Only for Entertainment

ଯାନବାହାନ କିଣିବାପାଇଁ କେଉଁ ସମୟ ଶୁଭ, ଆସନ୍ତୁ ଜାଣିବା

team-bhp
0 41

ଯେ କୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଜ୍ୟୋତିଷ ଶାସ୍ତ୍ରରେ ଶୁଭ ମୂହୂର୍ତ୍ତ ଦେଖି କାର୍ଯ୍ୟ କରିବାର ପରମ୍ପରା ରହିଛି । ବାହାଘର , ଗୃହ ପ୍ରବେଶ , ପୂଜା କିମ୍ବା କିଛି ଶୁଭ ଆୟୋଜନ ଶୁଭ ମୂହୂର୍ତ୍ତ ଦେଖି କରାଯାଇଥାଏ। ଏହା ବ୍ୟତୀତ ଲୋକମାନେ ଯାନବାହାନ କିଣିବା ପୂର୍ବରୁ ମଧ୍ୟ ଶୁଭ ମୂହୂର୍ତ୍ତ ଦେଖି କିଣିଥାନ୍ତି। ଶୁଭ ମୂହୁର୍ତ୍ତ ଦେଖି କିଣିବା ଭଲ ବୋଲି ହିନ୍ଦୁମାନଙ୍କର ବିଶ୍ୱାସ । ଆସନ୍ତୁ ଜାଣିବା ଯାନବାହାନ କିଣିବାପାଇଁ କେଉଁ ସମୟ ଶୁଭ ଅଟେ।

  • ସାମବାର, ବୁଧବାର, ଗୁରୁବାର ଏବଂ ଶୁକ୍ରବାର ଯାନବାହାନ କିଣିବାପାଇଁ ଶୁଭ ଅଟେ। ତେଣୁ ଏହି ଦିନ ଯାନବାହାନ କିଣନ୍ତୁ। ଏହି ବର୍ଷର ଜୁନମାସ ଯାନବାହାନ କିଣିବାପାଇଁ ଅତ୍ୟନ୍ତ ଶୁଭ ଅଟେ।
  • ବୃଷ, ମିଥୁନ, କର୍କଟ, ତୁଳା, ଧନୁ ଏବଂ ମୀନ ଲଗ୍ନ ଯାନବାହନ କିଣିବା ଲାଗି ଉତ୍ତମ ଅଟେ। ଅଶ୍ୱନୀ ,ମୃଗଶୀରା , ପୁଷ୍ୟା, ରେବତୀ ନକ୍ଷତ୍ରରେ ଯାନବାହାନ କିଣିବାପାଇଁ ଭଲ।
  • ଯାନବାହାନ କିଣିବା ସମୟରେ ତମ୍ବା ଢାଳରେ ପାଣି ରଖି ଏକ ଛୋଟ ପିଲା ଦ୍ୱାରା ଗାଡି ଚକାରେ ପାଣି ଢାଳନ୍ତୁ ଏବଂ ସେହିପିଲାକୁ ଖୁସୀମନରେ କିଛି ଅର୍ଥ ଦାନକରନ୍ତୁ। ଏହା କରିବା ଶୁଭ ବୋଲି ମନାଯାଏ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More