Only for Entertainment

ଝିଅ ଦେଖିବାକୁ ଯାଉଛନ୍ତି କି ? କୁଣ୍ଡଳୀ ଆଗରୁ ଦେଖନ୍ତୁ ଆଙ୍ଗୁଳି

Mehndi Page
0 253

ବର୍ତ୍ତମାନ ବିବାହ ଋତୁ ଚାଲିଛି । ପୁଅ -ଝିଅଙ୍କ ପାଇଁ ବର-କନ୍ୟା ଦେଖିବା କାମ ପିତା ମାତା ଜାରି ରଖିଛନ୍ତି । ତେବେ ଯଦି ଝିଅ ଦେଖିବା ପାଇଁ ଯାଉଛନ୍ତି ଝିଅର ଆଙ୍ଗୁଳିକୁ ଲକ୍ଷ କରନ୍ତୁ । ଆପଣଙ୍କ ପୁଅ ପାଇଁ ଝିଅ କେତେ ସୌଭାଗ୍ୟବତୀ ହେବ ତାହା ଆଙ୍ଗୁଳି ଜଣି ପାରିବେ । ଜାଣନ୍ତୁ କେମିତିକା ଆଙ୍ଗୁଳିର ଝିଅ ସୌଭାଗ୍ୟବତୀ ହୋଇଥାନ୍ତି ।

  • ଯେଉଁ ଝିଅଙ୍କ ଆଙ୍ଗୁଳି ଗୋଲ ଏବଂ ଲମ୍ବା ହୋଇଥାଏ ସେମାନେ ନିଜର ତଥା ତାଙ୍କ ବିବାହ ପରେ ପତିଙ୍କ ପାଇଁ ଖୁବ ସୌଭାଗ୍ୟବତୀ ହୋଇଥାନ୍ତି ।
  • ଚିକ୍କଣ, ସିଧା ଓ ଗଣ୍ଠି ଥିବା ଆଙ୍ଗୁଳିର ଝିଅ ବିବାହ ପରେ ସୁଖ ଶାନ୍ତି ଆଣନ୍ତି ।
  • ଆଙ୍ଗୁଳିର ଅଗ୍ର ଭାଗ ପତଳା ଓ ପାଦର ସବୁ ଆଙ୍ଗୁଳି ସମାନ ହୋଇଥିଲେ ବୈବାହିକ ସୁଖ ଶାନ୍ତି ମିଳେ ।
  • ଯେଉଁ ଝିଅଙ୍କର ଆଙ୍ଗୁଳି ଛୋଟ, ସେମାନେ ଅଧିକ ଖର୍ଚ୍ଚି ।ଏହି ମହିଳାଙ୍କ ଜୀବନରେ ଖୁବ କଷ୍ଟ ଆସିଥାଏ ।
  • ଦୁଇ ହାତର ଆଙ୍ଗୁଳି ଯୋଡିଲେ ଯଦି ଖାଲି ସ୍ଥାନ ଦେଖାଯାଏ ତେବେ ସେହି ଝିଅମାନଙ୍କ ଜୀବନରେ ମଧ୍ୟମ ସୁଖ ରହିଛି ।
  • ଝିଅଙ୍କ ଆଙ୍ଗୁଳିରେ ତିନି ପର୍ବ ହୋଇଥିଲେ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କୁ ସମସ୍ତ ସୁଖ ମିଳିଥାଏ ।
  • ଯେଉଁ ଝିଅଙ୍କ ଆଙ୍ଗୁଳିରେ ଚାରି ପର୍ବ ରହିଛି, ଆଙ୍ଗୁଳି ଛୋଟ ଏବଂ ମାଂସ କମ ତେବେ ସେମାନେ ପତି ଓ ନିଜ ପାଇଁ ଭାଗ୍ୟଶାଳୀ ହୋଇନଥାନ୍ତି ।
  • ଯେଉଁ ଝିଅଙ୍କ ଆଙ୍ଗୁଳି ଉପରେ ଲୋମ ରହିଥାଏ ସେମାନଙ୍କ ପତିଙ୍କୁ ବୈବାହିକ ଜୀବନରେ ଖୁବ କଷ୍ଟର ସମ୍ମୁଖୀନ କରିବାକୁ ପଡିଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More