Only for Entertainment

ଗାଡ଼ିରେ ମଣିଷ ନୁହେଁ ଜନ୍ତୁର ରକ୍ତ ଲାଗିଥିଲା?ଏହି ଉତ୍ତର ଦେଇଥିଲେ ସଲମାନ ଖାନ ।

youtube
0 76

କୃଷ୍ଣକାୟ ମୃଗ ଶୀକାର ମାମଲାରେ ବଲିଉଡ ତାରକା ସଲମାନ ଖାନଙ୍କୁ ୫ ବର୍ଷର ଜେଲ ଦଣ୍ଡ ଶୁଣାଇଥିଲେ କୋର୍ଟ । ତେବେ ଘଟଣାଟି ଘଙ୍କିକାର ୨୦ ବର୍ଷ ବିତିଯାଇଛି । କିନ୍ତୁ ଗାଡ଼ିରେ ରକ୍ତ ଲାଗିଥିବାର କାରଣ ପଚରା ଯାଇଥିଲା ସଲମାନଙ୍କୁ । ଏହା ସହିତ କେତେକ ସାକ୍ଷୀ ରହିଥିବା କଥା ମଧ୍ୟ କୁହାଯାଇଥିଲା ।

ଉତ୍ତରରେ କିଛି ଭିନ୍ନ କଥା ଶୁଣିବାକୁ ମିଳିଥିଲା । ସେ କହିଥିଲେଯେ ଯେଉଁ ଜିପ୍ସରେ ତାଙ୍କୁ ନେଇଥିଲେ ତାହା ବହୁ ଦିନ ପର୍ଯ୍ୟନ୍ତ ଖୋଲା ହୋଇ ପଡ଼ିଥିଲା । କିଛି ଦିନ ପରେ ତାହାର ଫରେନସିକ ଯାଂଚ ହୋଇଥିଲା । କିନ୍ତୁ କାରଣ ପଚାରା ଯିବାପରେ ତାହା କୌଣସି ଜନ୍ତୁର ରକ୍ତ ନୁହେଁ ବୋଲି ଉତ୍ତର ଦେଇଥିଲେ ସଲମାନ ଖାନ । ତାହା ଜିପ୍ସରେ ବସିଥିବା ନାଚ ନିର୍ଦ୍ଦେଶକଙ୍କ ରକ୍ତ ଥିଲା । ଗାଡ଼ିରେ ବସିଥିବା ସମୟରେ ହାଇ ସ୍ପିଡ଼ ଜମ୍ପ ଆସିଥିଲା ଓ ତାଙ୍କର ଆଙ୍ଗୁଠି କଟି ଯାଇଥିଲା । ତେବେ ଶୀକାର ସମୟରେ ବନ୍ଧୁକର ବ୍ୟବହାର ହୋଇଥିବା କଥା ପଚରା ଯିବାରୁ ସେ ଏହି କଥାକୁ ମନା କରିଥିଲେ । ତାଙ୍କ କହିବା ଅନୁସାରେ ସେ ଏକ ଏୟର ଗନ ରଖିଥିଲେ,ସେଥିରେ କିଛି ହୋଇପାରିବ ନାହିଁ ।
ତେବେ ବିଭିନ୍ନ ଯୁକ୍ତି ପରେ ସଲମାନଙ୍କୁ ଆଜି ଜାମିନ ମଂଜୁର ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More