Only for Entertainment

ଦିଗପହଣ୍ଡିର ବୋହୂ ଦରକାର ପଡ଼ିଲେ ଅନ୍ୟାୟ ବିରୋଧରେ ଝାନସୀ ରାଣୀ ଭଳି ଲଢ଼େଇ କରିବ: ପିଙ୍କି ପ୍ରଧାନ

69

‘ମୁଁ ଜଣେ ନାରୀ। ଓଢ଼ଣା ପକେଇ ରୋଷେଇ ବା ପୂଜା କରିପାରେ। ତେବେ ଦରକାର ପଡ଼ିଲେ ଅନ୍ୟାୟ ବିରୁଦ୍ଧରେ ଶାଢ଼ି କାନି ଅଣ୍ଟାରେ ବାନ୍ଧି ଝାନସୀ ରାଣୀଙ୍କ ଭଳି ଲଢେଇ କରିପାରେ।’ ଏହା କହିଛନ୍ତି ,‘ଦିଗପହଣ୍ଡିର ବୋହୂ’ ପିଙ୍କି ପ୍ରଧାନ। ଚଳଚ୍ଚିତ୍ର ଅଭିନେତ୍ରୀ ପିଙ୍କିଙ୍କୁ ଭାରତୀୟ ଜନତା ପାର୍ଟି ଟିକେଟରେ ଏଥର ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି। ବିପକ୍ଷରେ ଲଢୁଛନ୍ତି ପୁରୁଖା ରାଜନେତା ତଥା ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର।

ସକାଳୁ ସକାଳୁ ପିଙ୍କି ବେଶ୍‌ ଉତ୍ସାହର ସହିତ ନିର୍ବାଚନ ପ୍ରଚାରରେ ବାହାରି ପଡୁଛନ୍ତି। ଦିଗପହଣ୍ଡିର ଜନସାଧାରଣ ତାଙ୍କୁ ନିଜ ଅଂଚଳର ବୋହୂ ଭାବେ ଗ୍ରହଣ କରୁଛନ୍ତି ବୋଲି ସେ କହିଛନ୍ତି। ‘ସେମାନେ କହୁଛନ୍ତି ବିକାଶକୁ ଭୋଟ ଦେବେ। ମୁଁ ବିକାଶର ସୂତ୍ର ଧରି ଆସିଛି’ ବୋଲି କହନ୍ତି ଅଭିନେତ୍ରୀରୁ ରାଜନେତ୍ରୀ ପାଲଟିଥିବା ପିଙ୍କି। ଭୋଟ ପାଇଲେ ସେ ନାରୀମାନଙ୍କର ସ୍ୱାଭିମାନ ପାଇଁ ଲଢ଼େଇକୁ ଆଗେଇ ନେବେ ବୋଲି ପିଙ୍କି କହିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More