Only for Entertainment

ଜାଣନ୍ତୁ କାହିଁକି ନେହା ଧୂପିଆ କଲେ ଲୁଚାଛପାରେ ବିବାହ !

Hindustan Times
0 38

ଅଭିନେତ୍ରୀ ନେହା ଧୁପିଆ ଏବଂ ଅଙ୍ଗଦ ବେଦୀଙ୍କର ଅଚାନକ ବିବାହ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରି ପକାଇଥିଲା । ଦୁହେଁ ହଠାତ ଦିଲ୍ଲୀରେ ବିବାହ କରି ଦୁନିଆ ସାମ୍ନାରେ ଘୋଷଣା କରିଥିଲେ । ଯେତେବେଳେ ଅଙ୍ଗଦ ଏବଂ ନେହାଙ୍କ ବିବାହ ହୋଇଥିଲା ସେ ସମୟରେ ବଲିଉଡ ଜଗତରେ ସୋନମଙ୍କ ବିବାହ ବିଷୟରେ ଚର୍ଚ୍ଚା ଜୋର ଧରିଥିଲା । ଅନ୍ୟପଟେ ଶାନ୍ତିର ସହ ବିନା କୌଣସି ହଙ୍ଗାମାରେ ବିବାହ କରିଥିଲେ ନେହା ଏବଂ ଅଙ୍ଗଦ ।

ଫିଲ୍ମଫେୟାରକୁ ଦେଇଥିବା ସାକ୍ଷାତକାରରେ ନେହାଙ୍କୁ ପଚରାଯାଇଥିଲା ବିନା ଧୁମଧାମରେ ବିବାହ କରିବା ବିଷୟରେ । ଏହା ଉପରେ ନେହା କହିଥିଲେ ଯେତେବେଳେ ସେ ଇନଷ୍ଟାରେ ବିବାହ ଖବର ପୋଷ୍ଟ କରିଥିଲେ, ଏହାପରେ ତାଙ୍କୁ ୬୦୦ମେସେଜ ଆସିଥିଲା ଯେଉଁଥିରେ ତାଙ୍କୁ ବିବାହ ପାଇଁ ଶୁଭେଚ୍ଛା ବଦଳରେ ଆସିଥିଲା ଅନ୍ୟ କିଛି । ଅଙ୍ଗଦ ଆରମ୍ଭରୁ ହିଁ ପରିଷ୍କାର କରିଥିଲେ ଯେ ସେ ନେହାଙ୍କ ସହ ଗର୍ଲଫ୍ରେଣ୍ଡ- ବୟଫ୍ରେଣ୍ଡ ଭଳି ରହିବାକୁ ଚାହାନ୍ତି ନାହିଁ । ଏହି କାରଣରୁ ସେ କହିଥିଲେ ବିବାହ କରିବାକୁ ନହେଲେ ବନ୍ଧୁ ହୋଇ ରହିବାକୁ ।

ଏହାପରେ ନେହା କହିଛନ୍ତି ଯେ କୌଣସି ଲୁଚାଛପାରେ ବିବାହ କରି ନାହାନ୍ତି , ସେ ତାଙ୍କ ହିସାବରେ ବିବାହ କରିଛନ୍ତି । ତାଙ୍କୁ ନିଜର ପର୍ସନାଲ ଲାଇଫ ପ୍ରାଇଭେଟ ରଖିବାକୁ ପସନ୍ଦ ତେଣୁ ଏହି କାରଣରୁ ସେ ଏହାକୁ ଏତେ ଲାଇମଲାଇଟକୁ ଆଣି ନଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More