Only for Entertainment

ଜାଣନ୍ତୁ ଆଜିର ରାଶିଫଳ

148

ମେଷ: ଆପଣଙ୍କର ଧୢାନ ଆଧୢାତ୍ମିକ କାର୍ଯ୍ୟରେ ଲାଗି ରହିବ। ଆପଣଙ୍କର ଭାଗ୍ୟ ଆପଣଙ୍କ ସାଥୀରେ ରହିବ। କ୍ୟାରିଅରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ ରହିବ। ଜୀବନସାଥୀଙ୍କ ସହିତ ତାଳମେଳ ବଜାୟ ରହିବ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ସୁରେଶ୍ବରୀ।

ବୃଷ: ପୁରୁଣା ନେଣଦେଣକୁ ନେଇ ବିବାଦର ସ୍ଥିତି ଉତ୍ପନ୍ନ ହେବ। ଅଫିସରେ ଟିକେ ମାହୋଲ ଅଲଗା ରହିବ। କାମ ଠିକ୍ ସମୟରେ ପୂରା ନହେବାରୁ ଅସନ୍ତୁଷ୍ଟ ହୋଇପାରନ୍ତି। ବାହାର କାମରେ ଗଲାବେଳେ ବାହନ ସାବଧାନତାର ସହ ଚଳାନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

ମିଥୁନ: ଆପଣଙ୍କର ସବୁ ଇଚ୍ଛା ପୂରା ହେବ। ଆପଣଙ୍କୁ ଧନଲାଭର ନୂଆ ଅବସର ମିଳିବ। ଅଫିସରେ ଆପଣଙ୍କ ପରାମର୍ଶକୁ କର୍ତ୍ତୃପକ୍ଷ ପ୍ରଶ˚ସା କରିବେ। ପରିବାର ଲୋକମାନଙ୍କ ସହିତ ଖୁସିର ମୁହୂର୍ତ୍ତ ବିତେଇବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମହାଲକ୍ଷ୍ମୀ।

କର୍କଟ: ଭାଗ୍ୟ ଉଜ୍ଜ୍ବଳ ରହିବ। ଆପଣଙ୍କର ସାକ୍ଷାତ୍‌ ଆଲୋଚନା ଏଭଳି ବ୍ୟକ୍ତିଙ୍କ ସହିତ ହେବ, ଯିଏ ସାହାଯ୍ୟ କରିବେ। ବେପାରିଙ୍କୁ ଅଚାନକ ଧନଲାଭର ସୁଯୋଗ ମିଳିବ। ମହିଳାମାନେ ଖୁସିର ସହିତ ଜିନିଷପତ୍ର କିଣିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ବରୀ।

ସି˚ହ: ଆଜି ଆପଣ ନିଜର ସଫଳତା ନେଇ ଆଶ୍ବସ୍ତ ରହିବେ। ଆପଣଙ୍କର ତର୍କ ଶକ୍ତି ଆଜି କାମରେ ଆସିବ। ସନ୍ତାନଙ୍କ ସହିତ ସମୟ ବିତେଇବା ହେତୁ ଆପଣଙ୍କୁ ଖୁସି ମିଳିବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ବଗଳାମୁଖୀ।

କନ୍ୟା: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। କାର୍ଯ୍ୟକ୍ଷେତ୍ରରେ ବୃଦ୍ଧି ଲାଗି ନୂଆ ଅବସର ମିଳିବ। ବିଦେଶରୁ ଭଲ ଖବର ପାଇବେ। ଆପଣଙ୍କୁ ଅଚାନକ ଧନଲାଭ ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ସକାରାତ୍ମକ ଭାବନା ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ବରୀ।

