Only for Entertainment

ଶେଷରେ ସାମ୍ନାକୁ ଆସିଲା ‘କଫି ୱିଦ କରଣ୬’ରେ ପ୍ରଭାସଙ୍କ ପ୍ରଥମ ଝଲକ !

25

ଗତ ସକାଳେ ନିର୍ମାତା-ନିର୍ଦ୍ଦେଶକ କରଣ ଜୋହରଙ୍କ ଟିଭି ଚାଟ ଶୋ’ ‘କଫି ୱିଦ କରଣ୬’ରେ ଏକ ନୂଆ ଟ୍ୱିଟ ଇଶାରା ଦେଇଥିଲା ଖାସ ଏପିସୋଡର । ଯେଉଁଥିରେ ଅନୁମାନ ଲଗାଯାଇଥିଲା ଯେ ଏହି ଶୋ’ରେ ନଜର ଆସିବେ ବାହୁବଲୀର କଳାକାର । ଏହା ପରେ କୌଣସି ସ୍ପଷ୍ଟ ଜଣା ପଡି ନଥିଲା । ମାତ୍ର ଏବେ ଏହି ଶୋ’ ର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହା ଦ୍ୱାରା ସ୍ପଷ୍ଟ ହୋଇଛି ଯେ ବାହୁବଲୀ ଷ୍ଟାର ପ୍ରଭାସ, ରାଣା ଡଗ୍ଗୁବତୀ ଏବଂ ରାଜାମୌଲୀ ନଜର ଆସିଛନ୍ତି ।

ଏହି ଫଟୋ ଏବଂ ଭିଡିଓ ଦେଖି ଜଣା ପଡୁଛି ଯେ ସେଟରେ ଥିବା ଲୋକମାନେ ମଧ୍ୟ ଜମେଇକି ବାହୁବଲୀଙ୍କ ସହ ମସ୍ତି କରିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ସିଜନ ୬ରେ ପ୍ରଥମ ଥର ତେଲୁଗୁ ସହ ଲିଙ୍କ ଥିବା କଳାକାର ଏହି ଚାଟ ଶୋ’ରେ ଯୋଗ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More