Only for Entertainment

ସାମ୍ନାକୁ ଆସିଲା ସତ୍ୟ,ଏହି କାରଣରୁ ଫ୍ଲାଇଟରେ ଜୋତା ବାହାର କରି ମାରିଥିଲେ କପିଲ ଶର୍ମା ।

The Indian Express
0 67

ଆଜି କମେଡ଼ିଆନ ସୁନିଲ ଗ୍ରୋଭରଙ୍କ ଜନ୍ମଦିନ । ସୁନିଲ ୩ ଅଗଷ୍ଟ ୧୯୭୭ରେ ସିରସାର ଏକ ପଂଜାବୀ ପରିବାରରେ ଜନ୍ମ ହୋଇଥିଲେ । କମେଡ଼ି ନାଇଟସ ୱିଥ କପିଲରେ ଗୁତ୍ଥି ଚରିତ୍ରକୁ ତ ଆପଣ ମନେ ରଖିଥିବେ । ସେ ଇଣ୍ଡଷ୍ଟ୍ରିରେ ପରିଚିତ ହେବା ପାଇଁ ଏହି ଶୋ’ର ଏକ ପ୍ରମୁଖ ଭୂମିକା ରହିଛି । ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ କ୍ୟାରିଅରର ଏକ ଖାସ କଥା ।

ସୁନିଲଙ୍କ ପିତା ଜଣେ ବ୍ୟାଙ୍କ ମ୍ୟାନେଜର ଥିଲେ । ତାଙ୍କର ଏକ ବଡ଼ ଭଉଣୀ ଏବଂ ସାନ ଭାଇ ମଧ୍ୟ ଅଛନ୍ତି । ଟିଭି ଏବଂ ଫିଲ୍ମରେ ସୁନିଲ ଛୋଟ ଛୋଟ ରୋଲରେ ନଜର ଆସୁ ଥିଲେ,କିନ୍ତୁ କମେଡିଆନ କପିଲ ଶର୍ମାଙ୍କ ଶୋ’ରେ ଗୁତ୍ôଥ,ରିଙ୍କୁ ଭାବି ଏବଂ ଡାକ୍ତର ମଶହୁର ଗୁଲାଟୀ ଭଳି ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିଲେ ।

ଗୋଟିଏ ପକ୍ଷେ କପିଲଙ୍କ ଶୋ’ରେ ଦୁଇଜଣଙ୍କ ମଧ୍ୟରେ ବନ୍ଧୁତା ହୋଇଥିବା ସମୟରେ ଅନ୍ୟ ପକ୍ଷରେ ଦୁଇ ଜଣଙ୍କ ସଂପର୍କରେ ଫାଟ ଆସିଗଲା । ଖବର ଅନୁସାରେ ଫ୍ଲାଇଟରେ କପିଲ ଏବଂ ସୁନିଲଙ୍କ ମଧ୍ୟରେ ଖୁବ ଝଗଡ଼ା ହୋଇଥିଲା । ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁସାରେ ‘ଦ କପିଲ ଶର୍ମା’ ଶୋ’ର ଟିମ ଫ୍ଲାଇଟରେ ଯାତ୍ରା କରୁଥିଲେ । ଏହି ସମୟରେ କପିଲ ହ୍ୱିସ୍କିର ଏକ ବୋତଲ ପିଇଥିଲେ ଏବଂ ଖୁବ ନିଶାରେ ରହିଥିଲେ । କପିଲଙ୍କ ଡ୍ରିଙ୍ଗ କରିବା କାରଣରୁ କ୍ୟାବିନ କ୍ରୁ ବାକି ସଦସ୍ୟଙ୍କୁ ଖାଦ୍ୟ ପରଶି ଥିଲେ । ଏହି କାରଣରୁ କପିଲ ରାଗିଗଲେ । ସୁନିଲ କପିଲଙ୍କୁ ବୁଝାଇବାକୁ ଚେଷ୍ଟା କଲେ ମଧ୍ୟ କପିଲ ଚିତ୍କାର କରି କହିବାକୁ ଲାଗିଲେ । ଏହାପରେ କପିଲ ସୁନିଲଙ୍କ ଉପରକୁ ଜୋତା ମଧ୍ୟ ଫିଙ୍ଗିଥିଲେ । ଏହାପରେ ଦୁଇ ଜଣଙ୍କ ମଧ୍ୟରେ ବିବାଦ ଆରମ୍ଭ ହେଲା ଓ କପିଲଙ୍କ କ୍ୟାରିଅର ଗ୍ରାଫ ଧୀରେ ଧୀରେ କମ ହେବାକୁ ଲାଗିଲା । ଅନ୍ୟ ପକ୍ଷରେ ସୁନିଲ ଅନ୍ୟ ଶୋ କରିବାକୁ ଲାଗିଲେ । ସୁନିଲ ସିଲ୍ପା ସିନେ୍ଧଙ୍କ ସହିତ ‘ଜିଓ ଧନ ଧନା ଧନ’ରେ ନଜର ଆସିଲେ । ନିକଟରେ ସେ ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓଙ୍କ ଫିଲ୍ମ ସ୍ତ୍ରୀରେ ନଜର ଆସିବେ । କେବଳ ସେତିକି ନୁହେଁ ସଲମାନଙ୍କ ଫିଲ୍ମ ଭାରତରେ ସୁନିଲ ସଲମାନଙ୍କ ବନ୍ଧୁ ଭାବରେ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More