Only for Entertainment

ଜାଣନ୍ତୁ ଆଜିର ରାଶିଫଳ ।

38

ମେଷ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ନିଜର ସାମାଜିକ ଜୀବନରେ ଆନନ୍ଦ ଉପଭୋଗ କରନ୍ତୁ। କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ଭଲ ସୁଯୋଗ ମିଳିବ। ଜୀବନସାଥୀଙ୍କ ସହିତ ଧାର୍ମିକ ଯାତ୍ରା ସ୍ମରଣୀୟ ରହିବ। ଶୁଭରଙ୍ଗ: କଫି। ଆରାଧନା: ମାଆ ଭୈରବୀ।

ବୃଷ: ଜରୁରି କାମ ପାଇଁ ଊର୍ଜାକୁ ଏକତ୍ର କରି ରଖନ୍ତୁ। ବ୍ୟବସାୟରେ ନୂଆ ଆହ୍ବାନର ସାମନା କରିପାରନ୍ତି। ଅନ୍ୟମାନଙ୍କ ସହିତ କଥା କହିବା ବେଳେ ଶଦ୍ଦ ଉପରେ ଧୢାନ ଦିଅନ୍ତୁ। ଚାକିରିଆ ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମାଆ ବଗଳାମୁଖୀ।

ମିଥୁନ: ଆଗକୁ ବଢ଼ିବା ଲାଗି ଲଗାତାର ଚେଷ୍ଟା କରିବେ। ପରିଶ୍ରମର ଫଳ ଦ୍ବିଗୁଣା ମିଳିବ। ବ୍ୟବସାୟ ସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ମହିଳାଙ୍କ ଲାଗି ଭଲ ଦିନଟିଏ। ସୁଖଦ ସମାଚାର ମିଳିବାର ସମ୍ଭାବନା। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଅମ୍ବିକା।

କର୍କଟ: ଆପଣଙ୍କ ମହତ୍ତ୍ବାକା˚କ୍ଷା ସମୟ ବିତିବା ସାଙ୍ଗସଙ୍ଗେ ବଦଳିଯିବ। କାହାରିକୁ ଆପଣ ରକ୍ଷା କରିବାକୁ ଚେଷ୍ଟା କରିବେ। ବ୍ୟବସାୟ ସମ୍ବନ୍ଧୀୟ କାମରେ ଯାତ୍ରା କରିବେ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଶୁଭରଙ୍ଗ: ଧୂସର। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ସି˚ହ: ଦିନଟି ଆପଣଙ୍କ ପାଇଁ ଅନୁକୂଳ। ଆପଣ ଏଭଳି କୌଣସି ବ୍ୟକ୍ତିଙ୍କ ସହିତ ମିଶିବେ ଯାହା ଦ୍ବାରା ଜୀବନରେ ପରିବର୍ତ୍ତନ ଆସିବ। ବ୍ୟବସାୟରେ ଅଚାନକ ଧନଲାଭ ହୋଇପାରେ। ମହିଳାଙ୍କର ଧୢାନ ଘରୋଇ କାମରେ କେନ୍ଦ୍ରିତ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

କନ୍ୟା: ସକାରାତ୍ମକ ଭାବନାରେ ରହନ୍ତୁ। ଆଜି ଆପଣଙ୍କର ତର୍କ ଶକ୍ତି କାମରେ ଆସିବ। ବ୍ୟବସାୟରେ ପରିବାରର ସହଯୋଗ ମିଳିବ। ସାମାଜିକ କାର୍ଯ୍ୟରେ ଭାଗ ନେବାର ଅବସର ମିଳିବ। ପ୍ରେମ ଜୀବନ ଖୁବ୍‌ ରୋଚକ ଓ ଆନନ୍ଦମୟ ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ତୁଳା: କୌଣସି ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟରେ ସଫଳତା ହାସଲ କରିବେ। ଅଟକିଥିବା ପଇସା ଆପଣଙ୍କୁ ମିଳିପାରେ। ଚାକିରିଆଙ୍କର ଉନ୍ନତି ହେବ। ସନ୍ଧ୍ୟା ସୁଦ୍ଧା କୌଣସି ଭଲ ଖବର ପାଇବେ। ପରିଜନଙ୍କ ସହିତ ଖୁସିରେ ସମୟ କଟିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମାଣିକେଶ୍ବରୀ।

 

ବିଛା: କ˚ପାନିରେ ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କୁ ଅଧିକାରୀଙ୍କ ପୂରା ସହଯୋଗ ମିଳିବ। ଆପଣଙ୍କର ପୁରୁଣା ଇଚ୍ଛା ପୂରା ହେବ। ବେପାରିବର୍ଗଙ୍କୁ ଅଚାନକ ଧନଲାଭ ହେବ। ପରିବାର ଲୋକଙ୍କ ସହିତ ଆନନ୍ଦର ମୁହୂର୍ତ୍ତ ବିତେଇବେ। ଶୁଭରଙ୍ଗ: ବାଦାମୀ। ଆରାଧନା: ଶ୍ରୀଗଣେଶ।

ଧନୁ: ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଦୀର୍ଘ ଦିନରୁ ଯେଉଁ ସୁଯୋଗ ଅପେକ୍ଷାରେ ଥିଲେ ତାହା ଆପଣଙ୍କୁ ମିଳିବ। ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରଭାବ ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

ମକର: ଆତ୍ମଚିନ୍ତନରେ ଅଧିକ ସମୟ ବିତିବ। ପୂରା ହେବାକୁ ଯାଉଥିବା କୌଣସି କାମରେ ବାଧା ଉପୁଜିବ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟବସାୟ ମାମଲାରେ ଯାତ୍ରାର ଯିବା ପାଇଁ ଯୋଜନା କରିବେ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ବାବା ଗୁପ୍ତେଶ୍ବର।

କୁମ୍ଭ: ଆପଣ ନିଜକୁ ଊର୍ଜାଭରା ଅନୁଭବ କରିବେ। ରଚନାତ୍ମକ କାମରେ ଧୢାନ ଲଗାନ୍ତୁ, ଲାଭ ହେବ। ଅଫିସରେ କୌଣସି ନୂଆ କାମର ଦାୟିତ୍ବ ମିଳିପାରେ। ରାଜନୀତିରେ ଥିବା ବ୍ୟକ୍ତିମାନେ ସମ୍ମାନିତ ହୋଇପାରନ୍ତି। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ସନ୍ତୋଷୀମାତା।

ମୀନ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଆପଣଙ୍କ ମନରେ ଆସିଥିବା ଥିବା ବିଚାର କାମରେ ପୂରା ହେବ। ଜୀବନରେ ସୁଖ ଶାନ୍ତି ଆସିବ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଶାରଳା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More