ପୂଜା ନଡ଼ିଆ ଖରାପ ବାହାରିବା ଶୁଭ ନା ଅଶୁଭ ।
ପୂଜା କରିବାର ଏକ ବିଧି ରହିଛି । ଭଗବାନଙ୍କୁ ବିଶ୍ୱାସ କରାଯାଉଥିବାରୁ ଭକ୍ତିର ସହିତ ପୂଜା କରାଯାଏ । ତେବେ ବେଳେବେଳେ ଆପଣ ଯେତେବେଳେ ମନ୍ଦିର ଯାଆନ୍ତି ଏବଂ ନଡ଼ିଆ ପୂଜା କରନ୍ତି,ଯଦି ନଡ଼ିଆ ଖରାପ ବାହାରେ ତେବେ ଆପଣଙ୍କ ମନ ଦୁଃଖ ହୋଇଯାଏ । କାରଣ ଅଧିକାଂଶ ବ୍ୟକ୍ତି ଭାବନ୍ତିଯେ ନଡ଼ିଆ ଖରାପ ବାହାରିଲେ ଏହା ଭଗବାନଙ୍କ ଅଶୁଭ ସଙ୍କେତ ହୋଇଥାଏ । କୌଣସି ଅଘଟଣ ଘଟିବ । କିନ୍ତୁ ଆଜି ଆମେ ଆପଣଙ୍କୁ ଏହାର ସତ୍ୟତା କହିବୁ ।
ଯଦି ପୂଜା କରିବା ସମୟରେ ନଡ଼ିଆ ଖରାପ ବାହାରେ ତେବେ ଆପଣ ସଂଶୟରେ ରହିବା ଆବଶ୍ୟକ ନାହିଁ । କାରଣ କୁହାଯାଏ ନଡିଆ ଖରାପ ବାହାରିଲେ ତାହା ଅଶୁଭ ସଙ୍କେତ ନୁହେଁ ବରଂ ଆପଣଙ୍କ ମନୋସ୍କାମନା ପୂରଣ ହେବାର ଅଛି ।ଆପଣ ସେହି ସମୟରେ ଯେଉଁ ମନୋସ୍କାମନା କରିବେ ତାହା ପୂରଣ ହେବ ।ଏହା ଭଗବାନଙ୍କ ଆଶୀର୍ବାଦ ହୋଇଥାଏ ।ତେଣୁ ନଡ଼ିଆ ଖରାପ ବାହାରିଲେ ଚିନ୍ତିତ ହୁଅନ୍ତୁ ନାହିଁ ।