Only for Entertainment

କିଏ ହେବେ ସୁଶାନ୍ତଙ୍କ ନୂଆ ହିରୋଇନ ? ହଲିଉଡ ଫିଲ୍ମର ରିମେକରେ ନଜର ଆସିବେ ଏହି ଯୋଡି

bollywoodnewsin
0 50

ବଲିଉଡରେ ପ୍ରସ୍ତୁତ ହେବାକୁ ଯାଉଛି ହଲିଉଡ୍ ରୋମାଂଟିକ୍ ସିନେମା ‘ଦ ଫଲ୍ଟ ଇନ୍ ଆୱାର୍ ଷ୍ଟାର୍ସ’ର ରିମେକ । ଫିଲ୍ମରେ ନାୟକ ଭାବେ ନଜର ଆସିବେ ବି-ଟାଉନର ହ୍ୟାଣ୍ଡସମ୍ ହଙ୍କ ସୁଶାନ୍ତ ସିଂ ରାଜପୁତ । ଅନେକ ଦିନ ହେବ ଏହି ସିନେମାକୁ ନେଇ ଚର୍ଚ୍ଚା ହେଉଥିଲେ ବି ସିନେମାର ସୁଟିଂ ଆରମ୍ଭ ହୋଇ ପାରୁ ନଥିଲା । ଏହାର କାରଣ ହେଉଛି ମେକର ଏହି ସିନେମା ପାଇଁ ପର୍ଫେକ୍ଟ ନାୟିକା ଚୟନ କରି ପାରୁ ନଥିଲେ । ହେଲେ ଏବେ ନିର୍ମାତାଙ୍କ ସନ୍ଧାନ ଶେଷ ହୋଇଛି । ଫିଲ୍ମ ପାଇଁ ନାୟିକା ବି ଫାଇନାଲ୍ ହୋଇଛି । କିଏ ସେହି ନାୟିକା ଜଣକ କିଏ ଜାଣିଛନ୍ତି କି ? ଚାଲନ୍ତୁ ଜାଣିବା

ହଲିଉଡ୍ ଫିଲ୍ମ ‘ଦ ଫଲ୍ଟ ଇନ୍ ଆୱାର୍ ଷ୍ଟାର୍ସ’ର ହିନ୍ଦୀ ରିମେକ୍ ପାଇଁ ନାୟକ ଭାବେ ସୁଶାନ୍ତ ସିଂ ରାଜପୁତଙ୍କୁ ବଛାଯାଇଥିବା ବେଳେ, ତାଙ୍କ ବିପକ୍ଷରେ କିଏ ହେବ ନାୟିକା ସେ ନେଇ ନିର୍ମାତା ଚଳାଇଥିଲେ ସନ୍ଧାନ । ପ୍ରଥମେ ଏକାଧିକ ନାୟିକାଙ୍କ ନାମ ଶୁଣିବାକୁ ମିଳିଲା, କ୍ରିତି ସାନୋନ, ସାରା ଅଲ୍ଲି ଖାନ, ଦୀପିକା ପାଦୁକୋନ ଏମିତି ଅନେକ ସୁନ୍ଦରୀ ସୁଶାନ୍ତ ବିପକ୍ଷରେ ନାୟିକା ହେବା ଖବର ଆସିଲା । ଏମିତିକି କ୍ରିତିଙ୍କ ଭଉଣୀ ନୁପୁରଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଥିଲା । ହେଲେ ନିର୍ମାତା ଏସବୁ କଳ୍ପନା ଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପକାଇ ବାଛି ନେଇଛନ୍ତି ନାୟିକା । ସେ ହେଲେ ବିଜ୍ଞାପନ ସୁନ୍ଦରୀ ସଂଜନା ସାଂଘି । ସଂଜନାଙ୍କୁ ସୁଶାନ୍ତଙ୍କ ବିପକ୍ଷରେ ଅଭିନୟ ପାଇଁ ନିର୍ମାତା ସ୍ଥିର କରିଛନ୍ତି ।


ଅଭିନେତା ସୁଶାନ୍ତ ସିଂ ଏହି ଖବରକୁ ଟ୍ୱିଟ୍ ଜରିଆରେ ଫ୍ୟାନ୍ ମାନଙ୍କ ସହ ସେୟାର୍ କରିଛନ୍ତି । ଫକ୍ସ ଷ୍ଟାର୍ ହିନ୍ଦୀ ଦ୍ୱାରା ପ୍ରସ୍ତୁତ ହେବାକୁ ଥିବା ଏହି ସିନେମାର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବେ କାଷ୍ଟିଂ ଡିରେକ୍ଟର୍ ମୁକେଶ ଛାବ୍ରା । ମୁକେଶ ଏହି ସିନେମା ଜରିଆରେ ନିର୍ଦ୍ଦେଶକ ଭାବେ ନିଜର ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି । ଫିଲ୍ମରେ ସଙ୍ଗୀତର ଭାର ତୁଲାଇବେ ଏ ଆର୍ ରେହମାନ୍ ।

ନବାଗତା ସଂଜନା ସାଂଘିଙ୍କୁ ଏକାଧିକ ବିଜ୍ଞାପନରେ ଦେଖିବାକୁ ମିଳିଛି । ଏହାଛଡା ଇଫ୍ରାନ ଖାନଙ୍କ ଫିଲ୍ମ ହିନ୍ଦୀ ମିଡିଅମରେ ମଧ୍ୟ ସଂଜନାଙ୍କ ଅଭିନୟ ଦେଖିବାକୁ ମିଳିଥିଲା । ଏହି ଆଟ୍ରାକ୍ଟିଭ୍ ନାୟିକା ଅଭିନେତା ସୁଶାନ୍ତଙ୍କ ବିପକ୍ଷରେ ନାୟିକା ଭାବେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସୁଶାନ୍ତ, ଅଭିଷେକ କପୁରଙ୍କ ସିନେମା ‘କେଦାରନାଥ’ର ସୁଟିଂ ଶେଷ କରିବା ପରେ ଏହି ଫିଲ୍ମର ସୁଟିଂ ଆରମ୍ଭ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More