ତୁଳା: ଆପଣଙ୍କର ଆକର୍ଷକ ଅନ୍ୟମାନଙ୍କୁ ଦୃଷ୍ଟି ଆକର୍ଷଣ କରିବ। ବେପାର ମାମଲାରେ ମନରେ ନୂଆ ବିଚାର ଆସିବ। ଯିବାକୁ ଥିବା ଯାତ୍ରା କଲ୍ୟାଣକାରୀ ହେବ। ଜୀବନସାଥୀଙ୍କ ଉନ୍ନତି ହେତୁ ଜୀବନରେ ମଧୁରତା ଆସିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ମାଣିକେଶ୍ବରୀ।

ବିଛା: ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ଆପଣଙ୍କୁ ଧନଲାଭର ସୁବର୍ଣ୍ଣ ସୁଯୋଗ ମିଳିବ। ଅଫିସରେ ଆପଣଙ୍କ କାମର କର୍ତ୍ତୃପକ୍ଷ ପ୍ରଶ˚ସା କରିବେ। ଘରେ ଖୁସର ମାହୋଲ ବଜାୟ ରହିବ। ଶିକ୍ଷକଙ୍କ ପୂରା ସହଯୋଗ ଆପଣଙ୍କୁ ମିଳିବ।ଶୁଭରଙ୍ଗ: ବାଦାମୀ। ଆରାଧନା: ମହାଦେବ।

ଧନୁ: ଆଧୢାତ୍ମିକ ଭାବନାରେ ଅଧିକ ସମୟ ବିତିବ। ଆପଣଙ୍କ ସମ୍ବନ୍ଧରେ ଲାଗି ରହିଥିବା ତିକ୍ତତା ମଧୁରତାରେ ବଦଳିଯିବ। ଧନଲାଭର ବଡ଼ ଅବସର ମିଳିବ। ଘରକୁ କୌଣସ ସ˚ପର୍କିୟ ଶୁଭ ଖବର ନେଇ ଆସିବେ। ଶୁଭରଙ୍ଗ: ଲାଲ। ଆରାଧନା: ସୂର୍ଯ୍ୟଦେବ।

ମକର: ଆଜି କିଛି ନୂଆ କରିବା ପାଇଁ ଭାବି ପାରନ୍ତି। ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବାର ସମ୍ଭାବନା ରହିଛି। ପଇସା ସମ୍ବନ୍ଧୀୟ କୌଣସି ବିପଦପୂର୍ଣ୍ଣ ପଦକ୍ଷେପ ନିଅନ୍ତୁ ନାହିଁ। ଘରକୁ ଅଚାନକ କୌଣସି ଅତିଥି ଆସିପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀଗଣେଶ।

କୁମ୍ଭ: ଅଫିସରେ ଅଧିକ ପରିଶ୍ରମ ଯୋଗୁଁ ସ୍ଥଗିତ ଥିବା କାମ ପୂରା ହେବ। ବ୍ୟବସାୟରେ ସଉଦା ପାଇଁ ଦୂରସ୍ଥାନକୁ ଯାଇପାରନ୍ତି। ଅଚାନକ ଧନଲାଭ ହେବ। ଆପଣଙ୍କୁ ପାରିବାରିକ ସୁଖ ପ୍ରାପ୍ତି ହେବ। ଛାତ୍ରଙ୍କୁ କ୍ୟାରିଅରରେ ବଡ଼ ସଫଳତା ମିଳିବ। ଶୁଭରଙ୍ଗ: ଧୂସର। ଆରାଧନା: ମହାଲକ୍ଷ୍ମୀ।

ମୀନ: ସଫଳତାର ନୂଆ ପାହାଚରେ ପାଦ ରଖିବେ। କାନୁନ ବିବାଦ ଆଜି ସମାପ୍ତ ହୋଇପାରେ। ଆପଣଙ୍କ ବ୍ୟବହାରରେ କିଛି ଲୋକ ପ୍ରଭାବିତ ହେବେ। ପିତା-ମାତାଙ୍କ ସ୍ବାସ୍ଥ୍ୟ ଭଲ ରହିବ। ବିଦ୍ୟାର୍ଥୀଙ୍କ ମନ ଲେଖାପଢ଼ାରେ ଲାଗି ରହିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ତାରିଣୀ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More