Only for Entertainment

ଜାଣନ୍ତୁ ଆଜିର ରାଶିଫଳ ।

66

ମେଷ: ଆଜି ଆପଣଙ୍କ ମନରେ ନୂଆ ନୂଆ ବିଚାର ଉତ୍ପନ୍ନ ହେବ। କୌଣସି ଜରୁରୀ କାମ ଶେଷ କରିବାରେ ସଫଳ ରହିବେ। କାରବାରରେ ଆଶାଜନକ ଫଳ ପାଇବେ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ହେବ। ଶୁଭରଙ୍ଗ: ମ୍ୟାଜଣ୍ତା। ଆରାଧନା: ବାବା ଚନ୍ଦନେଶ୍ବର।

ବୃଷ: ଆଜି ପୂର୍ବଦିନ ଅପେକ୍ଷା ଭଲ ରହିବ। ଆପଣଙ୍କ ଜୀବନସାଥୀଙ୍କ ଠାରୁ ପୂରା ସହଯୋଗ ପାଇବେ। ବେପାରରେ ଉନ୍ନତି ହେବ। କୌଣସି ବ୍ୟକ୍ତିଙ୍କ ସହିତ ମନର ମେଳ ହେବ। ରାଜନୀତି କ୍ଷେତ୍ରକୁ ଯିବା ପାଇଁ ବିଚାର କରିବେ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ଶ୍ରୀଗଣେଶ।

ମିଥୁନ: ଆଜି ଆପଣଙ୍କର ସ୍ଥିତି ମଜଭୁତ ରହିବ। ବେପାରରେ ଆପଣଙ୍କର ସଫଳତା ସୁନିଶ୍ଚିତ ହେବ। ଅଫିସରେ କୌଣସି ନୂଆ ଦାୟିତ୍ବ ମିଳିପାରେ। କୌଣସି ସମାରୋହକୁ ଯିବା ପାଇଁ ଯୋଜନା ପ୍ରସ୍ତୁତ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

କର୍କଟ: କୌଣସି ବି କାମରେ ତରତର ହୁଅନ୍ତୁ ନାହିଁ। ବ୍ୟବସାୟରେ ବିରୋଧୀମାନଙ୍କ ପ୍ରତି ସାବଧାନ ରହନ୍ତୁ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହୋଇପାରେ। ଆପଣ ନିଜର ସ୍ବାସ୍ଥ୍ୟରେ ଧୢାନ ରଖିବା ଦରକାର। ଖର୍ଚ୍ଚ ବଢ଼ିପାରେ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ସି˚ହ: ଆପଣଙ୍କ କ୍ୟାରିଅର ଲାଗି ଭଲ ଦିନଟିଏ। ନୂଆ କାମର ଯୋଜନା କରିପାରନ୍ତି। ସହଯୋଗୀଙ୍କ ସହାୟତାରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ପରିବାର ଲୋକଙ୍କ ସହିତ ବାହାରକୁ ଭ୍ରମଣରେ ଯିବା ଲାଗି ଯୋଜନା କରିବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଦୁର୍ଗା।

କନ୍ୟା: ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। କିଛି ଲୋକ ଆପଣଙ୍କ କଥାରେ ପ୍ରଭାବିତ ହେବେ। ବ୍ୟବସାୟ ଓ ଚାକିରିରେ ପୁରୁଣା ବିବାଦ ସମାପ୍ତ ହୋଇଯିବ। ଆୟର ନୂଆ ରାସ୍ତା ଖୋଲିବ। ଜୀବନସାଥୀଙ୍କ ସହିତ ତାଳମେଳ ବଜାୟ ରହିବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ତାରିଣୀ।

ତୁଳା: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ଉନ୍ନତି ଲାଗି କୌଣସି ଭଲ ସୁଯୋଗ ମିଳିବ। ଅଫିସରେ ସ୍ଥଗିତ ଥିବା କାମ ସହଜରେ ପୂରାହେବ। ବ୍ୟବସାୟ ସମ୍ବନ୍ଧୀୟ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ପାରିବାରକ ଜୀବନ ଶାନ୍ତିମୟ ହେବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଚନ୍ଦନେଶ୍ବର।

 

ବିଛା: ଆପଣଙ୍କ ମନ ଆଧୢାତ୍ମିକ ଦିଗରେ ଅଧିକ ଲାଗି ରହିବ। ଅଫିସରେ ଏକ ସମୟରେ ବିଭିନ୍ନ କାମ କରିବା ହେତୁ କଷ୍ଟ ଅନୁଭବ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ନିଜ କାମରେ ଟିକେ ସାବଧାନ ରହନ୍ତୁ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ବିରଜା।

ଧନୁ: ଆପଣଙ୍କର ମହତ୍ତ୍ବାକା˚କ୍ଷା ସମୟ ବିତିବା ସାଙ୍ଗ ସଙ୍ଗେ ବଦଳି ଯିବ। ଜୀବନସାଥୀଙ୍କର ପୂରା ସହଯୋଗ ପାଇବେ। ସମାଜରେ ସମସ୍ତଙ୍କ ସହିତ ତାଳମେଳ ବଜାୟ ରଖିବାରେ ଧୢାନ ଦେବେ। ବ୍ୟବସାୟରେ ନୂଆ ଅନୁବନ୍ଧ ହେବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

ମକର: ଆପଣଙ୍କୁ ପରଶ୍ରମ ଅନୁସାରେ ଫଳ ମିଳିବ। ଓକିଲଙ୍କ ପାଇଁ ଦିନଟି ଲାଭପ୍ରଦ। ଆର୍ଥିକ ପକ୍ଷ ମଜଭୁତ ହେବ। ନାରାଜ ଥିବା ବନ୍ଧୁଙ୍କୁ ମନାଇ ନେବେ। ବିଦେଶ ଯିବା ଲାଗି ଯୋଜନା କରିବେ। ଆପଣ ନିଜର ସ୍ବାସ୍ଥ୍ୟ ପ୍ରତି ଧୢାନ ଦିଅନ୍ତୁ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଶାରଳା।

କୁମ୍ଭ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ବ୍ୟବସାୟ କ୍ଷେତ୍ରରେ କିଛି ଲୋକଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ଜୀବନସାଥୀ ଓ ପାଖଲୋକଙ୍କ ସହିତ ସୌଜନ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ସଙ୍ଗୀତ ଶୁଣିବାକୁ ମନ କହିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ମୀନ: ଆପଣଙ୍କ ଭାବନା ଯଥେଷ୍ଟ ସକାରାତ୍ମକ ରହିବ। ନୂଆ ଯୋଜନା ସୂତ୍ରପାତ ହେବ। ଆର୍ଥିକ ପକ୍ଷ ମଜଭୁତ ବଜାୟ ରହିବ। ବିରୋଧୀ ଆପଣଙ୍କ ସମ୍ମୁଖରେ ନତମସ୍ତକ ରହିବେ। ନୂଆ ଘର କମ୍ବା ଜମି କିଣିବା ଯୋଗ ରହିଛି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ବରୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More