Only for Entertainment

ଜାଣନ୍ତୁ ଶନିଦେବଙ୍କୁ ପ୍ରସନ୍ନ କରିବାର ଉପାୟ ।

shani singapur
0 41

ଶନିଦେବଙ୍କୁ କର୍ମଫଳ ଦାତାଙ୍କ ସ୍ଥାନ ଦିଆଯାଇଛି । କୁହାଯାଏଯେ ଯଦି ଶନିଦେବ ରୁଷ୍ଟ ହୋଇଯାନ୍ତି ତେବେ ରାଜକୁ ଭିକାରୀ ଏବଂ ଭିକାରୀକୁ ରାଜା କରିଦିଅନ୍ତି । ତାଙ୍କୁ ଖୁସି କରିବା ପାଇଁ ଲୋକ ବିଭିନ୍ନ ପ୍ରକାର ଚେଷ୍ଟା କରିଥାନ୍ତି । ତାଙ୍କର ଦିନ ହେଉଛି ଶନିବାର । ତେଣୁ ଏହି ଦିନ କରାଯାଉଥିବା କାର୍ଯ୍ୟକୁ ଖୁବ ଯତ୍ନ ଓ ଧ୍ୟାନର ସହିତ କରାଯାଏ । କାରଣ ଶନିଦେବ ଯେତେ ଖୁସି ହେବେ ଫଳ ସେତେ ଲାଭଦାୟକ ହେବ । ତେବେ ଚାଲନ୍ତୁ ଜାଣିବା ଶନିଦେବଙ୍କୁ ପ୍ରସନ୍ନ କରିବାର କିଛି ସାଧାରଣ ଉପାୟ ।

ଶନିଦେବଙ୍କୁ ପୂଜା କରିବା ସମୟରେ କଳା ବସ୍ତ୍ର ଧାରଣ କରିବା ଶୁଭ ଦାୟକ ହୋଇଥାଏ ।

ସୋରିଷ ତେଲରେ ଲୁହା କଂଟା ପକାଇ ଓସ୍ତ ଗଛ ମୁଳରେ ଢାଳିବା ଦ୍ୱାରା ଶନି ଦେବ ଶୀଘ୍ର ପ୍ରସନ୍ନ ହୋଇଯାନ୍ତି । ତେବେ ଧ୍ୟାନ ରଖିବା ଦରକାରଯେ ତେଲ ଦାନ କରିବା ପୂର୍ବରୁ ସେଥିରେ ନିଜ ଛାଇ ଦେଖି ଢାଳିବା ଉଚିତ ।

ଏହି ଦିନ କଳା କୁକୁର ଏବଂ କାଉକୁ ତେଲରେ ତିଆରି ହୋଇଥିବା ରୁଟି ଏବଂ ଗୋଲାପଜାମୁନ ଖାଇବାକୁ ଦେବା ଦ୍ୱାରା ଲାଭ ମିଳିଥାଏ ।

ଶନିବାର ଦିନ ଶନିଦେବଙ୍କ ବ୍ରତ ମହିଳା କିମ୍ବା ପୁରୁଷ କେହି ମଧ୍ୟ କରିପାରନ୍ତି । ସ୍ନାନ ସାରିବା ପରେ ଓସ୍ତ ଗଛ ମୂଳକୁ ଗୋବରରେ ଲିପି କଳଶ ବସାନ୍ତୁ ଏବଂ ଶନିଦେବଙ୍କ ମୂର୍ତ୍ତି ସ୍ଥାପନ କରନ୍ତୁ । ଶନିଦେବଙ୍କ ପ୍ରତିମାକୁ କଳା ଫୁଲ,ଧୂପ,ଦୀପ,ତେଲରେ ପ୍ରସ୍ତୁତ ପଦାର୍ଥ ଅର୍ପଣ କରନ୍ତୁ ।

ଓସ୍ତ ଗଛକୁ ସୂତାରେ ଗୁଡ଼ାଇ ୭ ଥର ପରିଭ୍ରମଣ କରନ୍ତୁ ଓ ପୂଜା କରନ୍ତୁ । ଏହାପରେ ହାତରେ ଚାଉଳ ଏବଂ ଫୁଲ ଧରି ଶନିଦେବଙ୍କ ଗାଥା ଶୁଣନ୍ତୁ ଏବଂ ପୂଜା ସମାପ୍ତ ହେବା ପରେ ପ୍ରସାଦ ସମସ୍ତଙ୍କୁ ବାଂଟନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More