Only for Entertainment

ଜାଣନ୍ତୁ ସଲମାନଙ୍କ ବିବାହ ନକରିବା ପଛର କାହାଣୀ ।

india today
0 59

ବଲିଉଡ ଦବଙ୍ଗ ଖାନ ଫିଲ୍ମକୁ ନେଇ ତ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି,ଅନ୍ୟ ପାଶ୍ୱର୍ରେ ତାଙ୍କ ବିବାହକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି । ଯାହା ଏବେ ଏକ ସାଧାରଣ କଥା ହୋଇଯାଇଛି । କିନ୍ତୁ ପୁଣିଥରେ ସଲମାନଙ୍କ ବିବାହକୁ ନେଇ ଚର୍ଚ୍ଚା ଚାଲିଛି । ଏଥର ଚର୍ଚ୍ଚା ଆଉ କେହି କରି ନାହାଁନ୍ତି ବରଂ ନିଜେ ସଲମାନ ଏହି କଥା ଉଠାଇଛନ୍ତି । ତେବେ ବିବାହ ନକରିଥିବାର କାରଣ ସେ କହିଛନ୍ତି । ତାଙ୍କ କହିବା ଅନୁସାରେ ବିବାହ ବର୍ତ୍ତମାନ ଖୁବ ମହଙ୍ଗା ହୋଇଯାଇଛି । ତେଣୁ ସେ ବିବାହ କରିବାକୁ ଚାହୁଁ ନାହାଁନ୍ତି ।

ସଲମାନ ଏକ କାର୍ଯ୍ୟକ୍ରମରେ କହିଛନ୍ତିଯେ ଚଳିତ ଦିନରେ ବିବାହ ଖୁବ ମହଙ୍ଗା ହୋଇଯାଇଛି । ଯାହା ଦ୍ୱାରା ସେ ଏହାର ଖର୍ଚ୍ଚ କରିବା ପାଇଁ ସମର୍ଥ ନୁହଁନ୍ତି । ତେବେ ଏହି ବିଷୟରେ ସେ କହିଛନ୍ତିଯେ ସୂରଜ ବଡ଼ଜାତ୍ୟା ଏଥିପାଇଁ ଦାୟୀ । କାରଣ ତାଙ୍କ ଫିଲ୍ମରେ ବିବାହ ସବୁ ଏତେ ଗ୍ରାଣ୍ଡ ଥିଲାଯେ ତାହାର ଖର୍ଚ୍ଚ ବଢିଗଲା । ସଲମାନ କହିଛନ୍ତିଯେ କେବେ କେବେ ତାଙ୍କ ପାଖକୁ ଆସି କେହି କହେ ମୋତେ ଅଢେଇ ଲକ୍ଷ୍ୟ ଟଙ୍କା ଦିଅନ୍ତୁ ଝିଅ ବିବାହ କରିବାର ଅଛି । କିନ୍ତୁ ମୋ ବାପା ୧୮୦ ଟଙ୍କାରେ ବିବାହ କରିଥିଲେ ଏବଂ ଆମେ ସମସ୍ତେ ସେହି ୧୮୦ ଟଙ୍କାର ଫଳ । ଏ ସମସ୍ତ ଭୁଲ ହେଉଛି ସୂରଜ ବଡ଼ଜାତ୍ୟାଙ୍କର । ସେ ସମସ୍ତ ଫିଲ୍ମରେ ବିବାହକୁ ଖୁବ ଧୁମଧାମରେ କରିଥିଲେ,ଯାହା ପରଠାରୁ ଏହି ଟ୍ରେଣ୍ଡ ଚାଲି ଆସୁଛି । ଏ ସବୁ ମୋ ପାଇଁ ସମ୍ଭବ ନୁହେଁ,ତେଣୁ ମୁଁ ବିବାହ କରୁନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More