Only for Entertainment

ଜାଣନ୍ତୁ ଔଷଧ ସେବନ କରିବାର ସମୟ ବିଷୟରେ କାହିଁକି କୁହନ୍ତି ଡାକ୍ତର ?

patrika
72

ଯେତେବେଳେ ଆମେ ଡାକ୍ତରଙ୍କ ପାଖକୁ ଯାଉ ସେ କିଛି ଔଷଧ ଖାଲି ପେଟରେ କିଛି ଖାଇବା ପରେ ଖାଇବା ପାଇଁ କହିଥାଆନ୍ତି । ଅସଲରେ ରୋଗ ବିଶେଷଜ୍ଞ ରୋଗର ପ୍ରକୃତି, ରୋଗୀଙ୍କ ଅବସ୍ଥା ତଥା ଔଷଧରେ ପ୍ରୟୋଗ ହୋଇଥିବା ଲବଣ ଅନୁପାତକୁ ଆଧାର କରି ଔଷଧ ଖାଇବା ପାଇଁ ପରାମର୍ଶ ଦେଇଥାଆନ୍ତି ।

ଭୋଜନର ଅଧଘଂଟା ପୂର୍ବରୁ:
କିଛି ଔଷଧ ଏଭଳି ଥାଏ ଯାହାର ପ୍ରଭାବ ଅଧାଘଂଟା ମଧ୍ୟରେ ହୋଇଥାଏ । ଏହିକାରଣରୁ ଭୋଜନ କରିବା ପୂର୍ବରୁ ଏହା ଖାଇବା ଦ୍ୱାରା ପେଟର କାର୍ଯ୍ୟକ୍ଷମତା ସୂଚାରୁ ରୂପେ ହୋଇଥାଏ ।

ଭୋଜନ ପରେ:
ରୋଗ ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଔଷଧ ଏଭଳି ଅଟେ ଯାହା ପେଟରେ ଯାଇ ଏସିଡିଟି ତଥା ଅନ୍ତ ଘା ଭଳି ସମସ୍ୟାର କାରଣ ପାଲଟିଥାଏ । ପେନକିଲର ଏହାର ଉଦାହରଣ ଅଟେ । ଏହା ଖାଦ୍ୟ ସହ ମିଶି ଏସିଡ ବନାଇଥାଏ । ଏହିକାରଣରୁ ଏହି ଔଷଧକୁ ଖାଇବାର କିଛି ସମୟ ପରେ ଖାଇବା ଉଚିତ ।

ଖାଲି ପେଟ:
କିଛି ଔଷଧ ଏଭଳି ଅଟେ ଯାହାକୁ ପାଣିରେ ମିଶାଇ ଖାଇବାକୁ ପଡିଥାଏ । ଏହିକାରଣରୁ ଖାଲି ପେଟରେ ଏହାକୁ ଖାଇବାକୁପଡିଥାଏ । ଏହି ଔଷଧକୁ ଭୋଜନ ସମୟରେ ମିଶାଇ ଖାଇଲେ ଏହାର ପ୍ରଭାବ କମିଯାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More