Only for Entertainment

ଜାଣନ୍ତୁ କରୀନା କପୁରଙ୍କୁ ନେଇ କ’ଣ କହିଲେ ସାବତ ଝିଅ ସାରା ଅଲି ଖାନ ।

YouTube
84

ବଲିଉଡରେ ଫିଲ୍ମ କେଦାରନାଥରେ ଡେବ୍ୟୁ କରିବାକୁ ଯାଉଥିବା ଅମୃତା ସିଂ ଏବଂ ସୈଫ ଅଲି ଖାନ ଏବଂ କରୀନାଙ୍କ ସାବତ ଝିଅ ସାରା ଅଲି ଖାନ କରୀନାଙ୍କ ପ୍ରୋଫେସନାଲ ଗୁଣକୁ ଖୁବ ପସନ୍ଦ କରନ୍ତି । ଫିଲ୍ମ କେଦାରନାଥର ଟ୍ରେଲର ରିଲିଜ ହୋଇ ସାରିଛି । ସେହି ସମୟରେ ସେ କହିଛନ୍ତିଯେ ସେ କରୀନାଙ୍କ ପ୍ରୋଫେସନାଲିଜିମକୁ ସେ ଖୁବ ପସନ୍ଦ କରନ୍ତି ଏବଂ ଆଗାମୀ ଦିନରେ ତାହା ଶିଖିବାକୁ ଚାହାଁନ୍ତି ।

ସାରାଙ୍କ କହିବା ଅନୁସାରେ କରୀନାଙ୍କ ଅନ୍ଦାଜ ସବୁଠାରୁ ଭିନ୍ନ । କରୀନା ଖୁବ ପ୍ରୋଫେସନାଲ । ସେ ଯେଉଁଭଳି ତାଙ୍କ କାମ କରନ୍ତି ତାହା ଅଦ୍ଭୁତ । ତେଣୁ ତାଙ୍କର ସେହି ଗୁଣକୁ ମୁଁ ଆଦରିବାକୁ ଚାହେଁ । ମୋ ପାପା ସବୁବେଳେ ଚାହୁଁଥିଲେଯେ ପ୍ରଥମେ ମୁଁ ପଢା ଶେଷ କରେ ଏବଂ ଏହା ପରେ ଫିଲ୍ମ ଦୁନିଆରେ ପାଦ ରଖେ ।ମୋର ଫିଲ୍ମରେ ଆସିବାକୁ ସେ ସଂପୂର୍ଣ୍ଣ ସମର୍ଥନ କରୁଥିଲେ । ଏବେ ମୋତେ କେଦାରନାଥରେ ମୌକା ମିଳିଛି,ଏବଂ ମୋତେ ଏହାର କାହାଣୀ ଖୁବ ପସନ୍ଦ ଆସିଲା ।ତେଣୁ ମୁଁ ଏହାକୁ କରିବାକୁ ଚାହିଁଲି ।ଫିଲ୍ମ ୭ ଡିସେମ୍ବରକୁ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More