Only for Entertainment

‘ମୁଁ ଜଣେ ମୁସଲମାନ ମାଆର ଜାରଜ ସନ୍ତାନ’!ମହେଶ ଭଟ୍ଟଙ୍କ ଚାଞ୍ଚଲ୍ୟକର ଖୁଲାସା

Images Dawn
0 45

ବଲିଉଡର ଜଣେ ପ୍ରଖ୍ୟାତ ନିର୍ଦ୍ଦେଶକ ଏବଂ ପ୍ରଯୋଜକ ହେଉଛନ୍ତି ମହେଶ ଭଟ୍ଟ । ନିଜର କଳା ପ୍ରଚେଷ୍ଟାରେ ସେ ସଫଳତାକୁ ଛୁଇଁ ପାରିଛନ୍ତି ।

ଭାରତୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ମହେଶ ଭଟ୍ଟ ନିକଟରେ ଏକ ସାକ୍ଷାତକାରରେ ତାଙ୍କ ସଂପର୍କିତ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ସେ ତାଙ୍କ ସାକ୍ଷାତକାରରେ କହିଛନ୍ତି କି ‘ମୁଁ ଜଣେ ମୁସ୍‌ଲମାନ ମାଆର ଜାରଜ ସନ୍ତାନ। ଜଣେ ବାପା କିପରି ହୋଇଥାନ୍ତି। କ’ଣ ତାଙ୍କର କର୍ତ୍ତବ୍ୟ ତାହା ମୋତେ କିଛି ଜଣା ନାହିଁ।’ ମହେଶଙ୍କ ମାଆଙ୍କ ନାମ ସିରିନି ମହମ୍ମଦ ଅଲ୍ଲୀ। ରିପୋର୍ଟରେ ତାଙ୍କ ବାପାଙ୍କ ନାମ ନାନାଭାଇ ଭଟ୍ଟ ଉଲ୍ଲେଖ ଅଛି।

ପ୍ରଶ୍ନ ଥିଲା ଆପଣ ଯଦି ଜଣେ ମୁସଲମାନ ମାଆଙ୍କ ଜାରଜ ସନ୍ତାନ ତେବେ ଆପଣଙ୍କ ନାମ ମହେଶ ଭଟ୍ଟ କିପରି? ଆପଣଙ୍କ ମାଆ ତ କେବେ ଏହି ନାମ ଦେଇ ନଥିବେ?

ମହେଶ ଉତ୍ତର ଦେଇଥିଲେ, ‘ପିଲାଦିନେ ଅନେକ ସମୟରେ ମୁଁ ମୋ ମାଆକୁ ମୋ ନାଁର ନାମ ପଚାରିଛି। ସେ ମୋତେ କୁହେଁ ତୋ ବାପା ଆସିଲେ ଏ ନାମର ମାନେ ବୁଝାଇ ଦେବେ। କାରର ସେ ନାମଟି ସିଏ ଦେଇଛନ୍ତି। ବାପା ଆସି ମୋତେ ବୁଝାଇଲେ ଯେ ମହେଶ ନାମର ଅର୍ଥ ହେଉଛି ‘ଭଗବାନଙ୍କର ଭଗବାନ’। ମୁଁ କିନ୍ତୁ ମୋ ନାମରେ ସନ୍ତୁଷ୍ଟ ନଥିଲି। ମୁଁ ଚାହୁଁଥିଲି ମୋ ନାମ ଗଣେଶ ହୋଇଥାନ୍ତା କି! ମୁଁ ଗଣେଶଙ୍କୁ ବହୁତ ଭକ୍ତି କରେ। ପିଲାଦିନେ ମୁଁ ଗଣେଶଙ୍କ ମୁର୍ତ୍ତି ତକିଆ ତଳେ ରଖି ଶୋଉଥିଲି।’

ଆଲିଆ ଭଟ୍ଟଙ୍କ ବାପା ଅର୍ଥାତ ଜଣେ ଷ୍ଟାର୍‌ର ବାପା ହିସାବରେ ଆପଣ କେମିତି ଅନୁଭବ କରନ୍ତି ବୋଲି ଏକ ପ୍ରଶ୍ନର ଉତ୍ତର ଦେଇ ମହେଶ କହନ୍ତି, ‘ଜଣେ ଷ୍ଟାର୍‌ର ବାପା ତ ମୁଁ ସେତେବେଳେ ହୋଇ ଯାଇଥିଲି ଯେତେବେଳେ ପୂଜା(ମହେଶଙ୍କ ପ୍ରଥମ ପତ୍ନୀଙ୍କ ଝିଅ) ବଲିଉଡ୍‌ରେ ପାଦ ରଖିଥିଲା। ଆଲିଆ ମୋତେ ବହୁତ ଗର୍ବିତ ଅନୁଭବ କରାଇଛନ୍ତି ଏଥିରେ ସନ୍ଦେହ ନାହିଁ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More