Only for Entertainment

ଜାଣନ୍ତୁ କେଉଁ ସ୍ଥାନରେ ଭଗବାନ ଶିବ ବିଷ ପିଇଥିଲେ?

Quora
33

ଉତ୍ତରଭାରତର ମୁଖ୍ୟ ମନ୍ଦିର ମଧ୍ୟରୁ ନୀଳକଣ୍ଠ ମନ୍ଦିର ଅନ୍ୟତମ । କୁହାଯାଏ କି ଭଗବାନ ଶିବ ଯେତେବେଳେ ବିଷ ଗ୍ରହଣ କରିଥିଲେ ସେହି ସମୟରେ ପାର୍ବତୀ ମା ତାଙ୍କର ଗଳା ଦାବିଥିଲେ । କାରଣ ଏହାଦ୍ୱାରା ବିଷ ଯେପରି ପେଟ ପର୍ଯ୍ୟନ୍ତ ନପହଁଚୁ । ସେଥିପାଇଁ ବିଷ ସବୁ ଗଳାରେ ଅଟକି ରହିଗଲା ।

 

ଏହି ବିଷ ପ୍ରଭାବରେ ମହାଦେବଙ୍କ ଗଳା ସମ୍ପୂର୍ଣ୍ଣ ନୀଳ ପଡିଗଲା । ସେଥିପାଇଁ ଭଗବାନଙ୍କୁ ନୀଳକଣ୍ଠ ବୋଲି କୁହାଯାଏ । ଏହି ମନ୍ଦିର ନିକଟରେ ଏକ ଝରଣା ରହିଛି,ଯେଉଁଠି ଶ୍ରଦ୍ଧାଳୁମାନେ ମନ୍ଦିର ଦର୍ଶନ କରିବା ପୂର୍ବରୁ ସ୍ନାନ କରିଥାନ୍ତି ।

 

ମନ୍ଦିରରେ ସମୁଦ୍ର ମନ୍ଥନ ସମୟର ସମସ୍ତ ଦୃଶ୍ୟ ଚିତ୍ରିତ ହୋଇଛି । ମନ୍ଦିରର ଗର୍ଭଗୃହର ପ୍ରବେଶ ଦ୍ୱାରରେ ଶିବ ଭଗବାନଙ୍କର ଏକ ବିଶାଳ ମୂର୍ତ୍ତି ରହିଛି । ଋଷିକେଶର ସ୍ୱାର୍ଗାଶ୍ରମ, ଲକ୍ଷ୍ମଣ ଝୁଲା, ନୀଳକଣ୍ଠ ରୋଡ, ମୌନି ବାବା ଗୁମ୍ଫା ଦେଇ ନୀଳକଣ୍ଠ ମହାଦବଙ୍କ ମନ୍ଦିରକୁ ଯାଇପାରିବେ । ଯଦି ଆପଣ ନଜସ୍ୱ ଗାଡିରେ ଯିବାକୁ ଚାହୁଁଛନ୍ତି ତେବେ ଋଷିକେଶ ବ୍ୟାରେଜ୍ ଲକ୍ଷବଚ୍ଚ ଝୁଲା ମାର୍ଗରୁ ସିଧା ନୀଳକଣ୍ଠ ମନ୍ଦିର ଯାଇପାରିବେ । ନଚେତ୍ ଆପଣ ବଦ୍ରିନାଥ ଦେଇ ମଧ୍ୟ ଯାଇପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More