ ମାଧୢମରେ ଆପଣଙ୍କର କିଛି ଆଶା ପୂରା ହେବ। ବିଦେଶ ଯିବା ପାଇଁ ସୁଯୋଗ ଆସିବ। ଜୀବନସାଥୀଙ୍କୁ ଖୁସି ରଖିବା ଲାଗି ଉପହାର ଦେଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀଗଣେଶ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More