Only for Entertainment

ଜାଣନ୍ତୁ ଆଜିର ରାଶିଫଳ |

38

ମେଷ: ଜରୁରୀ କାମ ଶେଷ କରିବା ଲାଗି ଯୋଜନା କରିବେ। ସମାଜରେ ମାନ ସମ୍ମାନ ବଢ଼ିବ। ଫେସନ୍‌ ଡିଜାଇନିଙ୍ଗ୍ ବ୍ୟକ୍ତି ବିଶେଷଙ୍କୁ ନୂଆ ଚାକିରି ମିଳିପାରେ। ପରିବାର ଲୋକଙ୍କ ସହିତ ହସଖୁସିର ସମୟ ବିତିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: କୌଣସି ଜରୁରୀ କାମରେ ଯାଉଥିଲେ ଆପଣଙ୍କର ଆତ୍ମବିଶ୍ବାସ ଅତୁଟ ରଖନ୍ତୁ। ବ୍ୟବସାୟରେ ସଫଳତା ଓ ଲାଭ ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଅଫିସରେ ଏକ ସହିତ ବିଭିନ୍ନ କାମ କରିବା ହେତୁ କଷ୍ଟ ଅନୁଭବ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଗୁପ୍ତେଶ୍ବର।

ମିଥୁନ: ଆଜି ଆପଣଙ୍କୁ କୌଣସି ନିଜ ଲୋକଙ୍କ ଠାରୁ ଯଥେଷ୍ଟ ଆଶା ରହିବ। ବ୍ୟାବସାୟିକ ଯାତ୍ରା ଲାଭପ୍ରଦ ହେବ। କଳାକାରଙ୍କ ପାଇଁ ଦିନଟି ଅନୁକୂଳ। ଫିଲ୍ମ ବା କାର୍ଯ୍ୟକ୍ରମରେ ଅନୁବନ୍ଧ ମିଳିବ। ଜୀବନସାଥୀଙ୍କ ଠାରୁ ଢେ଼ର‌୍‌ସାରା ପ୍ରେମ ପାଇବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଭଦ୍ରକାଳୀ।

କର୍କଟ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ସମ୍ବନ୍ଧରେ ଲାଗି ରହିଥିବା ତିକ୍ତତା ଶେଷ ହେବ। କୌଣସି ପ୍ରାଇଭେଟ୍‌ କ˚ପାନିରେ ଆପଣଙ୍କୁ ଚାକିରି ମିଳିପାରେ। ମହିଳାଙ୍କ ଧୢାନ ଘରୋଇ କାମରେ କେନ୍ଦ୍ରିତ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ବରୀ।

ସି˚ହ: ନିର୍ଦ୍ଦିଷ୍ଟ ସମୟ ଭିତରେ କାମ ସ˚ପୂର୍ଣ୍ଣ ହେବା ଯୋଗୁଁ ମନ ଶାନ୍ତ ରହିବ। ସମାଜରେ ମାନ ସମ୍ମାନ ମିଳିବ। ବ୍ୟବସାୟରେ ଫାଇଦା ହେବା ଲାଗି ବ୍ୟକ୍ତି ମିଳିବେ। ସଙ୍ଗୀତ ନିର୍ଦେଶକଙ୍କୁ ସମ୍ମାନିତ କରାଯାଇପାରେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ବଗଳାମୁଖୀ।

କନ୍ୟା: ଆଧୢାତ୍ମିକ ଭାବନାରେ ଅଧିକ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜିତ କରିବାକୁ ପ୍ରୟାସ କରିବେ। ବ୍ୟବସାୟ କ୍ଷେତ୍ରରେ କିଛି ଲୋକଙ୍କ ସାହାଯ୍ୟ ପାଇବେ। ସାମାଜିକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ତୁଳା: ଆପଣଙ୍କ ବିଚାର ଉପରେ ସ୍ଥିର ରହନ୍ତୁ। କୋର୍ଟ କଚେରି ମାମଲାର ଫଇସଲା ଆପଣଙ୍କ ପକ୍ଷରେ ଆସିବ। କ˚ପାନି ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କୁ ସିନିଅରଙ୍କ ପୂରା ସହଯୋଗ ମିଳିବ। ପରିବାର ଲୋକଙ୍କ ଠାରୁ ଖୁସି ମିଳିପାରେ। ଶୁଭରଙ୍ଗ: ସବୁଜ। ଆରାଧନା: ସୂର୍ଯ୍ୟଦେବ।

 

 

 

 

 

 

ବିଛା: ପରିବାର ସହିତ ଧର୍ମାନୁଷ୍ଠାନକୁ ଯିବେ। ଆପଣଙ୍କ ଭଲ ବ୍ୟବହାରରେ ପାଖଆଖର ଲୋକ ଖୁସି ରହିବେ। ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ସୃଷ୍ଟି ହେବ। ଲେଖକଙ୍କ ବିଚାରର ସମ୍ମାନ ହେବ। ଶୁଭରଙ୍ଗ: ବାଦାମୀ। ଆରାଧନା: ଶ୍ରୀଗଣେଶ।

ଧନୁ: ଆପଣଙ୍କ ଉଦାର ସ୍ବଭାବରେ ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ସଫଳତା ନିଶ୍ଚିତ ମିଳିବ। କ˚ପାନି ତରଫରୁ ବିଦେଶ ଯିବାକୁ ପଡ଼ିପାରେ। ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଗାୟତ୍ରୀ।

ମକର: ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସମାଜରେ ଭଲ ଛବି ବଜାୟ ରଖିବା ଜରୁରୀ। ଏହାର ଲାଭ ଆସୁଥିବା ସମୟରେ ମିଳିବ। ଫିଲ୍ମ କଳାକାରଙ୍କୁ ବଢ଼ିଆ ସୁଯୋଗ ମିଳିବ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ଶ୍ରୀକୃଷ୍ଣ।

କୁମ୍ଭ: ମାଆ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହଛି। କୌଣସି କାର୍ଯ୍ୟ ଅତିଶୀଘ୍ର କରିଦେବେ। ରାଜନୀତିକ ନେତାଙ୍କ ଲାଗି ଦିନଟି ଶୁଭ। କୌଣସି ମିତ୍ରଙ୍କ ସହିତ ଲାଗି ରହିଥିବା ତିକ୍ତତା ଶେଷ ହେବ। ବରିଷ୍ଠ ଲୋକ ଠିକ୍‌ ସମୟରେ ଔଷଧ ଖାଆନ୍ତୁ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଅମ୍ବିକା।

ମୀନ: ଆପଣଙ୍କ ଭିତରେ ନୂଆ ଊର୍ଜା ସ˚ଚାର ହେବ। ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। କର୍ତ୍ତୃପକ୍ଷ ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ରହିବ। ଭୌତିକ ସୁଖ ସାଧନରେ ବୃଦ୍ଧି ହେବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More